Latest Odisha News

‘ସାଇକେଲ ଗାର୍ଲ’ ଜ୍ୟୋତି କୁମାରୀଙ୍କୁ ମାଗଣା ଶିକ୍ଷାଦାନ କରିବେ ‘ସୁପର ୩୦’ ପ୍ରତିଷ୍ଠାତା ଆନନ୍ଦ କୁମାର !

ଭୁବନେଶ୍ୱର: ସୁପର ୩୦ ପ୍ରତିଷ୍ଠାତା ଆନନ୍ଦ କୁମାର ସାଇକେଲ ଗାର୍ଲ ଜ୍ୟୋତି କୁମାରୀ ଙ୍କୁ ମାଗଣା ଶିକ୍ଷାଦାନ ର ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି।

କୋରନା ଲକ୍‌ଡ଼ାଉନ ସତ୍ତ୍ୱେ ସୁଦୂର ଗୁରୁ୍‌ଗ୍ରାମ ଠାରୁ ବିହାର ର ଦରଭଙ୍ଗା ପର୍ଯ୍ୟନ୍ତ ପ୍ରାୟ ୧୨୦୦ କିଲୋମିଟର ନିଜ ଅସୁସ୍ଥ ପିତା ଙ୍କୁ ଧରି ସାଇକେଲ ଚଲାଇ ଆଣିବା ପରେ ଜ୍ୟୋତି କୁମାରୀ ଲୋକ ଲୋଚନ କୁ ଆସିଥିଲେ ।

ଅଧିକ ପଢନ୍ତୁ: ସାଇକେଲ ଗର୍ଲ ଜ୍ୟୋତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ପିହୁ ନିର୍ଦ୍ଦେଶକ !

ନିଜ ସାହାସିକତା ଯୋଗୁ ସାଉଁଟିଥିବା ଖ୍ୟାତି ଓ ହାସଲ କରିଥିବା ଅନେକ ପ୍ରସ୍ତାବ ମଧ୍ୟରୁ ଆନନ୍ଦ କୁମାର ଙ୍କ ପ୍ରସ୍ତାବ ଅନ୍ୟତମ ।

ଦିଲ୍ଲୀ ଠାରୁ ନିଜ ପିତା ଙ୍କୁ ଅକଳ୍ପନୀୟ ପ୍ରାୟ ୧୨୦୦ କିଲୋମିଟର ସାଇକେଲ ଚଲାଇ ଆଣି ବିହାର ରେ ପହଞ୍ଚାଇ ଜ୍ୟୋତି କୁମାରୀ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଆନନ୍ଦ କୁମାର ଙ୍କ ଭାଇ ପ୍ରଣଭ କୁମାର, ଜ୍ୟୋତି କୁମାରୀ ଓ ତାଙ୍କ ପରିବାର ସହିତ ଦେଖା ହବା ସହ ଆଗାମୀ ଦିନରେ ଆଇଆଇଟି-ଜେଇଇ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ସୁପର ୩୦ ରେ ଯୋଗ ଦେବାର ପ୍ରସ୍ତାବ ଦେଇଥିବା ଆନନ୍ଦ କୁମାର ଟ୍ୱିଟର ମାଧ୍ୟମରେ ଟ୍ୱିଟ ଜଣାଇଛନ୍ତି ।

ପୂର୍ବରୁ ସାଇକେଲ ଫେଡେରେସନ ଅଫ୍ ଇଣ୍ଡିଆ ଜ୍ୟୋତି କୁମାରୀ ଙ୍କୁ ଶୈକ୍ଷିକ ସାହାଯ୍ୟ ର ପ୍ରସ୍ତାବ ଦେଇଥିବା ବେଳେ, ଭବିଷ୍ୟତ ଶିକ୍ଷା ର ସମସ୍ତ ଖର୍ଚ୍ଚ ଭାର ରାଜନେତା ତେଜସ୍ୱୀ ଯାଦବ ଓ ରାବ୍‌ଡ ଦେବୀ ଙ୍କ ତରଫରୁ ବହନ କରାଯିବାର ପ୍ରସ୍ତାବ ରହିଥିବା ସୂଚନା ମିଳିଅଛି ।

Leave A Reply

Your email address will not be published.