Latest Odisha News

BREAKING NEWS

ଦେଶରେ ଲକ୍ଷେ ୩୮ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ନିୟନ୍ତ୍ରଣ ଭିତରେ ରହିଛି । ଯଦିଓ ନିର୍ଦ୍ଦିଷ୍ଟ ଭାବରେ କିଛି ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୬ହଜାର ୬୦୪ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୯୯ହଜାର ୪୨୪କୁ ବୃଦ୍ଧି ପାଇଛି…

ଅଭିନେତା ପୂର୍ବରୁ ୱେଟର୍‌ ଥିଲେ ବଲିଉଡ୍‌ର ଏହି ଲୋକପ୍ରିୟ କଳାକାର

ମୁମ୍ବାଇ: ବମନ୍ ଇରାନୀ ଚଳଚ୍ଚିତ୍ର ଜଗତରେ ସୁପରିଚିତ ଅଭିନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ସେ ସମସ୍ତ ପ୍ରକାର ଭୂମିକାରେ ନିଜକୁ ଫିଟ୍‌ କରିପାରନ୍ତି। ଅନେକ ଚଳଚ୍ଚିତ୍ରରେ ବମନ୍ ଇରାନୀ ତାଙ୍କ ଚରିତ୍ରକୁ ଏପରି ଢଙ୍ଗରେ ଅଭିନୟ କରିଛନ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।…

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସିନିଅର ଆସିଷ୍ଟାଣ୍ଟ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସିନିଅର ଆସିଷ୍ଟାଣ୍ଟ । ତାଙ୍କ ନାଁ ସଂଯୁକ୍ତ ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ଜାଗାରେ ରେଡ୍ ଚାଲିଛି । ସଂଯୁକ୍ତାଙ୍କ ଜଗତସିଂହପୁର ଜିଲ୍ଲା ସାତପୁରରେ ଥିବା ଦୁଇ ମହଲା ଘରେ ଚଢ଼ାଉ…

ଏମିତି ବି ଆସେ ମୃତ୍ୟୁ: ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ, ୮ ମୃତ

ଲକ୍ଷ୍ନୌ: ବିବାହ ଭୋଜିରେ ଯୋଗ ଦେଇ ହସଖୁସିରେ ଘରକୁ ଫେରୁଥିଲେ । ବାଟରେ ଅନାଇ ବସିଥିଲା ମୃତ୍ୟୁ । ଉତ୍ତରପ୍ରଦେଶର କୌଶାମ୍ବିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଦୁଇ ଜଣ । ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ । ବାଲି ଭିତରେ…

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭନରେ ଏମାନଙ୍କୁ ସୁଯୋଗ

କାନବେରା: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ଶେଷ ଦିନିକିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ଆଜିର ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟ କରିବା କୋହଲି ବାହିନୀ । ସେପଟେ ସିରିଜ କ୍ଲିନ ସୁଇପ୍ ଲକ୍ଷ୍ୟରେ ରହିଛି କଙ୍ଗାରୁ…

କରୋନା ଆକ୍ରାନ୍ତ ହେଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ବଲିଉଡରେ ଜଣଙ୍କ ପରେ ଜଣଙ୍କୁ ଆକ୍ରାନ୍ତ କରିଚାଲିଛି କରୋନା। ବିଗ୍-ବି ଠାରୁ ଆରମ୍ଭ କରି ଅନେକ ନମିଦାମୀ କଳାକାର କରୋନାର ଆକ୍ରାନ୍ତ ହେବା ପରେ ଏବେ ଆଉ ଜଣେ ଲୋକପ୍ରିୟ ଅଭିନେତା ଚିହ୍ନଟ ହୋଇଛନ୍ତି କୋଭିଡ ପଜିଟିଭ। ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ସାଂସଦ ସନି ଦେଓଲ୍…

କଟକ IIFL ଲୁଟ୍ ଘଟଣାରେ ଆଉ ଦୁଇ ଜଣ ଗିରଫ

କଟକ: ନୂୟାସଡ଼କ IIFL ଫାଇନାନ୍ସ କମ୍ପାନୀରୁ ଲୁଟ୍ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ । ସେମାନେ ହେଲେ ଦେବାଶିଷ ହାଜରା ଓ ନୀଳମଣି ସାହୁ । ଦୁଇ ଅଭିଯୁକ୍ତ ଚଞ୍ଚକତା କରି ବ୍ୟାଙ୍କରୁ ସୁନା ହଡ଼ପ କରିବା ସହିତ ଋଣ କାରବାରରେ ସଂପୃକ୍ତ ଥିଲେ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ…

ହ୍ୱାଇଟ ହାଉସରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ

ୱାସିଙ୍ଗଟନ: ଆମେରିକା ରାଷ୍ଟ୍ରପତିଙ୍କ କ୍ୟାବିନେଟରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ନେରା ଟାଣ୍ଡେନ। ନେରାଙ୍କୁ ହ୍ୱାଇଟ୍ ହାଉସ ପରିଚାଳନା ଓ ବଜେଟ୍ ମୁଖ୍ୟ ଦାୟିତ୍ୱ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡ଼େନ୍। ଏହାପୂର୍ବରୁ କମଲା ହ୍ୟାରିସ ଆମେରିକା ଉପରାଷ୍ଟ୍ରପତି ଭାବେ…

କଟକଣା ସତ୍ତ୍ୱେ ଖୋଲାଥିଲା ରାଜଧାନର ଏହି ସ୍କୁଲ; ସିଲ କଲା ବିଏମସି

ଭୁବନେଶ୍ୱର: କୋଭିଡ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖାଯାଇଛି। ଅନଲାଇନର୍ବ ଚାଲିଛି ପାଠପଢା। ମାତ୍ର ସରକାରଙ୍କ ଏହି ନିର୍ଦେଶକୁ ଅବମାନନା କରି ବିଦ୍ୟାଳୟ ଖୋଲିଛନ୍ତି ଚିନ୍ତାମଣିଶ୍ବରସ୍ଥିତ ସାଇ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ କର୍ତ୍ତୃପକ୍ଷ।…

ଆଜିଠୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ, ନକ୍ସଲ ଅଧ୍ୟୁଷିତ ଜିଲ୍ଲା ସୀମା ସିଲ୍

ଭୁବନେଶ୍ୱର: ଆଜିଠାରୁ ନକ୍ସଲ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଆସନ୍ତା ୮ ତାରିଖ ଯାଏ ଏହି ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓ ଅଧ୍ୟୁଷିତ ଜିଲ୍ଲାରଗୁଡ଼ିକରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ସୀମାକୁ ସିଲ୍ କରି ଯାଞ୍ଚକୁ କଡ଼ାକଡ଼ି…