Latest Odisha News

BREAKING NEWS

ମନ୍ କି ବାତ କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତକୁ ନେଇ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାୟୋଜିତ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୮୭ ତମ ସଂସ୍କରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ ତରଫରୁ କରାଯାଉଥିବା ରପ୍ତାନୀ ଓ ଅନ୍ୟ ମୁଦ୍ଦା ଉପରେ ଆଲୋଚନା କରିଛନ୍ତି ।…

ବାରୁଦ ଗଦାରେ ପଶ୍ଚିମବଙ୍ଗ: ୨୪ ଘଂଟାରେ ମିଳିଲାଣି ୩୫୦ରୁ ଅଧିକ ଜୀବନ୍ତ ବୋମା

ବୀରଭୂମି: ବାରୁଦ ଗଦାରେ ଛିଡା ହୋଇଛି ପଶ୍ଚିମବଙ୍ଗ । ବୀରଭୂମି ହିଂସା ପରେ ତଦନ୍ତ କରୁଥିବା ପୋଲିସ ଆଶ୍ଚର୍ଯ୍ୟଚକିତ ହୋଇଛି । ଚକିତ ହେବାର ମୁଖ୍ୟ କାରଣ ହେଲା ୨୪ ଘଂଟା ମଧ୍ୟରେ ୩୫୦ରୁ ଅଧିକ ଜୀବନ୍ତ ବୋମା ପୋଲିସ ଜବତ କରିସାରିଛି । ବୀରଭୂମି ହିଂସା ପରେ ବିଭିନ୍ନ ମହଲରେ ରାଜ୍ୟ ସରକାରଙ୍କୁ…

କ୍ୟାମରାପର୍ସନ ମାନସ ସ୍ୱାଇଁ ହତ୍ୟା ଘଟଣା: ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର ତନାଘନା

ଭୁବନେଶ୍ୱର : କ୍ୟାମେରାପର୍ସନ ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାରେ ଆଜି ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଡିଏସପି କଳ୍ପନା ସାହୁଙ୍କ ତତ୍ତ୍ୱାବଧାନରେ ୫ଜଣିଆ ତଦନ୍ତ ଟିମ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଆଜିର ତଦନ୍ତରେ ଆଶ୍ରମରେ ରହୁଥିବା…

ନୂଆଦିଲ୍ଲୀରେ ଉଦଘାଟିତ ହେଲା ଓଡ଼ିଶା ପର୍ବ-୨୦୨୨

ଦିଲ୍ଲୀ: ନୂଆଦିଲ୍ଲୀଠାରେ ଓଡିଶା ପର୍ବ-୨୦୨୨ ଉଦଘାଟିତ ହୋଇଯାଇଛି । ଓଡ଼ିଶା ସମାଜ ପକ୍ଷରୁ ଆୟୋଜିତ ଓଡିଶା ପର୍ବ-୨୦୨୨କୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭର୍ଚୁଆଲ ମୋଡରେ ଏଥିରେ ଯୋଡି ହୋଇଛନ୍ତି ଦେଶର ବିଭିନ୍ନ ସ୍ଥାନ ତଥା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ।…

ମେୟର ଲଢ଼େଇରେ ବିଜେପି ହାରିବା ପରେ ରାଜଧାନୀବାସୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଅପରାଜିତା?

ଭୁବନେଶ୍ୱର: ମେୟର ଲଢ଼େଇରେ ବିଜେପି ପ୍ରାର୍ଥୀ ହାରିବା ପରେ ରାଜଧାନୀବାସୀଙ୍କୁ ଅପରାଜିତା ଧନ୍ୟବାଦ ଦେଇଛନ୍ତି । ଆଜି ସକାଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଫଳାଫଳକୁ ନେଇ ଟ୍ୱିଟ୍ କରିବା ସହିତ ଖୁସି ବ୍ୟକ୍ତି କରିଛନ୍ତି । ଯଦି ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ମେୟର ନିର୍ବାଚନକୁ…

ପୌର ଲଢ଼େଇରେ ଶଙ୍ଖନାଦ: ଉପକୂଳର ୯ ଜିଲ୍ଲାରେ ବିଜେଡିକୁ ୭୭% ସଫଳତା

ଭୁବନେଶ୍ୱର: ପଞ୍ଚାୟତ ଭଳି ପୌର ଲଢ଼େଇରେ ବି କାମ ଦେଲା ନବୀନ ମ୍ୟାଜିକ୍ । ଚାରିଆଡ଼େ ଶଙ୍ଖନାଦ । ବିଜେଡି ବିପୁଳ ସଫଳତା ପାଇଛି । ୧୦୫ ଏନଏସି ଓ ମ୍ୟୁନିସିପାଲିଟି ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ୭୩ଟି ଜିତିଛି । ବିଜେପି ୧୬, କଂଗ୍ରେସ ୭ ଓ ଅନ୍ୟାନ୍ୟ ୯ଟିରେ ବାଜି ମାରିଛନ୍ତି । ଉପକୂଳର…

ପୁଣି ଜନ୍ମ ନେଲେ ଯୋଡ଼ା ଶିଶୁକନ୍ୟା

ସମ୍ବଲପୁର: ପୁଣି ଜନ୍ମ ନେଲେ ଯୋଡ଼ା ଶିଶୁ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ନେଇଛନ୍ତି ଯୋଡା ଶିଶୁକନ୍ୟା । ରେଙ୍ଗାଲି ଅଞ୍ଚଳର ଦମ୍ପତ୍ତିଙ୍କର ଏଭଳି ଯୋଡା ଶିଶୁ ଜନ୍ମ ହୋଇଛନ୍ତି । ଯୋଡ଼ା ଶିଶୁକନ୍ୟା ଜନ୍ମରୁ ଆରମ୍ଭ ହୋଇଛି ଯନ୍ତ୍ରଣା । ସମ୍ବଲପୁର ଜିଲ୍ଲାରେ ଏହା ପ୍ରଥମ…

ମହିଳା ବିଶ୍ୱକପ୍ କ୍ରିକେଟ୍: ଦକ୍ଷିଣ ଆଫ୍ରିକା ଆଗରେ ୨୭୫ ରନ୍ ଟାର୍ଗେଟ ଦେଲା ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହିଳା ବିଶ୍ୱକପ୍ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୭୫ ରନ୍ ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଆଜି ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ ୨୭୪ ରନ୍ କରିଛି । ସ୍ମୃତି ମାନ୍ଧାନା, ସେଫାଳି ବର୍ମା ଓ ଅଧିନାୟିକା ମିତାଲି…

ସ୍ୱାଧୀନ ପ୍ରାର୍ଥୀଙ୍କ ଘର ସାମ୍ନାରେ ଆତଙ୍କରାଜ: ପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଚୁର୍‌ମାର୍‌

ବ୍ରହ୍ମପୁର  : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣିନୂଆଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ରାତି ଅଧରେ ପରାଜିତ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘର ଉପରକୁ ପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି…

ଘାଟି ତଳକୁ ଖସିଲା ବସ୍: ୭ ମୃତ ଓ ୪୫ ଆହତ

ହାଇଦ୍ରାବାଦ: ବିବାହ ଉତ୍ସବରେ ଯୋଗ ଦେଇ ଫେରିବା ବାଟରେ ଘାଇକୁ ଖସିଲା ବସ୍ । ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୪୫ ଜଣ ଯାତ୍ରୀ । ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଭାକଟାପେଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସଟି ଘାଟି ରାସ୍ତା ଦେଇ ଯାଉଥିବା ବେଳେ…