Latest Odisha News

BREAKING NEWS

ଜାପାନର ନାଓମି ଓସାକା ହେଲେ ସବୁଠାରୁ ଧନୀ ମହିଳା ଟେନିସ ଖେଳାଳି

ନ୍ୟୁୟର୍କ: ଜାପାର ନାଓମି ଓସାକା ବିଶ୍ୱର ସବୁଠାରୁ ଧନୀ ମହିଳା ଟେନିସ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ସେ ଆମେରିକାର ସେରେନା ୱିଲିୟମ୍ସଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ସେରେନା କ୍ରମାଗତ ୪ ବର୍ଷ ଧରି ଶୀର୍ଷ ସ୍ଥାନରେ ରହି ଆସୁଥିଲେ । ୨୨ ବର୍ଷୀୟା ଓସକା ପୁରସ୍କାର ରାଶି ଓ ବିଜ୍ଞାପନ ବାବଦକୁ ୨୮୪ କୋଟି ଆୟ କରିଛନ୍ତି । ଫୋବର୍ସ ପକ୍ଷରୁ ଏହା ପ୍ରକାଶ କରାଯାଇଛି ।

ସେରେନାଙ୍କଠାରୁ ସେ ୧.୪ ମିଲିୟନ ଡଲାର ଅଧିକ ଆୟ କରିଛନ୍ତି । ୨୦୧୮ରେ ୟୁଏସ ଓପନ ଟାଇଟଲ ଜିତିବା ପରେ ଓସାକାଙ୍କ ଚାହିଦା ବୃଦ୍ଧି ପାଇଛି । ନାଇକ, ନିଶାନ ମୋଟର୍ସ ଓ ଯୋନେକ୍ସ ପରି ନାମି ଦାମି ବ୍ରାଣ୍ଡ ସହିତ ସେ ଜଡିତ ଅଛନ୍ତି ।

Leave A Reply

Your email address will not be published.