Latest Odisha News

BREAKING NEWS

ଭାଇଜାନଙ୍କ ଇଦ୍ ଭେଟି, ରିଲିଜ ହେଲା ‘ଭାଇ ଭାଇ’ ଗୀତ

ମୁମ୍ବାଇ: ଲକଡାଉନ୍ ଭିତରେ ରିଲିଜ ହୋଇଛି ଭାଇଜାନ ସଲମାନ ଖାନ୍‌ଙ୍କ ଏକ ନୂଆ ମ୍ୟୁଜିକ ଭିଡିଓ । ଇଦ୍ ଅବସରରେ ସଲମାନ ଏହି ଗୀତକୁ ନିଜ ଫ୍ୟାନ୍ ମାନଙ୍କୁ ଭେଟି ଦେଇଛନ୍ତି ।

‘ହିନ୍ଦୁ, ମୁସଲିମ ଭାଇ ଭାଇ’ ଗୀତକୁ ସଲମାନ ନିଜେ ଗାଇଛନ୍ତି । ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି ସାଜିଦ-ୱାଜିଦ । ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହାକୁ ରିଲିଜ କରିଛନ୍ତି । ସଲମାନଙ୍କ ଏହି ନୂଆ ଗୀତରେ ସବୁ ଧର୍ମର ଭାଇଚାରାକୁ ନେଇ ବାର୍ତ୍ତା ଦିଆଯାଇଛି ।

ଏହି ଗୀତକୁ ରିଲିଜ କରି ସଲମାନ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ ମାନଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ସେ ଲେଖିଛନ୍ତି ମୁଁ ଆପଣଙ୍କ ପାଇଁ କିଛି ତିଆରି କିରଛି, କିଭଳି ଲାଗିଲା କହିବେ । ସମସ୍ତଙ୍କୁ ଇଦ୍ ମୁବାରକ ବୋଲି ଭାଇଜାନ କହିଛନ୍ତି ।

Leave A Reply

Your email address will not be published.