Latest Odisha News

BREAKING NEWS

ଅଷ୍ଟ୍ରେଲିଆ ଟୁର ପାଇଁ ଟିମ୍ ଇଣ୍ଡିଆ ଘୋଷଣା, କେଉଁ ଫର୍ମାଟରେ ଖେଳିବ କିଏ?

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଆଜି ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ତେବେ ବଡ କଥା ହେଉଛି ଯେ, ଏକାସଙ୍ଗେ ଟିଟ୍ୱେଂଟି, ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି । ସବୁ ଫର୍ମାଟରେ ବିରାଟ କୋହଲି ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ ଏହି…

ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କଲେ ଆଉ ଜଣେ ବଧୂ; କାରଣ ଅସ୍ପଷ୍ଟ

ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମୋଟବାଡ଼ି ଗ୍ରାମରେ ୨୩ ବର୍ଷ ବୟସ୍କା ଜଣେ ବଧୂ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।  ଦୁଇ କନ୍ୟା ସନ୍ତାନଙ୍କ ମାଆ ହୋଇ ଥିବା ଏହି ମହିଳା ଜଣଙ୍କ ଅକ୍ଟୋବର ୨୬ ତାରିଖ ଦିନ ନିଜେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା…

ଶୁଭମନ୍ ଗିଲଙ୍କ ଅର୍ଦ୍ଧଶତକ, ପଞ୍ଜାବ ସମ୍ମୁଖରେ ୧୫୦ ରନର ଲକ୍ଷ୍ୟ

ଶାରଜା: ଚଳିତ ଆଇପିଏଲରେ ସୋମବାର ଅନୁଷ୍ଠିତ ମ୍ୟାଚରେ କିଙ୍ଗସ ଇଲେଭନ ପଞ୍ଜାବ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ କୋଲକାତା  ରଖିଛି । ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଲଢ଼ୁଆ ବ୍ୟାଟିଂ ବଳରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟରେ ୧୪୯ ରନ୍ କରିଛି…

ମାସ୍କ ଓ ସଚେତନତା ବାଂଟିଲେ ପୂର୍ବତନ ହକି ଅଲିମ୍ପିଆନ ଲାଜରୁସ ବାର୍ଲା

ରାଉରକେଲା: ପୂର୍ବତନ ହକି ଅଲିମ୍ପିଆନ ଲାଜରୁସ ବାର୍ଲା ଆଦିବାସୀ ଅଂଚଳର ପ୍ରତିଭାବାନ ଯୁବ ଖେଳାଳିଙ୍କୁ ମାସ୍କ ବାଂଟିବା ସହ କୋଭିଡ-୧୯ ମହାମାରୀଠାରୁ କିପରି ଦୂରେଇ ରହିହେବ ସେ ନେଇ ସେଚତନତାର ବାର୍ତା ଦେଇଛନ୍ତି । ସୁନ୍ଦରଗଡର ରାଜଗାଙ୍ଗପୁର ବ୍ଲକର ଗୋରିୟାମାଲ ଗ୍ରାମରେ ଥିବା ଗ୍ରାମସ୍ତରୀୟ…

ଶ୍ରୀମନ୍ଦିରରେ ଦଶହରା ଓ ଆୟୁଧ ପୂଜା ନୀତି ପାଳିତ

ଭୁବନେଶ୍ୱର: ଆଶ୍ୱିନ ଶୁକ୍ଳ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଛି। ସୋମବାର ସକାଳ ୭.୩୫ରେ ଅବକାଶ ବଢିବା ପରେ ସକାଳ ୭.୫୦ରେ ସର୍ବାଙ୍ଗ ଚନ୍ଦନ ଲାଗି ଏବଂ ନୂଆଲୁଗା ଲାଗି ହୋଇଥିଲା। ଏହା ଛଡ଼ା ୩୨ ମୂର୍ତି ତଡାଉ ଦ୍ୱାରା ଶ୍ରୀଜୀଉ ମାନଙ୍କର ରାଜବେଶ (ସୁନାବେଶ) ସକାଳ…

ସୁସ୍ଥ ହେଲେ ଆଉ ୨୦୦୩ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଅକ୍ଟୋବର ମାସ ଆରମ୍ଭରୁ ନୂଆ ପଜିଟିଭ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେହିପିର ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ ୨ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହେଉଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ୨୦୦୩ କରୋନା ଆକ୍ରାନ୍ତ…

ସୁଶାନ୍ତଙ୍କ ହତ୍ୟା ପଛରେ ଉଦ୍ଧବ, ଆଦିତ୍ୟଙ୍କ ହାତ: ନାରାୟଣ ରାଣେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସ୍ ଥଣ୍ଡା ପଡି ଆସୁଥିବା ବେଳେ ବିଜେପି ନେତା ନାରାୟଣ ରାଣେଙ୍କ ବୟାନ ଏହାକୁ ପୁଣି ଚର୍ଚ୍ଚାର ବିଷୟ କରି ଦେଇଛି । ସୁଶାନ୍ତ କେସର ତଦନ୍ତରେ ଇଡି, ଏନସିବି ଓ ସିବିଆଇ ଜୋରସୋରରେ ଲାଗିଛନ୍ତି । ସୋମବାର ରାଣେ କହିଛନ୍ତି ସୁଶାନ୍ତଙ୍କ ହତ୍ୟା…

ଇଣ୍ଡିଆ ଏନର୍ଜି ଫୋରମ: ଭାରତରେ ନିବେଶ ପାଇଁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଭାରତର ଶକ୍ତି କ୍ଷେତ୍ରରେ ଭବିଷ୍ୟତ ଅତି ଉଜ୍ଜ୍ୱଳ ଓ ସୁରକ୍ଷିତ। ଏହା ଉପରେ ଦେଶ ଦ୍ରୁତ ଗତିରେ କାମ କରୁଛି । ଆଗାମୀ କିଛି ବର୍ଷରେ ଭାରତରେ ଶକ୍ତି ଚାହିଦା ଦ୍ୱିଗୁଣା ହୋଇଯିବ । ଭାରତୀୟ ବଜାରକୁ କେହି ନଜରଅନ୍ଦାଜ କରିପାରିବେ ନାହିଁ । ଆଜି ଇଣ୍ଡିଆ ଏନର୍ଜି ଫୋରମରେ ଅଭିଭାଷଣ…

କାଜଲ ଅଗ୍ରୱାଲଙ୍କ ‘ପ୍ରି-ୱେଡିଂ ଫେଷ୍ଟିଭ’!

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ କିଚ୍‌ଲୁଙ୍କୁ ବିବାହ କରିବେ । କିନ୍ତୁ ଏହା ପୂର୍ବରୁ ଆରମ୍ଭ ହୋଇଛି ତାଙ୍କର ଉତ୍ସବ । କାଜଲ ତାଙ୍କ ଇଂଷ୍ଟାଗ୍ରାମ୍‌ରେ ପ୍ରି-ୱେଡିଂ ଫେଷ୍ଟିଭର…

ଟସ ଜିଣି ପଞ୍ଜାବର ବୋଲିଂ ନିଷ୍ପତ୍ତି

ସାରଜା : ଚଳିତ ଆଇପିଏଲରେ ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି କୋଲକତା ଓ ପଞ୍ଜାବ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଏଥିରେ ପଞ୍ଜାବ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ପଞ୍ଜାବ ଦଳ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟରେ ଗତ କିଛି ମ୍ୟାଚ ହେଲା…