Latest Odisha News

BREAKING NEWS

କରୋନା ପଜିଟିଭଙ୍କ ସଂଖ୍ୟାରେ ଗଂଜାମ ଜିଲ୍ଲାର ରେକର୍ଡ, ପୁଣି ଚିହ୍ନଟ ହେଲେ ୨୪

ଭୁବନେଶ୍ୱର : ଗଂଜାମ ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ଅପରାହ୍ନରେ ଜିଲ୍ଲାର ଆଉ ୨୪ ଜଣଙ୍କ ସ୍ୱାବ ନମୁନା ପଜିଟିଭ୍ ଆସିଛି । ମୋଟ ୨୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୭୦ ରେ ପହଞ୍ଚିଛି ।

ଗଂଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୭୧ରେ ପହଞ୍ଚିଛି । ସକାଳେ ଏହା ରାଜ୍ୟରେ ତୃତୀୟ ଜିଲ୍ଲା ଭାବେ ଥିବା ବେଳେ ଏବେ ରେକର୍ଡ ଭାଙ୍ଗି ପ୍ରଥମ ସ୍ଥାନରେ ପହଞ୍ଚିଛି ।

ଗଂଜାମରେ ମେ ଦୁଇ ତାରିଖରେ ପ୍ରଥମ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିଲା । ଛଅ ଦିନ ଭିତରେ ଏହି ସଂଖ୍ୟା ୭୧ ରେ ପହଞ୍ଚିଛି । ଗତ ଦୁଇ ଦିନ ଭିତରେ ୬୭ଟି ପଜିଟିଭ୍ କେସ୍ ଆଉ ପ୍ରାୟ ସମସ୍ତେ ସୁରତ ଫେରନ୍ତା ।

ରାଜ୍ୟରେ ବର୍ତ୍ତମାନ ମୋଟ କରୋନା ପଜିଟିଭ ସଂଖ୍ୟା ୨୭୦ ହୋଇଥିବା ବେଳେ ୨୦୬ଟି କେସ୍ ସକ୍ରିୟ ରହିଛି । ଚିକିତ୍ସା ପରେ ୬୩ ଜଣ ସୁସ୍ଥ  ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.