Latest Odisha News
Browsing Tag

Rayagada

ଲାଲଗଡ଼ରେ ଲାଲବାହିନୀର ଲଙ୍କାକାଣ୍ଡ : ଜାଳିଦେଲେ ୯ଟି ମେସିନ

ରାୟଗଡ଼ା : ଗତ କିଛିଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇ ଉଠିଛି ଲାଲବାହିନୀ । ଲାଲଗଡ଼ରେ ପୁଣି ଆତଙ୍କ ଖେଳାଇଲା ଲାଲବାହିନୀର ଲଙ୍କାକାଣ୍ଡ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଆତଙ୍କ ଖେଳାଇଛନ୍ତି ଲାଲବାହିନୀ । କ୍ରସରରେ ଥିବା ମୋଟ ୯ଟି ମେସିନ…

ଦିନକରେ ଦୁଇ ଅଘଟଣ; ରାୟଗଡ଼ାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍, ଢେଙ୍କାନାଳରେ ଲାଗିଲା ନିଆଁ

ରାୟଗଡ଼ା/କାମାକ୍ଷାନଗର: ଭାରତୀୟ ରେଳବାଇ ପିଛା ଅଘଟଣ, ଦୁର୍ଘଟଣା ପିଛା ଛାଡ଼ୁନି । ଆଜି ଗୋଟିଏ ଦିନରେ ରାଜ୍ୟର ୨ଟି ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଥିବା ବେଳେ ଢେଙ୍କାନାଳରେ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଛି ।…

ଆଜି ନକ୍ସଲ ସଂଗଠନ ପକ୍ଷରୁ ରାୟଗଡା ଜିଲ୍ଲା ବନ୍ଦ ଡାକରା

ରାୟଗଡ଼ା : ତାତିଲେ ନକ୍ସଲ ସଂଗଠନ। ରାସ୍ତାରେ ଲଗାଇଲେ ପୋଷ୍ଟର। ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଦାବି ନେଇ ପୋଷ୍ଟର ଲଗାଇଛନ୍ତି । ଅଡିଓ ଟେପ ଜରିଆରେ ମାଓବାଦୀ ୧୫ ତାରିଖ ୭ଟି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ପୋଷ୍ଟର ମାରିବା ସହ ଗଛ…

କୋଟିଆ ପରେ ଲାଉଗୁଡ଼ା ଉପରେ ଆନ୍ଧ୍ରର ଆଖି, ମନରେଗାରେ ଖୋଳିଲା ପୋଖରି

ଗୁଣପୁର: କୋରାପୁଟର କୋଟିଆ ପରେ ରାୟଗଡ଼ାର ଲାଉଗୁଡ଼ା ଉପରେ ଆଖି ପକାଇଛି ଆନ୍ଧ୍ରପ୍ରଦେଶ । ରାୟଗଡ଼ା ରାମନାଗୁଡ଼ା ବଲସୁଲୁଡ଼ି ମୌଜା ଲାଉଗୁଡ଼ାରେ ଆନ୍ଧ୍ରପ୍ରଦେଶର ମନମାନି ଦେଖିବାକୁ ମିଳିଛି । ଓଡ଼ିଶା ସୀମାରେ ପଶି ମନରେଗା ଯୋଜନା ଅଧିନରେ ଆନ୍ଧ୍ର ପୋଖରି ଖୋଳୁଥିବା ନେଇ ଗ୍ରାମବାସୀଙ୍କ…

ମାଆ ମଝିଘରିଆଣିଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ୫ ମୃତ

ରାୟଗଡ଼ା: ମାଆଙ୍କ ଆଶୀର୍ବାଦ ଭିକ୍ଷା କରି ଫେରୁଥିଲେ, ରାସ୍ତାରେ ଚାଲିଗଲା ଜୀବନ । ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତାହତ ଆନ୍ଧ୍ରପ୍ରଦେଶ କମରଡ଼ାର ବୋଲି ଜଣାପଡ଼ିଛି । ଆଜି ଅଟୋରେ ଆନ୍ଧ୍ର…

ଟ୍ରେନ୍ ଉପରେ ଚଢ଼ି ସେଲଫି ନେବା ବେଳେ ଜଳିଗଲେ ଯୁବକ

ରାୟଗଡ଼ା: ବିବାହ ଉତ୍ସବକୁ ମନ ଖୁସିରେ ଯାଇଥିଲେ । ହେଲେ ସେଲଫି ନେବା ବେଳେ ଚାଲିଗଲା ଜୀବନ । ରାୟଗଡ଼ା ଜିଲ୍ଲା ଭାଲୁମସ୍କା ଗାଁକୁ ଏକ ବିବାହ ଉତ୍ସବକୁ ଯାଇଥିଲେ ୩ ଜଣ । ସେଠାରେ ରେଳ ଷ୍ଟେସନ ନିକଟରେ ବୁଲୁଥିବା ବେଳେ ଦେବେନ୍ଦ୍ର ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ସେଲଫି ନେବା ଲାଗି…

ସ୍ୱାସ୍ଥ୍ୟ କେନ୍ଦ୍ର ଯିବା ପାଇଁ ବିପଦପୂର୍ଣ୍ଣ ଯାତ୍ରା, ଭରା ନଦୀରେ ଖଟିଆରେ ବୁହା ହେଲେ ରୋଗୀ

ରାୟଗଡ଼ା : ଗାଁ କୁ ନାହିଁ ମୌଳିକ ସୁବିଧା। ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଗାଁ ଲୋକେ । ଖଟିଆରେ ବୁହା ହେଉଛନ୍ତି ରୋଗୀ । ବିପଦପୂର୍ଣ୍ଣ ଭାବେ ନଦୀରେ ହେଉଛନ୍ତି ପାର୍‌ । ପୁଣି ରାୟଗଡ଼ାରୁ ସାମ୍ନାକୁ ଆସିଲା ଏପରି ବିକଳ ଚିତ୍ର । ଯନ୍ତ୍ରଣାରେ ଛଟପଟ ହେଉଛି ରୋଗୀ। ସ୍ୱାସ୍ଥ୍ୟ…

ରାୟଗଡ଼ାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା, କ୍ରାଇମବ୍ରାଞ୍ଚ ଗଠନ କଲା ଆଉ ଏକ ଟିମ୍

ଭୁବନେଶ୍ୱର: ରାୟଗଡ଼ାର ହୋଟେଲରେ କେମିତି ୨ ଦିନ ବ୍ୟବଧ୍ୟାନରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା । ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଉ ଏକ ଟିମ୍ ଗଠନ କରିଛି । ୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ରାୟଗଡ଼ା ଯାଇଛି । ଏହି ଟିମର ନେତୃତ୍ୱ ନେଉଛନ୍ତି…

କେମିତି ମଲେ ଦୁଇ ରୁଷ ପର୍ଯ୍ୟଟକ ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ରାୟଗଡା: ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଖବରକୁ ନେଇ ପୋଲିସ ଛାନଭିନ କରୁଥିବାବେଳେ  ଆସିଲା   ଶବ ବ୍ୟବଚ୍ଛେଦ ରିପୋର୍ଟ  ।  ଏହି ଶବ ବ୍ୟବଚ୍ଛେଦ ରିପୋର୍ଟ କହିବ ମୃତ୍ୟୁର କାରଣ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ଜଣଙ୍କର ହାର୍ଟଆଟାକରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କର…

ରାୟଗଡ଼ାରେ ୨ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ରାୟଗଡ଼ାର ଏକ ହୋଟେଲରେ ୨ ଋଷୀୟ ପର୍ଯ୍ୟଟକଙ୍କ ଅସ୍ୱାଭାବିକ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ୪୮ ଘଣ୍ଟା ମଧ୍ୟରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠିଥିଲା । ପ୍ରଥମେ ୨୨ ତାରିଖରେ ବ୍ଲାଡିମିର ବିଦାନୋଭଙ୍କ ସନ୍ଦେହଜନକ…