Latest Odisha News

BREAKING NEWS

ଖଣ୍ଡଗିରି ଅଂଚଳରେ ଶିଶୁ ବିକ୍ରି ଘଟଣା: ଉଦ୍ଧାର ହେଲା ଶିଶୁପୁତ୍ର

ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଂଚଳରେ ଗତବର୍ଷ ଡିସେମ୍ବର ମାସରେ ଶିଶୁ ବିକ୍ରି ହୋଇଥିବା ଅଭିଯୋଗ ଆସିଥିଲା । ତେବେ ବିକ୍ରି ହୋଇଥିବା ଶିଶୁପୁତ୍ରକୁ ମଂଚେଶ୍ୱରରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁବାର ଦିନ କମିଶନରେଟ ପୋଲିସ ଶିଶୁର ପିତା ମାତାଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ସତ୍ୟନଗରର ବସ୍ତି ଅଂଚଳରେ ରହୁଥିବା ଦିଲୀପ ଦାସ ଓ ତାଙ୍କ ସ୍ତ୍ରୀ ମିନି ଦାସ ନିଜ ୧୯ ଦିନର ଶିଶୁପୁତ୍ରକୁ ୧୦ହଜାର ଟଙ୍କାରେ ବିକ୍ରି କରିଥିଲେ । ଏନେଇ ଖବର ପାଇବା ପରେ ଭୁବନେଶ୍ୱର ଚାଇଲ୍ଡ ଲାଇନ ସଦସ୍ୟ ଖଣ୍ଡଗିରି ଥାନାରେ ଏତଲା ଦାଏର କରିଥିଲେ ।

Leave A Reply

Your email address will not be published.