Latest Odisha News

BREAKING NEWS

ଓଃ ମାଇ ଗଡ ୨ର ଫାର୍ଷ୍ଟ ଲୁକ୍ ଜାରୀ, ଏଥର ଭଗବାନଙ୍କ ଶିବ ରୂପରେ ଅକ୍ଷୟ

ମୁମ୍ବାଇ: ଓଃ ମାଇ ଗଡ ୨ ଫିଲ୍ମର ଆଜି ଫାର୍ଷ୍ଟ ଲୁକ୍ ଜାରୀ ହୋଇଛି । ଫିଲ୍ମର ହୀରୋ ଅକ୍ଷୟ କୁମାର ଏ ସମ୍ପର୍କରେ ଆଜି ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ଏଥିରେ ଅକ୍ଷୟଙ୍କୁ ଭଗବାନ ଶିବଙ୍କ ରୂପରେ ଦେଖିବାକୁ ମିଳିଛି । ପୋଷ୍ଟର ଶେୟାର କରିବା ସହ କ୍ୟାପ୍ସନ ଲେଖିଥିଲେ ଯେ, କର୍ତା କରେ ନ କର…

ପୁଣି ଜବତ ହେଲା ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର

ଭଦ୍ରକ: ପୁଣି ଜବତ ହେଲା ବ୍ରାଉନସୁଗର । ବାଲେଶ୍ୱରରୁ ଚାଲାଣ ବେଳେ ପୋଲିସ ଦ୍ବାରା ଜବତ ହେଲା ୩୧୬ ଗ୍ରାମର ବ୍ରାଉନସୁଗର । ତେବେ ବ୍ରାଉନସୁଗର ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଭଦ୍ରକ ବଉଳପୋଖରୀ ଗାଁର ଦୁଇ ଜଣ ଯୁବକଙ୍କ ସହ ଜଣେ…

ମମିତା ମେହେର ହତ୍ୟା ଘଟଣା, ସିପିଆଇ ପକ୍ଷରୁ ବିକ୍ଷୋଭ

କୋରାପୁଟ : କୋରାପୁଟରେ ସିପିଆଇ ପକ୍ଷରୁ ବିକ୍ଷୋଭ । କଳାହାଣ୍ଡି ମହାଲିଙ୍ଗ୍ ସନସାଇନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୃହ ମନ୍ତ୍ରୀଙ୍କ ବହିଷ୍କାର,ହାଇକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏସଆଇଟି ତଦନ୍ତ ଓ…

ନିଖୋଜ ନାବାଳିକାର ମୃତ ଦେହ ଉଦ୍ଧାର , ସାଇଣ୍ଟିଫିକ ଟିମର ତଦନ୍ତ ଜାରି

କେନ୍ଦୁଝର : ନିଖୋଜ ନାବାଳିକାର ମୃତ ଦେହ ଉଦ୍ଧାର । ମମିତା ତାତି ଥମି ନଥିବା ବେଳେ କେନ୍ଦୁଝରରେ ଏପରି ଅଘଟଣ ଘଟିଛି । ହଳଦିଆ ଗୁଣା ଗାଁର ଏକ ପଡ଼ିଆରୁ ନାବାଳିକାର ଅର୍ଦ୍ଧନଗ୍ନ ମୃତ ଦେହ ଉଦ୍ଧାର କରିଛି ପୋଲିସ । ପାରିପାଶ୍ୱିକ ସ୍ଥିତିରୁ ଜଣପାଡିଛି ଯେ ନାବାଳିକାକୁ କେହି ଦୁଷ୍କର୍ମ ପରେ…

ସମସ୍ୟାରେ ଗାଁ…

ମହାସିନ୍ଧୁ: ଗାଁରେ ଅନେକ ସମସ୍ୟା । ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ଗାଁର ଲୋକେ । ଏହେଉଛି ଦେବଗଡ଼ ଜିଲ୍ଲାର ବଣପାହାଡ ଘେରା ମହାସିନ୍ଧୁ ଗାଁ । ପାହାଡ ତଳେ ବସବାସ କରନ୍ତି ବହୁ ଆଦିବାସୀ ପରିବାର । ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡିଏ ନଥିବା ବେଳେ ଯିବାଆସିବା ପାଇଁ ଭଲ…

ଭେଣ୍ଡିଂ ଜୋନ ବ୍ୟବସ୍ଥା ନଥିବାରୁ ବଢୁଛି ଅସନ୍ତୋଷ

ଯାଜପୁର: ଯାଜପୁର ସହରରେ ନାହିଁ କୌଣସି ଭେଣ୍ଡିଂ ଜୋନ ।  ରାସ୍ତା ଉପରେ ଚାଲିଛି ପରିବା ହାଟ । ଆଉ ପୋଲ ଉପରେ ଚାଲିଛି ଆମିଷ ବ୍ୟବସାୟ । ଏ ହେଉଛି ଜିଲାପାଳ ଅପିଂସ ସମ୍ମୁଖର ଦୃଶ୍ୟ । ଭେଣ୍ଡି ଜୋନ ଯୋଗାଇବାର ଦାୟିତ୍ୱ ଉଭୟ ପୌରପାଳିକା ଏବଂ ନିୟନ୍ତ୍ରିତ ବଜାର କମିଟିର ହୋଇଥିବା ବେଳେ ଆଜି…

ସ୍ୱଚ୍ଛତା ଅଭିଯାନ ନେଇ ଯୁବକଙ୍କ ନିଆରା ପ୍ରୟାସ

ସୁବର୍ଣ୍ଣପୁର : ଦେଶକୁ ସ୍ୱଚ୍ଛ ରଖିବା ପାଇଁ ଯୁବକଙ୍କ ନିଆରା ଅଭିଯାନ । ସ୍ୱଚ୍ଛ ଓ ସୁସ୍ଥ ଭାରତ ଗଠନର ବାର୍ତ୍ତା ନେଇ ସମଗ୍ର ଦେଶ ପରିକ୍ରମାର ଇଚ୍ଛା ରଖିଥିବା ୩ ଜଣ ଯୁବକ ସୁବର୍ଣ୍ଣପୁର ଜିଲ୍ଲାରେ ପହଁଚିଛନ୍ତି । ଏମାନେ ହେଲେ ଉତ୍ତର ପ୍ରଦେଶ ନିବାସୀ ଅନିତେଶ ଶର୍ମା, ଝାରଖଣ୍ଡ ର ଅମିତ…

ସିରିୟାରେ ଡ୍ରୋନ ଆକ୍ରମଣ : ବରିଷ୍ଠ ଅଲ୍‌-କାଏଦା ନେତା ନିହତ

ଓଡ଼ିଶା ସମ୍ବାଦ ବ୍ୟୁରୋ :  ସିରିୟାରେ ଡ୍ରୋନ୍ ଆକ୍ରମଣରେ ଜଣେ ମୃତ । ସିରିୟାରେ  ଆମେରିକା ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ବରିଷ୍ଠ ଅଲ୍ କାଏଦା ନେତା ଅଲ୍ ମତର ନିହତ ହୋଇଛନ୍ତି । ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ର ମେଜର ଜନ୍ ରିଗସ୍ବି ସୂଚନା ଦେଇଛନ୍ତି । ଆତଙ୍କବାଦୀ ସଙ୍ଗଠନ ସକ୍ରିୟ…

ଏନସିବି ବିରୋଧରେ ଅଭିଯୋଗ ଆଣିଲେ ଆର୍ଯ୍ୟନ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ କେସରେ ଧରା ପଡିଥିବା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଆଜି ଏନସିବି ବିରୋଧରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ହ୍ୱାଟ୍ସଆପ ଚାଟକୁ ଏନସିବି ଭୁଲ ଭାବେ ବ୍ୟାଖ୍ୟା କରୁଛି । ମୋତେ ଏହି ମାମଲାରେ ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ଚଢ଼ାଉ…

ଗୁଲମର୍ଗ, ସୋନମାର୍ଗରେ ପ୍ରଥମ ତୁଷାରପାତ

ଶ୍ରୀନଗର: କାଶ୍ମୀରରେ ମୌସୁମୀର ପ୍ରଥମ ତୁଷାରପାତ । ପର୍ଯ୍ୟଟନ ଶିଳ୍ପ ସହ ଜଡିତ ଲୋକଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି । ଉପତ୍ୟକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଗୁଲମର୍ଗ, ସୋନମର୍ଗ, ପହଲଗାମ, ଅହରବାଲ ଏକ ଧଳା ରଙ୍ଗର ବରଫରେ ଆଚ୍ଛାଦିତ ହୋଇଯାଇଛି । ପର୍ଯ୍ୟଟନ ଶିଳ୍ପ ସହିତ ଜଡିତ ଲୋକମାନେ…