Latest Odisha News

BREAKING NEWS

ଲାଲବାହିନୀକୁ ଝଟକା: ଆତ୍ମସମର୍ପଣ କଲା କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡମା

ମାଲକାନଗିରି: ଲାଲବାହିନୀକୁ ଶକ୍ତ ଝଟକା । ପୋଲିସକୁ ବଡ଼ ସଫଳତା । ତେଲେଙ୍ଗାନା ପୋଲିସ ଓ ସିଆରପିଏଫ ନିକଟରେ ବନ୍ଧୁକ ସହ ଆତ୍ମସମର୍ପଣ କଲା ଛତିଶଗଡ଼ର କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡମା । ସଂଗଠନରେ ପୂର୍ବ ଭଳି ନୀତି ଓ ଆଦର୍ଶ ନଥିବା ବେଳେ ତେଲେଗୁ ମାଓନେତାମାନେ ଛତିଶଗଡ଼ କ୍ୟାଡେରଙ୍କୁ ନିର୍ୟ୍ୟାତନା ଦେଉଛନ୍ତି । ଏହି କାରଣରୁ ସେ ମାଓ ସଂଗଠନ ଛାଡିଥିବା ତେଲେଙ୍ଗାନା ପୋଲିସ କହିଛି ।

ଗତ ୧ ତାରିଖରେ ତେଲେଙ୍ଗାନାର ମୁଲେଗୁ ଜିଲ୍ଲା ପୋଲିସ ଓ ସିଆରପିଏଫ ୧୫୧ ବାଟାଲିୟନ ନିକଟରେ ଆତ୍ମସମର୍ପଣ କରିଛି ମାଣ୍ଡଭି ହିଡମା । ତାଙ୍କ ଘର ଛତିଶଗଡ଼ ସୁକମା ଜିଲ୍ଲା କିସ୍ତାରାମ ଥାନା ଅନ୍ତର୍ଗତ ତଣ୍ଡାମାର୍କା ଗାଁରେ । ୯ ବର୍ଷ ପୂର୍ବେ ମାଓ ସଂଗଠନରେ ସାମିଲ ହୋଇଥିଲେ ।

ପ୍ରଥମେ ଜଣ ନାଟ୍ୟ ମଣ୍ଡଳୀରେ ଜଣେ ସକ୍ରିୟ ସଦସ୍ୟ ଥିଲେ । ପରେ ମିଲିସିଆ ସଦସ୍ୟ ଭାବରେ କାମ କରି ମାଓବାଦୀ ସଂଗଠନକୁ ସୁଦୃଢ଼ କରିବା ଦିଗରେ ଚେଷ୍ଟା କରିଥିଲେ ଡିହମା । ଆତ୍ମସମର୍ପଣ ପରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ତାଙ୍କୁ ଯୋଗାଇ ଦିଆଯିବ ବୋଲି ତେଲେଙ୍ଗାନା ପୋଲିସ କହିଛି ।

Comments are closed, but trackbacks and pingbacks are open.