Latest Odisha News

BREAKING NEWS

Yearly Archives

2021

ଦେଶରେ ଦୈନିକ ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ହେଲେ ଅଧିକ, କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କମିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଚାରି ହଜାର ତଳକୁ ଖସୁନି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ମହାମାରୀରେ ଆଉ ୪ହଜାର ୩୨୯ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହି ସମୟରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୬୩ହଜାର ୫୩୩ ନୂଆ ଆକ୍ରାନ୍ତ ।…

ଦୁଇ ନାଗଙ୍କ ଭିତରେ ଭୟଙ୍କର ଲଢେଇ, ପରିଣାମ କ’ଣ ହେଲା ଜାଣନ୍ତୁ…

ଭୁବନେଶ୍ୱର: ସୁନାବେଡା ଅଞ୍ଚଳରେ ୨ଟି ନାଗ ସାପ ମଧ୍ୟରେ ଭୟଙ୍କର ଲଢେଇ ହୋଇଥିବା ନଜର ଆସିଛି। ଏପରିକି ଜଣେ ଆଉ ଜଣଙ୍କୁ କାମୁଡି ପକାଉଥିଲା ବେଳେ କେହି କାହାକୁ ଛାଡିବାର ନାହିଁ। ଏହି ଘଟଣାଟି ଦେଖିବାକୁ ମିଳିଥିଲା ସୁନାବେଡା ରେ ରହୁଥିବା ଜଣେ ଇତିହାସ ଅଧ୍ୟାପିକା ଅନସୂୟା ନନ୍ଦଙ୍କ ଘରେ।…

କରୋନା ସହ ଲଢ଼ି ହାରିଗଲେ ବିଶିଷ୍ଟ ଡାକ୍ତର କେ. କେ. ଅଗ୍ରଓ୍ୱାଲ

ନୂଆଦିଲ୍ଲୀ: କରୋନାରେ ଆଖି ବୁଜିଲେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ତଥା ଇଣ୍ଡିଆନ୍ ମେଡିକାଲ କାଉନସିଲର (ଓଗଇ) ପୂର୍ବତନ ଅଧ୍ୟକ୍ଷ ଡାକ୍ତର କେ. କେ. ଅଗ୍ରଓ୍ୱାଲ । ଗତକାଲି ରାତି ସାଢ଼େ ୧୧ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । କିଛି…

ଓଡ଼ିଶାରେ ୯ଟି ଜିଲ୍ଲାରୁ କରୋନା ନେଲା ଆଉ ୨୨ ଜୀବନ

ଭୁବନେଶ୍ୱର: ଘାତକ ହେଉଛି କରୋନା । ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ କରୋନାରେ ଆଉ ୨୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୯ଟି ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ୫ଟି ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି,…

ରାଜ୍ୟରୁ ୨୪ ଘଣ୍ଟାରେ ୧୦,୩୨୧ ପଜିଟିଭ୍, ଖୋର୍ଦ୍ଧାରେ ପୁଣି ହଜାରେ ପାର୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୩୨୧ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫ହଜାର ୭୭୯ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୫୪୨ । ଖୋର୍ଦ୍ଧାରେ ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ…

କବିତା : ଚା

ଗଦାଧର ସାହୁ  ବହୁ ଦିନପରେ ଆଜି ବୋଉ ଚା ତିଆରି କରିଛି ତା ପୁଅ ପାଇଁ । ଫୁଙ୍କି ଫୁଙ୍କି ପିଉ ପିଉ ତା ମନରେ ଉଙ୍କି ମାରୁଛି ପଚାଷ ବର୍ଷ ତଳର ଅମାନିଆଁ ପିଲା ଦିନ କଥା । ଦି ଢୋକ ପିଇଦେଇ ବୋଉ ପାଖେ ଅଳି କରୁଛି ଏ ଧଳା ଚା ଚଳିବନି ଆଉ ଥରେ ଚା କରିଦେ ଦୁର୍ଦ୍ଦିନ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୮-୫-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୧୮ ରିଖ ମଙ୍ଗଳ ବାର ବୃଷ ୪ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ମକର ରାଶିର ଆଜିର ନିଷେଧ ଖାଦ୍ୟ-: ପିତା ଦ୍ରବ୍ୟ ଆଜି- ରାମାନୁଜ ଜୟନ୍ତୀ…

ପରଲୋକରେ ସାହିତ୍ୟିକ ଘନଶ୍ୟାମ ଧଳ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଘନଶ୍ୟାମ ଧଳଙ୍କର ଭୁବନେଶ୍ୱରସ୍ଥିତ ବାସ ଭବନରେ ପରଲୋକ ଘଟିଛି। ଦୁଇମାସ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଲକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସ୍ୱର୍ଗତଃ ଧଳ ବାଲେଶ୍ଵର ସ୍ବର୍ଗତ ଧଳ ବାଲେଶ୍ୱର ଫକୀରମୋହନ କଲେଜରୁ ସ୍ନାତକ ଶିକ୍ଷାଲାଭ ପରେ ଓଡିଶା…

ସ୍ଥପତି ରଘୁନାଥ ମହପାତ୍ରଙ୍କ ସ୍ମୃତିରେ ବିଶାଳ ପ୍ରତିମୂର୍ତ୍ତି ଓ ସଂଗ୍ରହାଳୟ ଦାବି

ଭୁବନେଶ୍ୱର : ସରକାରୀ ଚାରୁ ଓ କରୁକଳା ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ଭୁବନେଶ୍ୱରୀଆନ ଗ୍ରୁପ ଦ୍ୱାରା ଗୁଗୁଲ ମିଟ ମାଧ୍ୟମରେ ବିଶିଷ୍ଟ ସ୍ଥପତି ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୮୬୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୮୬୪ ଜଣ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୧୩୪ ଜଣ କ୍ବରେଣ୍ଟାଇନ୍‌ରୁ ଥିବା ବେଳେ, ଲୋକାଲ୍‌ କେସ୍‌ ରହିଛି ୭୩୦ । ସେହିପରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯୩୬ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା…