Latest Odisha News

BREAKING NEWS

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଏସକେଓ୍ବାଇ ବନ୍ଦ ପାଇଁ ଯୋଜନା କରୁଛନ୍ତି: ବିଜେଡି

ଭୁବନେଶ୍ବର: ବିଏସକେଓ୍ବାଇ କୁ ନେଇ ଧର୍ମେନ୍ଦ୍ରଙ୍କୁ ବିଜେଡିର ତେରଛା ବାଣ । ବିଏସକେଓ୍ବାଇ ବନ୍ଦ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି କହିଲା ବିଜେଡି । ଓଡିଶା ବାହାରେ ବି ବିଏସକେଓ୍ବାଇ ଲାଭ ପାଇଛନ୍ତି ଜନତା । ବିଏସକେଓ୍ବାଇ ନଥିଲେ ୩୮୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତେ ଏହି ଲୋକ । କେବଳ ମାତ୍ର ବିଏସକେଓ୍ବାଇ ଯୋଗୁ ସେମନାଙ୍କର ଏହି ଟଙ୍କା ରହିଗଲା । କିନ୍ତୁ ଦୁଃଖର ବିଷୟ ଏହା ଯେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଏସକେଓ୍ବାଇ ବନ୍ଦ କରିବାକୁ ଯୋଜନା କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ବିଏସକେଓ୍ବାଇ ହେଲଥ କାର୍ଡ ଯାହା ସାଢେ ଚାରି କୋଟି ଓଡିଶାବାସୀଙ୍କୁ ସଶକ୍ତ, ଆତ୍ମବିଶ୍ୱାସ ଓ ଗ୍ୟାରେଣ୍ଟି ଦେଇଛି ଯେ ଦେହ ଖରାପ ହେଲେ ରାଜ୍ୟ ସରକାର ଅଛନ୍ତି । ସରକାରୀ ହସ୍ପିଟାଲ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଅଛି । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଏହା ସାରା ଦେଶରେ ନୂତନ ଉଦାହରଣ ସୃଷ୍ଟି କରିଛି । ୬୫୨ ହସ୍ପିଟାଲ ଅନ୍ତର୍ଭୁକ୍ତ ଓଡ଼ିଶାରେ ।

୧୬୪ ହସ୍ପିଟାଲ ସାରା ଦେଶରେ ବିଏସକେଓ୍ବାଇ ରେ ଅନ୍ତର୍ଭୁକ୍ତ । ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶାରେ ୩୬ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ପାଇଛନ୍ତି । ବିରୋଧୀ କୁହନ୍ତି ସାଢେ ଚାରି କୋଟି ଲୋକରୁ କଣ ୩୬ ଲକ୍ଷ ସୁବିଧା ପାଇଛନ୍ତି? ୩ ହଜାର କୋଟି ପକେଟରୁ ଖର୍ଚ୍ଚ କରିବାକୁ ପଡ଼ିଲାଣି । ଗରିବ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ପାଇଲେ । ଓଡିଶା ବାହାରେ ଦେଢ଼ ଲକ୍ଷ ରୋଗୀ ଚିକିତ୍ସା ପାଇଛନ୍ତି । ଓଡିଶା ବାହାରେ ବି ବିଏସକେଓ୍ବାଇ ଲାଭ ପାଇଛନ୍ତି ।

କିନ୍ତୁ ଦୁଃଖର ବିଷୟ ଯେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଏସକେଓ୍ବାଇ ବନ୍ଦ ପାଇଁ ଯୋଜନା କରୁଛନ୍ତି । ତାଙ୍କୁ ଏତେ କଷ୍ଟ କାହିଁକି ହେଉଛି? ନା ସେ କଣ ଚାହୁଁଛନ୍ତି ମାଗଣା ଚିକିତ୍ସା ବନ୍ଦ ହୋଇ ବୋଝ ଚଢ଼ୁ? ସେ ଯଦି ଏହାକୁ ଖରାପ ଯୋଜନା କହୁଛନ୍ତି, ତେବେ ବିଜେପି ନିର୍ବାଚନ ଇସ୍ତାହାରରେ ଲେଖନ୍ତୁ ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ ନ କରନ୍ତୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

Leave A Reply

Your email address will not be published.