Latest Odisha News

BREAKING NEWS

ତିନିରଥରେ ରୂପକାର ସେବକଙ୍କ ରାହୁଚାପ, ଚାନ୍ଦିଲତା ଖୋଦେଇ; ରଙ୍ଗୀନ୍ ହେଉଛି ନାଟଗୋଜ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ସୁନାଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଅଣସର ବେଦୀରେ ଅଣସର ନୀତିରେ ରହିଛନ୍ତି । ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବୁଲିଯିବେ ତିନି ଭାଇଭଉଣୀ । ଏହାକୁ ଦୃଷ୍ଟିରେ ରଖି ରଥଖଳାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ନିର୍ମାଣ । କରୋନା ମହାମାରୀ ପରିସ୍ଥିତି ସମୟରେ ସରକାରଙ୍କ ସମସ୍ତ ନିୟମ ପାଳନ କରିବା ପୂର୍ବକ କାରିଗର ସେବକମାନେ ଦିନରାତି ଏକ କରି ନିର୍ମାଣ କରି ଚାଲିଛନ୍ତି ରଥ ।

ଅଧିକ ପଢନ୍ତୁ: ଯୁଗେ ଯୁଗେ ମହାପ୍ରଭୁ ଓ ଶ୍ରୀମନ୍ଦିର…

ରଥଖଳାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ତିନିରଥରେ ନାହାକା ବାନ୍ଧେଣୀ ପାଇଁ ତଳ କଇଁଚି ରଥର ଦକ୍ଷିଣ ପାଖରେ ଫିଟିଙ୍ଗ କରାଯାଇଥିଲା । ବାମପାଶ୍ୱର୍ କଇଁଚି ଗତକାଲି ରଥକାମ ବନ୍ଦ ପୂର୍ବରୁ ଲଗାଯାଇଛି । ଆଜି ତିନି ରଥର ବଡଧରା ପୋଟଳ ଲଗାଯାଇଛି । ଏହାପରେ ତିନି ରଥର ମୂଳ ଭୂଇଁରେ କଇଁଚି ବାଡିଆ ସହ ଅଗ ଭୂଇଁରେ କଇଁଚି ବାଡିଆ କାମ ଚାଲିଛି ।

ଆଜି ତିନି ରଥର ୪ଟି ଲେଖାଁଏ କତରା ଆଗଆଣି-୨ଟି ଏବଂ ପଛଆଣି ୨ଟି ତିଆରି ଚାଲିଛି । ଚାରପରିଛା ଉପରେ କତରା ବାଡିଆ ହୋଇ ଏଥିରେ ରଥର ଘୋଡା ବନ୍ଧାଯିବ ।

ଅଧିକ ପଢନ୍ତୁ: କରୋନା ସହ ଲଢେଇ: ସେବାୟତଙ୍କ ଲାଗି ହୋମିଓପ୍ୟାଥି

ଆଜି ଉକ୍ତ ଚାରପରିଛା ରଥରେ ବାଡିଆ ହୋଇଛି । ରୂପକାର ସେବକମାନେ ଚାରପରିଛା ଏବଂ ନାଟଗୋଜରେ ରାହୁଚାପ ଏବଂ ଚାନ୍ଦିଲତା ଖୋଦେଇ କରୁଛନ୍ତି । ଖୋଦେଇ କାମ ସରିଥିବା ନାଟ ଗୋଜ ଗୁଡିକୁ ରଙ୍ଗ କରାଯିବା ପାଇଁ ଚିତ୍ରକର ସେବକମାନଙ୍କ ପାଖକୁ ପଠାଇଛନ୍ତି । ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ଠାରେ ପାଖରେ ଦେବାଦେବୀ ଇତ୍ୟାଦିଙ୍କର ରଙ୍ଗକାର୍ଯ୍ୟ ଚିତ୍ରକର ସେବକମାନେ କରୁଛନ୍ତି ।

Leave A Reply

Your email address will not be published.