Latest Odisha News

BREAKING NEWS

Browsing Tag

Corona Virus Alert

ଘରେ ସୁରକ୍ଷିତ ରହିବା ନେଇ ଭିଡିଓ ଜରିଆରେ ନିବେଦନ କଲା ଓଡିଶା ପୋଲିସ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ସମସ୍ତଙ୍କୁ ଘରେ ରହିବା ସହ ଅଯଥା ବାହାରକୁ ଆସି ଗହଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି । କିନ୍ତୁ ଏହି ସମୟରେ ଯେଉଁମାନେ ଆମକୁ ସୁରକ୍ଷା ଯୋଗାଇ ଦେଇ ଆସୁଛନ୍ତି ଅର୍ଥାତ ପୋଲିସ କର୍ମଚାରୀଙ୍କ ପାଇଁ…

ସବୁ ଫିଲ୍ଡ କର୍ମଚାରୀଙ୍କୁ ତିନି ଲେୟର ବିଶିଷ୍ଟ ସର୍ଜିକାଲ ମାସ୍କ ଦେବା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଫିଲ୍ଡ କର୍ମଚାରୀଙ୍କୁ ତିନି ଲେୟର ବିଶିଷ୍ଟ ସର୍ଜିକାଲ ମାସ୍କ ଯୋଗାଇ ଦେବା ପାଇଁ ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଂଜ ବିହାରୀ ଧଳ ।…

ଗୋଟିଏ ଦିନରେ ୧୫ କରୋନା ପଜିଟିଭ ଚିହ୍ନଟ ପରେ ବମିଖାଲ ଅଂଚଳ ସିଲ୍

ଭୁବନେଶ୍ୱର : ରାଜଧାନୀର ବମିଖାଲ ଅଂଚଳରେ ରବିବାର ୧୫ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ସମଗ୍ର ଅଂଚଳ ସିଲ୍ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ଲଷ୍ଟର ନିୟନ୍ତ୍ରଣ ବ୍ୟବସ୍ଥା ଆରମ୍ଭ କରାଯିବା ସହିତ ଘରକୁ ଘର ସର୍ଭେ ଆରମ୍ଭ କରାଯାଇଛି । ସମସ୍ତ ସନ୍ଦିଗ୍ଧ ଏବଂ…

କଳାହାଣ୍ଡିରେ ଚିହ୍ନଟ ହେଲେ ରାଜ୍ୟର ୨୧ତମ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଆଉଜଣେ ନୂଆ କରୋନା ରୋଗୀ ଆଜି ଚିହ୍ନଟ ହୋଇଛିନ୍ତି । ଏଥିସହିତ ଓଡିଶାରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୨୧ ରେ ପହଞ୍ଚିଛି । କୌଣସି ଲକ୍ଷଣ ନଥିବା କଳାହାଣ୍ଡିର ୨୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସ୍ୱାବ୍ ନମୁନା କରୋନା ପଜିଟିଭ୍ ଆସିଥିବା ରାଜ୍ୟ…

ସୂର୍ଯ୍ୟନଗର କୋଭିଡ୧୯ ପଜିଟିଭଙ୍କ ମିଳିଲା କୋଲକାତା ଲିଙ୍କ

ଭୁବନେଶ୍ୱର : ରାଜଧାନୀର ସୂର୍ଯ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀଙ୍କ ଝିଅ କିଛି ଦିନ ତଳେ କୋଲକାତାରୁ ଫେରିଥିବା ସୂଚନା ମିଳିଛି । ସେଠାରେ ସେ ଚାରିଦିନ ରହି ଫେରିଥିଲେ ଏବଂ ସମ୍ଭବତଃ ସେହିଠାରୁ ହିଁ ସଂକ୍ରମଣ ହୋଇଥିବା ଶନିବାର କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର…

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦୦ ଟପିଲା, ମୃତ୍ୟୁ ସଂଖ୍ୟା ୭୫ ଛୁଇଁଲା

ନୂଆଦିଲ୍ଲୀ: ବିଗତ ଏକ ସପ୍ତାହରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୭୨ରେ ପହଞ୍ଚିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ…

ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କରିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଲେ ୫ଟି ସଚିବ

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ତବ୍‌ଲିଘି ଜମାତ୍ ସମାବେଶରେ ଯୋଗଦେଇ ଓଡିଶା ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଛି । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ୫ଟି ସଚିବ ଭି.…

କରୋନା ସଂକ୍ରମଣ: ବାହାରକୁ ବାହାରିଲେ ମୁହଁ ଘୋଡାଇ ରଖିବାକୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : କୌଣସି ଲକ୍ଷଣ ଦେଖାଯାଉ ନ ଥିବା କରୋନା ସଂକ୍ରମିତ ରୋଗୀ ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମଣ କରିବାର ସମ୍ଭାବନା ଦୃଷ୍ଟିରୁ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ନିହାତି ଆବଶ୍ୟକ ପଡିଲେ ବାହାରକୁ…

ସଟ୍ ଡାଉନ କଟକଣା ଉଲଂଘନ କରି ରାଜ୍ୟରେ ପ୍ରାୟ ୨୪ଶହ ଗିରଫ : ପୋଲିସ ଡିଜି

ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହରରେ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି । ତେବେ କେତେକ ସ୍ଥାନରେ କିଛି ଲୋକ ଏହାର ଉଲଂଘନ କରିଥିବା ଦେଖାଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏ ଯାଏଁ…

ସଟ୍ ଡାଉନ ବେଳେ ଜାଣନ୍ତୁ ଭୁବନେଶ୍ୱର ଓ କଟକରେ କେଉଁ କେଉଁ ଔଷଧ ଦୋକାନ ଖୋଲାରହିବ

ଭୁବନେଶ୍ୱର: ଭୁବନେଶ୍ୱର, କଟକ ଓ ଭଦ୍ରକରେ ଶୁକ୍ରବାର ରାତି ୮ଟାରୁ ଆରମ୍ଭ ହୋଇ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ସଟ୍ ଡାଉନ ପାଳନ ହେଉଛି । ଏହା ରବିବାର ରାତି ୮ଟାରେ ଶେଷ ହେବ । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ…