Latest Odisha News

BREAKING NEWS

କବିତା-ଆହ୍ୱାନ

ପ୍ରସେନଜିତ୍ ସେଠୀ                                                     

ଶ୍ୱାନ ଚିତ୍କାରରେ ସୁପ୍ତ ସିଂହ ତୋର
ପୌରୁଷତ୍ବ କାହିଁ ଜାଗେ ନାହିଁ,
ଉଠ ଉଠ ଆଜି ସମୟ ଆସିଛି
ଆପଣା ସମ୍ମାନ ରକ୍ଷା ପାଇଁ।

ତୁ ସିନା ଶୋଇଛୁ ଦୀର୍ଘ ସୁସୁପ୍ତିରେ
ଆତ୍ମ ସମ୍ମାନକୁ ଦ୍ୱାହି ଦେଇ,
ଶତ୍ରୁ ଭାବେ ତୋତେ ନପୁଂସକ ବୋଲି
ବ୍ୟୁହ ରଚେ ତୋର ଧ୍ଵଂସ ପାଇଁ ।

ଶତ୍ରୁ ଜାଣେ ତାର ବୃଥା ଅଭିପ୍ରାୟ
ପୂର୍ଣ୍ଣ କରେ କୁମନ୍ତ୍ରଣା କରି
ତୋତେ ଜାଗିବାକୁ ହେବ ଅସ୍ତ୍ର ସଜାଇ
ତାର ସମ୍ମୁଖୀନ ହେବା ପାଇଁ ।

ଅନେକ ଦେଖିଲୁ ଆପଣାର କ୍ଷୟ,
ଜାଗ୍ରତରେ ତୁ ଶୋଇ ରହି,
ହୁଅ ପ୍ରସ୍ତୁତ ରଣକ୍ଷେତ୍ରେ ଆଜି
ଶତ୍ରୁକୁ ଜାଳି ଦେବାକୁ ଧସାଇ ।

ବାଲିଆ , ଗୋପୀନାଥପୁର, ଜଗତସିଂହପୁର

Leave A Reply

Your email address will not be published.