Latest Odisha News
Browsing Tag

Corona Virus Alert

ମେ ୧୫ ଯାଏଁ ବଢିପାରେ ସ୍କୁଲ, କଲେଜର ଛୁଟି

ନୂଆଦିଲ୍ଲୀ: ଲକ୍ ଡାଉନ ସମୟ ସୀମାକୁ ବୃଦ୍ଧି କରିବା ନେଇ ଚିନ୍ତା କରାଯାଉଥିବା ବେଳେ ସ୍କୁଲ, କଲେଜର ଛୁଟି ଅବଧିକୁ ମେ ୧୫ ଯାଏଁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି କୋଭିଡ୧୯ ମୁକାବିଲା ପାଇଁ ଗଠିତ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଗୋଷ୍ଠୀ । ଏଥି ସହ ଧର୍ମାନୁଷ୍ଠାନଗୁଡିକରେ ଲୋକଙ୍କ ଗହଳି ନେଇ…

ସାବଧାନ ! ତୋଷାଳୀ ଭବନ ନିକଟ ଓମଫେଡ୍ ବୁଥକୁ ଯାଇଥିଲେ କ୍ୱାରେଣ୍ଟାଇନରେ ରୁହନ୍ତୁ

ଭୁବନେଶ୍ୱର : ସତ୍ୟନଗରରୁ ଚିହ୍ନଟ ଜଣେ କରୋନା ପଜିଟିଭ ତୋଷାଳୀ ଭବନ ନିକଟ ଓମଫେଡ ବୁଥକୁ ପ୍ରାୟତଃ ଯାଉଥିଲେ । ତେଣୁ ଓମଫେଡ୍ ବୁଥକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି । ପ୍ରତ୍ୟେକ ବ୍ୟକ୍ତି ଘରେ ସଙ୍ଗରୋଧରେ ରହିବା ପାଇଁ…

କରୋନା ଭୟ : ଭୁବନେଶ୍ୱରରେ ଏଣିକି ଘରେ କ୍ଷୀର ପ୍ୟାକେଟ ପହଞ୍ଚାଇବ ଓମ୍‌ଫେଡ୍‌

ଭୁବନେଶ୍ୱର : କରୋନା ସଂକ୍ରମଣ ଭୟରେ ସରକାର ପୁରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଦରକାର ନ ଥିଲେ ଘରୁ ବାହାରିବା ଉପରେ କଟକଣା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଓମ୍‌ଫେଡ୍ ପକ୍ଷରୁ ଭୁବନେଶ୍ୱରରେ ଘରେ କ୍ଷୀର ତଥା ଦୁଗ୍ଧ…

ଭୁବନେଶ୍ୱରର ମୋ ବସ୍ ସେଲଟରଗୁଡିକରେ ବସିଲା ପରିବା ହାଟ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ ବର୍ତ୍ତମାନ ମୋ ବସ୍ ସେବା ବନ୍ଦ ରହିଛି । ତେବେ ମୋ ବସ୍ ପାଇଁ ସହରର ବିଭିନ୍ନ ସ୍ଥାନରେ ଥିବା ସେଲଟରଗୁଡିକରେ ଏବେ ପରିବା ଦୋକାନ ଖୋଲାଯାଇଛି । ଆପଣ ଆପଣଙ୍କ ଘର ପାଖରେ ଥିବା ମୋ ବସ୍ ସେଲଟରଗୁଡିକ ପାଖକୁ ଗଲେ ସୁବିଧାରେ ପରିବା…

ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ତବଲିଘି ଜମାତରୁ ଫେରିଥିବା ୪୨ ଜଣ ବ୍ୟକ୍ତି କଲେ ପଂଜୀକରଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ ପରେ ଦିଲ୍ଲୀ ନିଜାମୁଦ୍ଦିନର ତବଲିଘି ଜମାତ ଫେରନ୍ତା ୪୨ ଜଣ ବ୍ୟକ୍ତି ଆଜି ୧୦୪ କୁ ଫୋନ କରି ପଂଜୀକରଣ କରିଛନ୍ତି । ଏହା ପୂର୍ବରୁ ୨୮ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ତିନି ଜଣ କରୋନା ପଜିଟିଭ ଚିହ୍ନଟ…

ଏପ୍ରିଲ୍ ୯ରୁ ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ

ଭୁବନେଶ୍ୱର: ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର ଠାରୁ ସମସ୍ତ ବ୍ୟକ୍ତିଙ୍କ ପାଇଁ ଘରୁ ବାହାରିବା ମାତ୍ରେ କୌଣସି ବି ଉପଲବ୍ଧ ମାସ୍କ ପିନ୍ଧିବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଲୋକେ କୌଣସି ଜରୁରୀ…

ଏପ୍ରିଲ ୧୦ ସୁଦ୍ଧା ଦିନକୁ ୧୦୦୦ କୋଭିଡ୧୯ ନମୁନା ପରୀକ୍ଷଣ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ୧୯ ପରିସ୍ଥିତିର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କରୋନା ସ୍ୱାବ ନମୁନା ପରୀକ୍ଷଣ ବ୍ୟବସ୍ଥାର ବଢାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଭୁବନେଶ୍ୱରର ଆରଏମଆରସି, ଏମସ୍ ଓ କଟକ ଏସସିବିରେ ଏହି ବ୍ୟବସ୍ଥା ରହିଛି ।…

କରୋନା ପଜିଟିଭ ଚିହ୍ନଟକୁ ସାଂପ୍ରଦାୟିକ ରଙ୍ଗ ନଦେବାକୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ

ଭୁବନେଶ୍ୱର : କରୋନା ସଂକ୍ରମଣ ଓ ଲକ୍ ଡାଉନ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲିସକୁ ସଜାଗ ରହିବାକୁ କହିବା ସହିତ କରୋନା ସଂକ୍ରମଣ ପରିସ୍ଥିତିକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡା…

ସମ୍‌ରେ ଆରମ୍ଭ ହେଲା ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ

ଭୁବନେଶ୍ୱର: ରାଜଧାନୀରେ ସମ୍‌ରେ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲର ଆଜି ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରହଲ୍ଲାଦ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି…

ରାଜଧାନୀରେ ଘର ପାଖରେ ପନିପରିବା ଓ ଗ୍ରୋସରୀ ପହଞ୍ଚାଇବାର ବ୍ୟବସ୍ଥା କଲା ପ୍ରଶାସନ

ଭୁବନେଶ୍ୱର : ଲକ୍ ଡାଉନ ବେଳେ ସହରରେ ଲୋକଙ୍କ ଘର ପାଖକୁ ମୋବାଇଲ ଭ୍ୟାନ ପନିପରିବା ଓ ଗ୍ରୋସରୀ ପହଞ୍ଚାଉଛି । ବିଏମସି ପକ୍ଷରୁ ଆଜି ୨୦୦ଟି ଭ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଛି । ତେବେ କେଉଁ ଅଞ୍ଚଳରେ କେଉଁ ଭ୍ୟାନକୁ ଫୋନ କଲେ ଏହି ସାମଗ୍ରୀ ଆପଣଙ୍କୁ…