Latest Odisha News

BREAKING NEWS

କ୍ୟାମେରା ଲେନ୍ସରେ ଲଞ୍ଚ୍ ରାଜନୀତି…

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକ ଆରମ୍ଭ ହୋଇଛି । ଏହି ବୈଠକ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି । ଆଜି ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଏହି ବୈଠକରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗଦାନ କରିଛନ୍ତି । ସବୁଠୁ ବଡ଼କଥା ହେଲା ଓଡ଼ିଶା ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ତାଙ୍କର ବାସଭବନ ନବୀନ ନୀବାସକୁ ଏହି ସମସ୍ତ ନେତାଙ୍କୁ ନିମନ୍ତ୍ରଣ କରି ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଛନ୍ତି ।

ଖାଲି ସେତିକି ନୁହେଁ, ସାଧାରଣ ନିର୍ବାଚନ ପୂର୍ବରୁ ଏହି ସମସ୍ତ ନେତାମାନେ ରାଜନୈତିକ ଛକାପଞ୍ଝାରେ ଥିବା ବେଳେ ସେସସବୁ ଭୁଲି ଗୋଟିଏ ଟେବୁଲରେ ବସି ଭୋଜନ କରିଛନ୍ତି । ଏହିସବୁ ଧୂରୀଣ ରାଜନେତାମାନେ ଜାତୀୟସ୍ତରରେ ପ୍ରତିଷ୍ଠିତ ଏବଂ ପରସ୍ପର ମଧ୍ୟରେ ରାଜନୈତିକ ଦୂରତା ରହିଥିଲେ ମଧ୍ୟ ଏବେ ଖୁବ୍ ନିକଟତର ହୋଇଛନ୍ତି ମଧ୍ୟାହ୍ନ ଭୋଜନରେ । ଏହା ଭାରତୀୟ ଗଣତନ୍ତ୍ର ପ୍ରତି ଶୁଭ ଲକ୍ଷଣ ନିଶ୍ଚୟ ।

ନବୀନ ଆଜି ମଧ୍ୟାହ୍ନ ଭୋଜନରେ ନିଜ ବାସଭବନକୁ ଅମିତ, ମମତା ଓ ନିତୀଶଙ୍କୁ ଆମନ୍ତ୍ରିତ କରିଥିଲେ ମଧ୍ୟ ଓଡ଼ିଶା ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱତନ୍ତ୍ର ରୂପେ ନିମନ୍ତ୍ରଣ କରିଥିଲେ । ଭିନ୍ନ ଭିନ୍ନ ଦଳର ଏହି ୫ ଜଣ ବରିଷ୍ଠ ନେତାମାନେ ଗୋଟିଏ ଟେବୁଲରେ ମଧ୍ୟାହ୍ନ ଭୋଜନ କରିବା ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି ।

ଆଜିର ଏହି ସୌହାର୍ଦ୍ଦପୂର୍ଣ୍ଣ ବାତାବରଣରେ ତୁଙ୍ଗନେତାମାନଙ୍କ ମଧ୍ୟାହ୍ନ ଭୋଜନକୁ ନେଇ ଟ୍ୱିଟ୍ କରିଛନ୍ତି ।

ନବୀନ ନିବାସରେ ଅନୁଷ୍ଠିତ ହୋଇଥିବା ଏହି ମଧ୍ୟାହ୍ନ ଭୋଜନରେ ଓଡ଼ିଆ ସୁସ୍ୱାଦୁ ତରକାରୀ ପରଷା ଯାଇଥିଲା ।

ବିଭିନ୍ନ ଓଡ଼ିଆ ତରକାରୀ ସହିତ ବାଇଗଣ ଭଜା, ଓଡ଼ିଆ ବେସର ମାଛ ତରକାରୀ, ରସମଲେଇ, ମଟର ଆଳୁ ତରକାରୀ, ଟମାଟୋ ଚଟଣୀ, ଛେନ୍ନା ତରକାରୀ, ଛେନାପୋଡ଼, ଭାତ, ରୁଟି, ପାମ୍ପଡ଼ ଏବଂ ବୁନ୍ଦି ମଧ୍ୟ ତିଆରି ହୋଇଥିଲା ।

 

Leave A Reply

Your email address will not be published.