Latest Odisha News
Browsing Tag

Mayurbhanj

ଖରାଦିନେ ଜଳସଙ୍କଟ ; ପାଣି ପାଇଁ ଡହଳ ବିକଳ ଲୋକେ

ମୟୁରଭଞ୍ଜ : ଖରାଦିନେ ପାଣି ପାଇଁ ହନ୍ତସନ୍ତ ଗାଁ ଲୋକେ । ବାରମ୍ବାର ଦାବି ପରେ ମଧ୍ୟ ମିଳୁନି ବୁନ୍ଦାଏ ଶୁଦ୍ଧ ପାନୀୟ ଜଳ । ଗ୍ରୀଷ୍ମ ପ୍ରବାହରେ ଲୋକେ ଆକ୍ତାମାକ୍ତା ହେଉଥିବା ବେଳେ ପାନୀୟ ଜଳର ଚିନ୍ତା କଷ୍ଟକୁ ଦ୍ୱିଗୁଣିତ କରିଛି । ଶୁଦ୍ଧ ପାନୀୟ ଜଳ ବୁନ୍ଦାଏ ନ ମିଳିବାରୁ ଶେଷରେ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ କାହିଁକି କଟିଲା ବିଦ୍ୟୁତ୍ ? ତଦନ୍ତ କରିବ ୩ ଜଣିଆ କମିଟି, ଜଣେ ନିଲମ୍ବିତ

ବାରିପଦା: ବର୍ଷା କି ଘଡ଼ଘଡ଼ି ନଥିଲା, ହେଲେ କାହିଁକି ରାଷ୍ଟ୍ରପତି ବକ୍ତବ୍ୟ ରଖିବା ବେଳେ ୯ ମିନିଟ୍ ଧରି ବିଜୁଳି ଲୁଚକାଳି ଖେଳିଲା । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍ ବିଭ୍ରାଟକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ…

ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍, ଅନ୍ଧାରରେ ବକ୍ତବ୍ୟ ରଖିଲେ ରାଷ୍ଟ୍ରପତି

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଅନ୍ତିମ ଦିନ । ଆଜି ରାଷ୍ଟ୍ରପତି ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଆରମ୍ଭର କିଛି ସମୟ ପରେ ବିଦ୍ୟୁତ୍ କଟି ଯାଇଥିଲା ।…

ବାଉଁଶରେ ବିଷ ଦେଇ ହାତୀ ମାରୁଥିଲେ; ଖସିଗଲେ ୩, ଜଣଙ୍କୁ ଗିରଫ କଲା ବନ ବିଭାଗ

ବାରିପଦା: ରାଜ୍ୟରେ ହାତୀ ମୃତ୍ୟୁ ଥମୁନି । କେବେ ବିଦ୍ୟୁତ୍ ଲାଗି ତ ଆଉ କେବେ ହାତୀ ମଣିଷ ଲଢ଼େଇରେ ଜୀବନ-ଜୀବିକା ବାଜି ଲାଗୁଛି । ହାତୀ ବଂଶ ବୃଦ୍ଧି ସହ ଗଜରାଜଙ୍କ ସୁରକ୍ଷା ଲାଗି ସରକାର ଯୋଜନା କରୁଥିବା ବେଳେ ଶିକାରୀ ଶିକାର ଲାଗି ନୂଆ ପନ୍ଥା ଆପଣାଉଛନ୍ତି । ମୟୂରଭଞ୍ଜ ଜିଲ୍ଲା…

ଦାହ ସଂସ୍କାର ପାଇଁ ଆସିଥିଲେ, ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ

ବାରିପଦା: ଘର ଉପରେ ଖସିଲା ମୃତ୍ୟୁ । ବୈଶାଖର ବଜ୍ରାଘାତରେ ଚାଲିଗଲା ତିନି ତିନି ଜଣଙ୍କ ଜୀବନ । ଦାହ ସଂସ୍କାର ପାଇଁ ଆସିଥିବା ବେଳେ ବଜ୍ରପାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରଞ୍ଜିଆ…

ମୟୂରଭଞ୍ଜ ଗସ୍ତରେ 5T ସଚିବ, ପର୍ଯ୍ୟଟନସ୍ଥଳୀ ସହ ଐତହ୍ୟସ୍ଥଳୀର ହେବ ନବୀକରଣ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଐତହ୍ୟ ସ୍ଥଳ ଝଲସିବ । ଖିଚିଂ, ଦେବକୁଣ୍ଡ, ଭୀମକୁଣ୍ଡ ଆଦି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ନବୀକରଣ ହେବ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳ ନୂଆ ରୂପ ପାଇବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି…

ବିଦ୍ୟାଳୟରେ କେମିତି ଭାଙ୍ଗିଲା ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଗୋଡ଼ ?

ବାରିପଦା: ବୟସ ୧୦ ବର୍ଷ । ପଞ୍ଚମ ଶ୍ରେଣୀରେ ପଢ଼ନ୍ତି ଉଦିତ୍ ବିନ୍ଧାଣୀ । ସବୁଦିନ ଭଳି ଉଦିତ ଆଜି ବି ସକାଳେ ପଢ଼ିବାକୁ ଯାଇଥିଲେ । ହେଲେ ସ୍କୁଲରୁ ଘରକୁ ଫେରିନଥିଲେ । ବରଂ ତାଙ୍କୁ ବିଦ୍ୟାଳୟରୁ ନେବାକୁ ପଡ଼ିଥିଲା ହସ୍ପିଟାଲ । ତେବେ ବିଦ୍ୟାଳୟରେ କଣ ହେଲା ? କାହିଁକି ନିଆଗଲା ହସ୍ପିଟାଲ୍…

ବକେୟା ବିଲ୍ ପାସ୍ ପାଇଁ ୬୫ ହଜାର ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ

ବାରିପଦା: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇଙ୍କୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ଧରିଛି । ଜଣେ କଣ୍ଟ୍ରାକ୍ଟରଙ୍କ ବକେୟା ବିଲ୍ ପାସ୍ ଲାଗି କନିଷ୍ଠ ଯନ୍ତ୍ରୀ ଆଶିଷ ଲାଞ୍ଚ ମାଗିଥିଲେ । ଆଜି କନିଷ୍ଠ ଯନ୍ତ୍ରୀ ୬୫…

ବାକି ଟଙ୍କା ମାଗିବାରୁ ଦୋକାନରେ ଲଗାଇଲେ ନିଆଁ

ମୟୁରଭଞ୍ଜ : କପ୍ତିପଦା ଥାନା ଅନ୍ତର୍ଗତ ଶାଳଚୁଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ବାକି ଟଙ୍କା ମାଗିବାରୁ ଯୁବକଙ୍କ ଉନ୍ମତକାଣ୍ଡ । ସୂଚନା ଅନୁଯାୟୀ ଶାଳଚୁଆ ଗାଁରେ ଆଦିକନ୍ଦ ବାରିକ ଏକ ଗ୍ରୋସରୀ ଦୋକାନ କରିଥିଲେ । ଆଦିକନ୍ଦଙ୍କ ଦୋକାନରୁ ସଞ୍ଜୟ ଜେନା ନାମକ ଜଣେ ଯୁବକ ବାକିରେ ସାମଗ୍ରୀ…

ମୃତ ସାପକୁ ବାଡ଼ିରେ ଧରିଲେ ବୋଲି ଛାତ୍ରଙ୍କୁ ମାଡ଼ ମାରିଲେ ଶିକ୍ଷକ, ଥାନାରେ ଏତଲା

ବାରିପଦା: ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ । ମନ ଇଚ୍ଛା ପିଟିଲେ ଶିକ୍ଷକ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କପ୍ତିପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ୬ ବର୍ଷର ଶୁଭ…