Latest Odisha News

BREAKING NEWS

ଅର୍ଜୁନ କପୁରଙ୍କୁ ଗୋଟିଏ ଫିଲ୍ମରେ ରିଜେକ୍ଟ କରିଦେଇଥିଲେ ଆଦିତ୍ୟ ଚୋପ୍ରା

ଭୁବନେଶ୍ୱର: ନାଁ କରା ଅଭିନେତା ତଥା ସଫଳ ପ୍ରଯୋଜକ ବୋନି କପୁରଙ୍କ ପୁଅ ଅର୍ଜୁନ କପୁର ଥରେ ରିଜେକ୍ଟ ହୋଇଥିଲେ । ଅର୍ଜୁନଙ୍କ ଫଟୋ ଦେଖି ଆଦିତ୍ୟ ଚୋପ୍ରା ଥରକେ ହିଁ ମନା କରିଦେଇଥିଲେ । ଆଦିତ୍ୟ କହିଥିଲେ ଯେ, “ଇଏ ତ ହିରୋ ହେଇପାରିବନି, ୟାଙ୍କୁ ସହଯୋଗୀ ହିସାବରେ ନେଇପାରିବା ।” ବଲିଉଡ଼…

[ଦେଖନ୍ତୁ ଭିଡିଓ] ରାସ୍ତା ନଥିବାରୁ ଅପହଞ୍ଚ ସରକାରୀ ଯୋଜନା, ଲୋକଙ୍କୁ ମିଳୁନି ମୌଳିକ ସୁବିଧା

ନୂଆପଡ଼ା: ଗାଁରେ ୭୦ ପରିବାର, ଲୋକସଂଖ୍ୟା ପ୍ରାୟ ୪ ଶହ । କିନ୍ତୁ ଏମାନେ ଜିଉଛନ୍ତି ଅଭିଶପ୍ତ ଜୀବନ । ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ଏମାନେ ସବୁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ମେଡିକାଲ ହେଉକି ପାଠପଢ଼ା ଅବା ବଜାର ଯିବା ପାଇଁ ଏମାନଙ୍କ ଭରସା ଏହି ଖାଲଢ଼ିପ ରାସ୍ତା । ଖରା ଓ…

୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଗାମୀ ୫ ଦିନ ଯାଏ ମୌସୁମୀ ବର୍ଷାରେ ଭିଜିବ ଓଡ଼ିଶା । ୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ସହ କିଛି ଜିଲ୍ଲାରେ…

କର୍ଣ୍ଣାଟକରେ ଟିଣ ଡବାରୁ ମିଳିଲା ୭ଟି ଭ୍ରୂଣ; କ୍ଲିନିକ ସିଜ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲାଗଭି ଜିଲ୍ଲାରେ ଏକ ଡ୍ରେନରେ ୭ଟି ନଷ୍ଟ ଭ୍ରୂଣ ମିଳିଛି । ମୁଦାଲଗି ଠାରେ ଏକ ବସ ଷ୍ଟାଣ୍ଡ ନିକଟରେ ୫ଟି ଟିଣ ବାକ୍ସରେ ଏହି ୭ଟି ଭ୍ରୂଣ ମିଳିଛି । ଗୋଟିଏ ଡ୍ରେନରେ ଏହି ଟିଣ ଗୁଡ଼ିକ ଭାସୁଥିଲା, ସେଥିରୁ ଏହି ଭ୍ରୂଣ ଗୁଡ଼ିକ ମିଳିଛି । ଏହା ପରେ ସ୍ଥାନୀୟ ଅଞ୍ଚଳ…

ଦୁର୍ନୀତି ଅଭିଯୋଗରେ ଗିରଫ ପଞ୍ଜାବ ଆଇଏଏସ ସଞ୍ଜୟଙ୍କ ପୁତ୍ରଙ୍କ ଆତ୍ମହତ୍ୟା!

ଚଣ୍ଡୀଗଡ: ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବ ଆଇଏଏସ ସଞ୍ଜୟ ପୋପଲୀଙ୍କ ଏକମାତ୍ର ପୁତ୍ର କାର୍ତିକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି । କାର୍ତିକ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କାର୍ତିକଙ୍କ ମାଆଙ୍କ ମତରେ ପୋଲିସ ଏବଂ ଭିଜିଲାନ୍ସ ବିଭାଗର…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ । ମୂଲ୍ୟାଙ୍କନ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ଏବଂ ଫଳାଫଳ ଆସନ୍ତା ମାସରେ ପ୍ରକାଶ ପାଇବ ବୋଲି କହିଛନ୍ତି, ମନ୍ତ୍ରୀ ଶ୍ରୀ ଦାଶ । ୨.…

[ଦେଖନ୍ତୁ ଭିଡିଓ] ଆନ୍ତଃରାଜ୍ୟ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ

ରାଉରକେଲା: ରାଉରକେଲା ପୋଲିସର ଏନକାଉଣ୍ଟର । ଶନିବାର ସହରରେ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ । ଆନ୍ତଃରାଜ୍ୟ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଅପରାଧୀ ଆହତ ହୋଇଛନ୍ତି । ଅନ୍ୟ ଜଣଙ୍କୁ ଗିରଫ କରିଛି ପୋଲିସ । ଆହତ ଅପରାଧୀକୁ ଚିକିତ୍ସା ଲାଗି ରାଉରକେଲା…

ହେଲମେଟ୍ ନ ପିନ୍ଧି ଫାଇନ୍ ଦେଲେ ଗଣଶିକ୍ଷା ମନ୍ତ୍ରୀ, କ’ଣ ଶିଖିବେ ପିଲା ?

ବାଲେଶ୍ୱର: ସେ ମନ୍ତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ତାଙ୍କ ବିଭାଗ ଅଧୀନରେ ଓଡ଼ିଶାର ହଜାର ହଜାର ବିଦ୍ୟାଳୟ ରହିଥିବା ବେଳେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବି ରହିଛି । କିନ୍ତୁ ସେ ବେଫିକର । ନା ଆଇନ୍ ମାନୁଛନ୍ତି ନା ମାନିବା…

ସମୁଦ୍ରରେ ଲୀନ ହେବ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା!

ବ୍ରହ୍ମପୁର : ଜଳବାୟୁ ପରିବର୍ତ୍ତନ ଯୋଗୁ ଗଞ୍ଜାମ ଉପକୂଳରେ ସମୁଦ୍ର କୂଳ ଲଂଘିବାରେ ଲାଗିଛି। ଛତ୍ରପୁର, ରଙ୍ଗେଇଲୁଣ୍ଡା, ଗଞ୍ଜାମ ଏବଂ ଚିକିଟି ବ୍ଲକର କେତେକ ଅଞ୍ଚଳ ଧିରେଧିରେ ସମୁଦ୍ର ଗର୍ଭକୁ ଚାଲିଯାଉଛି । ଏଥିରେ ଯୋଡ଼ି ହେବାକୁ ଯାଉଛି ଛତ୍ରପୁର ବ୍ଲକରେ ଥିବା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ…

୨୦୨୧ ପାଇଁ ଗୌରହରି ଦାସ ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ଅନୁବାଦ ପୁସ୍ତକ 'ଛେଳି ଚରେଇବାର ଦିନ' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଗଳ୍ପ, ଉପନ୍ୟାସ, ନାଟକ ଓ ସ୍ତମ୍ଭ ଲେଖୁଥିବା ଲେଖକ ଶ୍ରୀ ଦାସ ଓଡ଼ିଆ…