କବିତା : ଶୂନ୍ୟ ହାତ
ମନୋଜ ମିଶ୍ର
ତତେ ଦେଖିନି..
ତୁ କାଳେ
ଖୁବ ଭଲ
ଶବ୍ଦ ଯୋଡୁ
ମୂର୍ତ୍ତି ଗଢୁ
ଜୀବନ୍ତ ଜୀବନ୍ତ,
ଆଙ୍କି ଦେଲୁ ଚିତ୍ର
ଖୁବ ନିଚ୍ଛକ
ଯେମିତି
ରକ୍ତ ଠୁଁ ଭାତ..!
ତୁ ବି ଅଦେଖା..
ଖେପିଗଲୁ
ପିଣ୍ଢା ରୁ ପିଣ୍ଢା
ଅଣ୍ଟିଖୋଲି
ମୁହେଁ ତାଙ୍କ
ବୋଳି ଦେଲୁ
ତୋ ଘାଟ
ମଶାଣି…