Latest Odisha News

BREAKING NEWS

ଆଜି ସୁପର ସାଇକ୍ଲୋନର ରୂପ ନେବ ଅମ୍ଫାନ୍

ଭୁୁବନେଶ୍ୱର : ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ଆଗକୁ ମାଡି ଆସୁଛି ଅମ୍ଫାନ୍। ଆଜି ନେବ ସୁପର ସାଇକ୍ଲୋନର ରୂପ। ସନ୍ଧ୍ୟା ସାଢ଼େ ୫ଟାରୁ ଆସନ୍ତାକାଲି ସକାଳ ସାଢେ଼ ୫ଟା ଭିତରେ ସୁପର ସାଇକ୍ଲୋନରେ ପରିଣତ ହେବ ଅମ୍ଫାନ୍ ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସମୟ ପୂର୍ବରୁ ଏହି ସୂଚନା ଦିଆଯାଇଛି। ତେବେ ଆଶ୍ୱସ୍ତିକର ଖବର ହେଉଛି ସ୍ଥଳଭାଗ ଛୁଇଁବା ଦିନକ ଆଗରୁ ସମୁଦ୍ର ମଧ୍ୟରେ ସୁପର ସାଇକ୍ଲୋନର ରୂପ ନେବ ଅମ୍ଫାନ୍ । ସେତେବେଳେ ଘଣ୍ଟା ପ୍ରତି ପବନର ବେଗ ୨୦୦ରୁ ୨୬୫ କିଲୋମିଟର ରହିବ ବୋଲି ଆକଳନ କରିଛି ଆଇଏମ୍‌ଡି ।

କିନ୍ତୁ ସେତେବେଳେ ବାତ୍ୟା ସମୁଦ୍ର ଗର୍ଭରେ ରହିଥିବ। ଅର୍ଥାତ ଆସନ୍ତା ୧୨ ଘଣ୍ଟା ଯାଏ ଏହି ସାମୁଦ୍ରିକ ଝଡ ସମୁଦ୍ର ଭିତରେ ଗତି କରିବ। ୨୦ ତାରିଖରେ ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟା ପ୍ରତି ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ। ଏହା ବଢ଼ି ୧୮୫ କିଲୋମିଟର ହୋଇପାରେ ।

Leave A Reply

Your email address will not be published.