Latest Odisha News

ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍ ,୨ ମୃତ

ଅନୁଗୁଳ : ମର୍ମନ୍ତୁଦ ଦୁର୍ଘଟଣା ନେଲା ଜୀବନ । ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ବଇଣ୍ଡାରୁ ଆଠମଲ୍ଲୀକ ଆଡକୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ବ୍ରିଜ ତଳେ ବାଡେଇ ହୋଇ ପଡିଯାଇଥିଲା ।

ପିକ୍ଅପ୍ ଭ୍ୟାନରେ  ଥିବା ୮ ଜଣ କିଏ କେଉଁ ଆଡେ ଛିଟକି ପଡିଥିଲେ ।ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୫ ଅଧିକ ଲୋକ ଗୁରୁତର ହୋଇ ହୋଇପଡିଛନ୍ତି ।ସେମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.