ଭାଷା ଭାଗବତ : ମାନ ହୁଏ ମ୍ଳାନ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଶୁଦ୍ଧ, ଅଶୁଦ୍ଧ ମିଶାମିଶି
ଭାଷାରେ ଭାବନା ପ୍ରକାଶି
ଲେଖଂତି ସ୍ବଭାଷୀ ସୁଜନ
ବଢ଼ାଂତି ସ୍ବଭାଷାର ମାନ
ଲୋଡ଼ିଲେ ପୂର୍ଣ ବିଶୁଦ୍ଧତା
ଆମର ଭାଷାର ଜନତା
ହୁଅଂତି ଲିଖନ-ବିରାଗୀ
ଅବା ସ୍ବେଚ୍ଛାରେ ଭାଷାତ୍ୟାଗୀ
ଯାହାର ଯେତେ ପ୍ରୟୋଜନ…