Latest Odisha News

BREAKING NEWS

Yearly Archives

2021

କରୋନା ପରବର୍ତ୍ତୀ ବିମାନ ସେବା, ଘରୋଇ ଯାତ୍ରୀ ସଂଖ୍ୟାରେ ରେକର୍ଡ

ନୂଆଦିଲ୍ଲୀ: କୋଭିଡ୍ ପରେ ଆରମ୍ଭ ହୋଇଥିବା ଘରୋଇ ବିମାନ କ୍ଷେତ୍ରରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିଛି । ୨୦୨୧ ଫେବ୍ରୁଆରୀ ୧୨ ତାରିଖରେ ୨ ଲକ୍ଷ ୯୭ ହଜାର ୧୦୨ ଜଣ ଅଧିକ ଯାତ୍ରୀ ହଜାର ୨ ହଜାର ୩୪୯ଟି ବିମାନରେ ଉଡ଼ିଛନ୍ତି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ୱୀପ ସିଂ ପୁରୀ…

ଘରୋଇ ମାଟିରେ ପ୍ରଥମ ଭାରତୀୟ ଭାବେ ୨୦୦ଛକା ମାରିଲେ ରୋହିତ

ଚେନ୍ନାଇ: ଭାରତ-ଇଂଲଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ରୋହିତ ଶର୍ମା ରାଜୁତି କରିଛନ୍ତି । ରୋହିତ ୧୬୧ ରନର ଇନିଂସ ଖେଳି ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଭାରତ ମାଟିରେ ୨୦୦ ଛକା ମାରିବା ଗୌରବ ଅର୍ଜନ କରିଛନ୍ତି । ସେ ଦିନିକିଆରେ ୧୧୫,…

ମୋ ବସରେ ଯମ ଓ ଚିତ୍ରଗୁପ୍ତ

ଭୁବନେଶ୍ୱର: ରାଜଧାନୀରେ ମୋ ବସରେ ଯାତ୍ରା କଲେ ଯମରାଜ ଓ ଚିତ୍ରଗୁପ୍ତ । ହଠାତ୍ ବସ ଯାତ୍ରୀମାନେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଏମାନେ ୩୨ ତମ ସଡକ ସୁରକ୍ଷା ମାସ ପାଳନ ଅବସରରେ ଯାତ୍ରୀମାନଙ୍କୁ ଓ ବସର ଡ୍ରାଇଭର ଓ କଣ୍ଟକ୍ଟରଙ୍କୁ ସଚେତନ କରିବାକୁ ଆସିଥିଲେ ।…

ରୋହିତଙ୍କ ଆକର୍ଷଣୀୟ ଶତକ: ଭାରତ ୩୦୦/୬

ଚେନ୍ନାଇ: ରୋହିତ ଶର୍ମାଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬ ଉଇକେଟ ହରାଇ ୩୦୦ ରନ ସଂଗ୍ରହ କରିଛି । ଟସ୍ ଜିତି ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ତେବେ ରୋହିତ ୧୬୧ ଓ ଅଜିଙ୍କ୍ୟ ରାହାନେଙ୍କ…

ମହାବିନାଶକ ଅଣ୍ଡର ୱାଟର ଡ୍ରୋନ ପ୍ରସ୍ତୁତ କଲା ରୁଷିଆ, ଖୁବ୍ ଶୀଘ୍ର ହେବ ପରୀକ୍ଷଣ

ମସ୍କୋ: ଆମେରିକା ଏବଂ ଅନ୍ୟ ନାଟୋ ଦେଶଗୁଡିକ ସହ ଉତେଜନାପୂର୍ଣ୍ଣ ପରିସ୍ଥିତି ପରେ ରୁଷ ଏବେ ଏକ ମହାବିନାଶକ ଅଣ୍ଡରୱାଟର ଡ୍ରୋନ ପ୍ରସ୍ତୁତ କରିଛି । ପାଣି ଭିତରେ ଯାଇପାରୁଥିବା ଏହି ପୋସାଇଡନ ଡ୍ରୋନ ବିମାନ ଅନ୍ୟ ଦେଶ ବିଶେଷ କରି ଆମେରିକା ପାଇଁ ଚିନ୍ତାର କାରଣ ସାଜିଛି । ପରମାଣୁ ଉର୍ଜାରେ…

ହତ୍ୟା ପରେ ମୁଣ୍ଡକାଟ ମାମଲା: ଆଜି ଫୁଲେଶ୍ୱରୀ ବସ୍ତିରେ ସିନ ରିକ୍ରିଏଟ୍ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ପରେ ମୁଣ୍ଡକାଟ କରି ଫୋପାଡିବା ଘଟଣାରେ ଆଜି ପୋଲିସ ସିନ୍ ରିକ୍ରିଏଟ ଆରମ୍ଭ ହୋଇଛି। ଦୁଇ ଅଭିଯୁକ୍ତ ସଞ୍ଜୟ ଦାସ ଓ ଚନ୍ଦୁଙ୍କୁ ନେଇ ତାତ୍ରପଡାର ଫୁଲେଶ୍ୱରୀ ବସ୍ତିରେ ସିନ ରିକ୍ରିଏଟ କରୁଛି । ଏହିଠାରେ କିପରି ହତ୍ୟାକାରୀ ମୃତ…

ଛତ୍ରପୁରରେ ଟ୍ରକ ଚାପାରେ ଯୁବକଙ୍କ ମୃତ୍ୟୁ

ଛତ୍ରପୁର: ଡିଆରଡିଏ ଛକରେ ଟ୍ରକ୍ ଚାପାରେ ଯୁବକଙ୍କ ମୃତ୍ୟୁ । ମୃତକଙ୍କ ନାଁ ସୀତାରାମ ରେଡି। ଘର ଶାନ୍ତିନଗରରେ ବୋଲି ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାଶୁଝା ଚାଲିଛି ।

ସିନ୍‌ ରିକ୍ରିଏସନ୍‌ ପାଇଁ ଲାଲ୍‌ କିଲ୍ଲା ଗଲେ ଦୀପ୍‌ ସିଦ୍ଧୁ

ନୂଆଦିଲ୍ଲୀ: ଶନିବାର ଦିନ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଇକବାଲ ସିଂଙ୍କୁ ଲାଲ୍‌ କିଲ୍ଲା ନେଇ ଯାଇଥିଲା। ପୋଲିସର ସୂଚନାନୁସାରେ, ସିଦ୍ଧୁ ଜାନୁଆରୀ ୨୬ ଲାଲ୍‌ କିଲ୍ଲାରେ ହୋଇଥିବା ହିଂସା ଏବଂ ଭଙ୍ଗାରୁଜା ପଛରେ ଜଣେ…

ଉତ୍ତରାଖଣ୍ଡ ବିପର୍ଯ୍ୟୟ; ଏପର୍ଯ୍ୟନ୍ତ ୩୮ ଟି ମୃତଦେହ ଉଦ୍ଧାର ୨୦୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିପର୍ଯ୍ୟୟର ଏକ ସପ୍ତାହ ପରେ ନନ୍ଦା ଦେବୀ ହିମସ୍ଖଳନ ଯୋଗୁ ଚାମୋଲି ଜିଲ୍ଲାରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ୩୮ ଟି ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିବାବେଳେ ୨୦୦ ରୁ ଅଧିକ ଲୋକ ନିଖୋଜ ହୋଇ ରହିଛନ୍ତି।…

ଖେଳାଳିମାନେ ଲୟକୁ ଫେରିଛନ୍ତି: କୋଚ ପେୟଟନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ କେରଳ ବ୍ଲାଷ୍ଟର୍ସ ବିପକ୍ଷ ମ୍ୟାଚ ଓଡିଶା ଏଫସି ଡ୍ର ରଖିବା ଫଳରେ ଖେଳାଳିମାନଙ୍କ ମନୋବଳ ବଢ଼ିଛି । କ୍ରମାଗତ ପରାଜୟ ପରେ ଏଥର ଖେଳାଳିମାନେ ଲୟକୁ ଫେରିଛନ୍ତି ବୋଲି କୋଚ ଗେରୀ ପେୟଟନ କହିଛନ୍ତି । ଓଡିଶା ତାର ପରବର୍ତୀ ମ୍ୟାଚରେ ନର୍ଥଇଷ୍ଟ…