Latest Odisha News

BREAKING NEWS

ଘୋଷଣାରେ ରହିଗଲା ରାଜ୍ୟ ସରକାରଙ୍କ ବ୍ରିଜ କୋର୍ସ ପାଠପଢ଼ା, ଆଜିଠୁ ଖରା ଛୁଟି

ଭୁବନେଶ୍ୱର: କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ପିଲାମାନେ ଠିକ୍ ଭାବେ ପାଠ ପଢ଼ି ନାହାନ୍ତି। ଏବେ କିନ୍ତୁ ସ୍କୁଲ ଖୋଲିଛି। ହେଲେ ଯେଉଁ ପାଠ ପଢି ନାହାନ୍ତି ତାକୁ ପିଲାମାନେ କିପରି ପଢିବେ ଚିନ୍ତା କରି ରାଜ୍ୟ ସରକାର ବ୍ରିଜ୍ କୋର୍ସ ପାଠ ପଢ଼ା ହେବ ବୋଲି ଘୋଷଣା କରିଥିଲେ। ଆଉ…

ବଦଳିଲା ନବୀନଙ୍କ ମନ୍ତ୍ରିମଣ୍ଡଳ, ହଟିଲେ ନିଗମ ଅଧ୍ୟକ୍ଷ ଓ ଉପଦେଷ୍ଟା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳ ପାଇଁ ନୂଆ ଟିମ୍ ତିଆରି କରିଛନ୍ତି। ଏହାପରେ 23ଟି ବିଭାଗର ଥିବା ଅଧ୍ୟକ୍ଷ ଏବଂ ଉପଦେଷ୍ଟାଙ୍କୁ ହଟାଇ ଦେଇଛନ୍ତି। ଆଜିଠାରୁ ଏମାନେ ଆଉ ନିଜ ନିଜ ପଦରେ ରହିପାରିବେ ନାହିଁ। ତେବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ଏହିସବୁ ପଦରେ…

କଂଗ୍ରେସ ମୁଖପାତ୍ର ପଦରୁ ମନୋଜ ମହାପାତ୍ରଙ୍କ ଇସ୍ତଫା

ଭୁବନେଶ୍ୱର: ନୂଆ ପିସିସି ସଭାପତି ନିଯୁକ୍ତିର ସପ୍ତାହ ପରେ ଶନିବାର କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଦଳରୁ ଇସ୍ତଫା ଦେଇଛନ୍ତି। ମୁଖପାତ୍ର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ମନୋଜ ମହାପାତ୍ର ଇସ୍ତଫା ଦେଇଛନ୍ତି। ଓଡ଼ିଶା ପିସିସିର ନବନିଯୁକ୍ତ ସଭାପତି…

ପାଓ୍ୱାରଫୁଲ ମନ୍ତ୍ରୀଙ୍କୁ ପାଓ୍ୱାର ଲେସ୍ କାହିଁକି କଲେ ନବୀନ ?

ଭୁବନେଶ୍ୱର: ଶାସକ ଦଳ ବିଜେଡି ତଥା ମନ୍ତ୍ରୀ ମଣ୍ଡଳରେ ଅନ୍ୟତମ ପାଓ୍ୱାରଫୁଲ୍ ନେତା ଥିଲେ ମନ୍ତ୍ରୀ ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂହ, ପ୍ରତାପ ଜେନା, ପଦ୍ମନାଭ ବେହେରା ଏବଂ ସୁଦାମ ମାରାଣ୍ଡି। ଏବେ ଏହି ନେତାଙ୍କୁ ନବୀନ ପଞ୍ଚମ ପାଳି ସରକାରରେ ଦ୍ୱିତୀୟ ଥର ମନ୍ତ୍ରୀ ନକରିବା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ବର୍ଣ୍ଣନା ସହ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ (ଅବନ୍ତୀର ରାଜା ) ଆମେ ମୁଖ୍ୟ ଚରିତ୍ର ଭାବେ ଆଲୋଚନା କରିଛେ। କିନ୍ତୁ "ଗଜ ଉଦ୍ଧାରଣ…

ଭାଷା ଭାଗବତ : ବ୍ୟକ୍ତିଗତ ସ୍ଥିତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୭ ଏବେ ସଭାକୁ ଯିବା ପାଇଁ ଆଗ୍ରହ ଅବା ବଳ ନାହିଁ ତେଣୁ ଘରକୋଣରେ ବସି ପଢ଼ି ଲେଖି ପାଉଛିଁ ଖୁସି ଦେଖି କବିଂକ ସକ୍ରିୟତା ମନରେ ଦୃଢ଼ ହୁଏ ଆସ୍ଥା ଚାଲିବ ସାହିତ୍ୟର ଧାରା ସତରେ ହୋଇବ ଅସରା ଲେଖୁଛିଁ ଭାଷା ଭାଗବତ ପ୍ରଫୁଲ୍ଲ…

ଅନୁବାଦ ଗଳ୍ପ : ପାକିସ୍ତାନ ଜିନ୍ଦାବାଦ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୭ ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‌ଗଲ  ତା’ର ଅସଲ ନାଁ ରାମ ରାକ୍ଷୀ । କିନ୍ତୁ ଏବେ ତା ନାଁ ବଦଳେଇ ଦିଆଯାଇଥିଲା ଆଲ୍ଲା ରାକ୍ଷୀ । ତେବେ ଏଭଳି ନାମ ପରିବର୍ତ୍ତନ ପୂର୍ବରୁ ଓ ପରେ ସମସ୍ତେ ତାକୁ କେବଳ ‘ରାକ୍ଷୀ’ ନାଁରେ ହିଁ…

ଶିଶୁ କବିତା : ମଉନେ ଦିଏ ଜୀବନ

ବନ୍ଦିତା ଦାଶ ଦୀପ ଲଗାଅ ତୁଳସୀ ମୂଳେ ଧୂପ ଲଗାଅ ଠାକୁର ଘରେ ଝୁଣା ଗୋଗ୍ଗୁଳ ବାସରେ ପୂରୁ ଆମରି ପରିବେଶ, ଗଛ ଲଗାଅ ପଥର ଧାରେ ମଞ୍ଜି ପକାଅ ଲଣ୍ଡା ଭୂଇଁରେ ନାନା ଜାତିର ଫୁଲ ଫଳରେ ସୁନ୍ଦର ହେଉ ଗଛ ।୧। ଗଛ ବଢ଼ିବ ମନ ଖୁସିରେ ପକ୍ଷୀ ବସିବେ ତା'ର ଶାଖାରେ ଜାତି ଜାତିକା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ 'ସୁଲୋଚନା' ଭାଗ : ୧ ପବିତ୍ର କୈଳାସ ପର୍ବତ। ମହାଯୋଗୀ ଶିବ ଶଙ୍କର ଧ୍ୟାନସ୍ଥ। ନନ୍ଦୀ ଓ ଭୃଙ୍ଗୀ ନିକଟରେ ଅପେକ୍ଷାରତ। କେତେବେଳେ ଧ୍ୟାନ ଭଗ୍ନ ହେବେ ଏବଂ ପ୍ରଭୁ ତାଙ୍କୁ ଖୋଜିବେ ! ଗଭୀର ଚିନ୍ତାମଗ୍ନା ମାତା ପାର୍ବତୀ ଅସ୍ଥିର ଭାବରେ ପଦଚାରଣ…

କବିତା : ଥୁକୁଲ

ସ୍ମୃତି ରଞ୍ଜନ ତ୍ରିପାଠୀ  ଶବ୍ଦସବୁ ଏମିତି ବଦରାଗି ମଝିରେ ମଝିରେ ଲୟ ହରେଇଲେ ମୁଁ ଝୁଣ୍ଟେ ତା' ମିଠା ତାଗିଦରେ ଆହୁରି ନିବିଡ, ସଶକ୍ତ କରାଏ ତା' ଖୁସି ପାଇଁ କେତେ ପ୍ରଯତ୍ନରେ ଗଢେ ଭାବର କୁଟୁମ୍ବ, ସଜେଇହୁଏ କୁହୁକ ବୀଣା ଛାଏଁ ଛାଏଁ ଖଞ୍ଜିହେଇଯାଏ ଅଳଙ୍କାର ଯାହାକୁ ନେଇ…