Latest Odisha News

BREAKING NEWS

ଆତଙ୍କବାଦୀଙ୍କ ମଧ୍ୟରେ ଭାଳେଣୀ: ‘କିଏ ଜଣେ ଅଛି ଯିଏ କି ସମସ୍ତଙ୍କ ମୃତ୍ୟୁର କାରଣ ସାଜୁଛି’

କଶ୍ମୀର:ଆତଙ୍କବାଦୀ ବିରୋଧରେ ଭାରତୀୟ ସେନାର ରଣନୀତି ସଫଳ ହେବାରେ ଲାଗିଛି । ଗୋଟିଏ ପରେ ଗୋଟେ ପ୍ରମୁଖ ଆତଙ୍କବାଦୀ ମରୁଥିବା ବେଳେ ଯୁବ ପିଢ଼ୀଙ୍କ ମନରେ ଭୟ ସଂଚାର ହୋଇଛି । ଏହି ଅବସରରେ ଆତଙ୍କବାଦୀଙ୍କ ଏକ ଅଡିଓ ଭାଇରାଲ ହେଉଛି । ଏଥିରେ ହିଜୁବଲ ସହ ଜଡିତ ଜଣେ ଆତଙ୍କବାଦୀ କହୁଛି ଆମ ମଧ୍ୟରେ କିଏ ଜଣେ ଅଛି ଯିଏ କି ଜଣ ଜଣଙ୍କୁ ମାରିବାର କାରଣ ସାଜୁଛି ।

ରିୟାଜୁ ନାୟକୁ ମରିବା ପରେ ଚିଫ ଅପରେଶନାଲ କମାଣ୍ଡର ଦାୟିତ୍ୱ ଜୁନୈଦ ହିଜବୁକୁ ମିଳିବା କଥା ମାତ୍ର ତାହା ହେଲା ନାହିଁ । ଫଳରେ ପ୍ରଥମେ ନବୀଦ ବାବୁ ତା’ପରେ ରିୟାଜ ଓ ଏବେ ଜୁନୈଦ ସେନା ଗୁଳିରେ ମୃତ୍ୟୁବରଣ କରିଛନ୍ତି । ସଂଗଠନର ବିଫଳତା ଯୋଗୁ ଆତଙ୍କବାଦୀମାନେ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି । ଯାହାର ଫାଇଦା ଭାରତୀୟ ସେନା ଉଠାଉଛି ବୋଲି ଉପରୋକ୍ତ ଆତଙ୍କବାଦୀ ଅଡିଓରେ କହିଛି ।

Leave A Reply

Your email address will not be published.