Latest Odisha News

BREAKING NEWS

ଯୋଗ ଦିବସ, ପିତୃ ଦିବସ ଏକତ୍ର ପାଳନ କଲେ ସଚିନ ପରିବାର

ମୁମ୍ବାଇ: ଯୋଗ ଦିବସ ଓ ପିତୃ ଦିବସ ଗୋଟିଏ ଦିନରେ ପଡିଥିବାରୁ ସଚିନ ତେନ୍ଦୁଲକରଙ୍କ ପରିବାର ନିଆରା ଢ଼ଙ୍ଗରେ ଏହାକୁ ପାଳନ କରିଛନ୍ତି । ମହାନ କ୍ରିକେଟ ଖେଳାଳି ସଚିନ ସଚିନ ପୁଅ ଅର୍ଜୁନ ଓ ଝିଅ ସାରା ସହ ଏକାଠି ପ୍ରାଣାୟମ କରି ଉଭୟ ଦିବସ ନିଷ୍ଠାର ସହ ପାଳନ କରିଥିଲେ । ସଚିନ ଏହି ଫଟୋ ସୋସିଆଲ ସାଇଟରେ ଛାଡିଛନ୍ତି ।

ସଚିନଙ୍କ ବ୍ୟତୀତ ରୋହିତ ଶର୍ମା, ଯୁବରାଜ ସିଂ, ବୀରେନ୍ଦ୍ର ସେହ୍ୱାଗ, ଈଶାନ୍ତ ଶର୍ମା, ଉମେଶ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ପିତୃ ଦିବସ ସହ ଯୋଗ ଦିବସ ମଧ୍ୟ ପାଳନ କରିଥିଲେ । ରୋହିତ ତାଙ୍କ ବାପା ଗୁୁରୁନାଥ ଶର୍ମାଙ୍କ ଫଟୋ ଶେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Leave A Reply

Your email address will not be published.