Latest Odisha News

BREAKING NEWS

ଖସିଲା କରୋନା ମିଟର, ରାଜ୍ୟରେ ୧୬୯୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଖସୁଛି କରୋନା ଗ୍ରାଫ । ପ୍ରାୟ ଏକ ସପ୍ତାହ ଧରି ରାଜ୍ୟରେ ୨ ହଜାର ତଳେ କରୋନା ଚିହ୍ନଟ ହୋଇଛନ୍ତି । ଗତ ୨୪ ଘାଂଟାରେ ୩୦ ଜିଲ୍ଲାରୁ ୧୬୯୫ ନୂଆ ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮୬ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ…

ନାଇଜେରିଆ ହିଂସା; ୫୧ ସାଧାରଣ ଜନତା ଏବଂ ୧୮ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ନେଇ ସୂଚନା ଦେଲେ ରାଷ୍ଟ୍ରପତି

ଲାଗୋସା: ନାଇଜେରିଆରେ ପୋଲିସର ଅତ୍ୟାଚାର ବିରୋଧରେ ଅନେକ ଦିନ ଧରି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପରେ ହିଂସା ଘଟଣାରେ ଅତି କମ୍‌ରେ ୫୧ ଜଣ ସାଧାରଣ ନାଗରିକ ଏବଂ ୧୮ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଏହି ସୂଚନା ଦେଇଛନ୍ତି।…

ଢେଙ୍କାନାଳ ଓ ଚୌଦ୍ୱାର ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ଭୁବନେଶ୍ୱର: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀଙ୍କ ଉପଦ୍ରବ ଖବର ସାମନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ସୋଗର ଗାଁରେ ହାତୀ ପଲ ଉପଦ୍ରବ ଚଳାଇଛନ୍ତି । ଗାଁ ଆଖପାଖରେ ବୁଲୁଛନ୍ତି ୨୩ଟି ହାତୀ । ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ହାତୀ…

ବିଶ୍ୱ କରୋନା ମିଟର; ଗତ ୨୪ ଘଣ୍ଟାରେ ୪.୯୦ ଲକ୍ଷ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ୪ କୋଟି ପାର୍‌ କରିସାରିଲାଣି। ଏଥିମଧ୍ୟରୁ ପ୍ରାୟ ୧୧ ଲକ୍ଷ ରୋଗୀ ପ୍ରାଣ ହରାଇଛନ୍ତି। ବିଶ୍ୱରେ ପ୍ରତିଦିନ ରେକର୍ଡ ସ୍ତରରେ କରୋନା ମାମଲା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଏକ ରେକର୍ଡ ୪.୯୦ ଲକ୍ଷ କରୋନା ମାମଲା ରିପୋର୍ଟ ହୋଇଛି।…

ପୂର୍ବ ଶତ୍ରୁତାରୁ ଛୁରା ମାଡ଼, ଜଣେ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା । ଛୁରା ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବନ୍ଥପଲ୍ଲୀ ଗାଁରେ । ମୃତକଙ୍କ ନାଁ ବଚନ ସ୍ୱାଇଁ । ଅଭିଯୋଗ ହୋଇଛି, ବଚନଙ୍କୁ ଗାଁର କଙ୍ଗାରୁ ଭୂୟାଁ ଛୁରି ଭୁସୀ ଦେଇଥିଲେ ।…

ଆଗାମୀ ଫିଲ୍ମ ପାଇଁ ସଜବାଜ ହେଲେଣି ଜ୍ୟାକ୍‌ଲିନ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ସମ୍ୟକ୍‌ ସୂଚନା ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଯୋଗ କରୁଥିବା ନଜର ଆସିଛନ୍ତି। ଏହା ସହିତ…

ଦିନକରେ ଦେଶରେ ୫୩ ହଜାର କରୋନା ସଂକ୍ରମିତ, ୬୫୦ ମୃତ

ନୂଆଦିଲ୍ଲୀ: ଅକ୍ଟୋବରରେ କରୋନା କାୟା ଧୀରେ ଧୀରେ କମିବାରେ ଲାଗିଛି । ଦେଶରେ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସୁସ୍ଥ ହେଉଛନ୍ତି ଅଧିକ । ମୃତ୍ୟୁସଂଖ୍ୟା ବି କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୫୩ ହଜାର ୩୭୦ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…

ପୁଣି ଚର୍ଚ୍ଚାରେ ସୋନୁ; ଏକ ବର୍ଷର ଶିଶୁକୁ ସହାୟତାର ହାତ ବଢାଇଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱୟଂ ଭଗବ‌ାନ ସାଜିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏଥର ଅଭିନେତା ସୋନୁ ସୁଦ୍‌ ମୁମ୍ବାଇରେ ରହୁଥିବା ଗୋଟିଏ ଛୋଟ ଶିଶୁଟିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଲକଡାଉନ୍ ସମୟରେ…

ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଆମେରିକାବାସୀଙ୍କୁ କରୋନା ଭ୍ୟାକସିନ୍ ଫ୍ରି

ଓ୍ୱାଶିଂଟନ୍: ବିହାର ବିଧାନସଭା ନିର୍ବାଚନ ପାଇଁ ଇସ୍ତାହରରେ ବିଜେପି ପ୍ରତିଶ୍ରୁତି ଦେଇଛି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ମାଗଣାରେ ଦେବ କରୋନା ଟିକା । ଆମେରିକାରେ ବି ରାଷ୍ଟ୍ରପତି ନିର୍ବାଚନ ରଣାଙ୍ଗନାରେ କରୋନା ଟିକା ମୁଖ୍ୟ ମୁଦ୍ଦା ହୋଇଛି । ବିଜୟୀ ହେଲେ ଆମେରିକାବାସୀଙ୍କୁ ମାଗଣାରେ…

ଭଲ ଖବର: ସ୍ଥଗିତ ରଖିଥିବା କରୋନା ଟିକା ଟ୍ରାଏଲ୍ ଆରମ୍ଭ କରିବ ଜନସନ୍ ଏଣ୍ଡ ଜନସନ୍

ନୂଆଦିଲ୍ଲୀ: ଆମେରିକାରେ ପୁଣି ଥରେ ଜନସନ୍ ଏଣ୍ଡ ଜନସନ୍ ଆରମ୍ଭ କରିବ ସ୍ଥଗିତ ରଖିଥିବା କରୋନା ଟିକାର ପରୀକ୍ଷଣ । ଏନେଇ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ କ୍ରିନିକାଲ୍ ଟ୍ରାଏଲ୍ ନେଇ ପ୍ରସ୍ତୁତି । ତେବେ ନିର୍ଦ୍ଦିଷ୍ଟ ଭାବରେ କେବେଠୁ…