Latest Odisha News

BREAKING NEWS

Yearly Archives

2021

ବ୍ରିସବେନ୍ ଟେଷ୍ଟ: ଭାରତ ଆଗରେ ୩୨୮ରନ୍ ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ବ୍ରିସବେନ୍: ଚତୁର୍ଥ ଟେଷ୍ଟରେ ଭାରତ ଆଗରେ ୩୨୮ ରନ୍ ବିଜୟ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ କଙ୍ଗାରୁ ବାହିନୀ ୨୯୪ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ଷ୍ଟିଭ୍ ସ୍ମିଥ ସର୍ବାଧିକ ୫୫ରନ୍ ଓ ଡେଭିଡ୍ ଓ୍ୱାର୍ଣ୍ଣର ୪୮ ରନ୍ କରିଛନ୍ତି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନରେ…

ୱେବ୍ ସିରିଜ୍ ‘ତାଣ୍ଡବ’ ନିର୍ମାତାଙ୍କ ବିରୋଧରେ ଏଫ୍‌ଆଇଆର୍‌

ଲକ୍ଷ୍ନ‌ୌ: ୱେବ୍ ସିରିଜ୍ 'ତାଣ୍ଡବ' ନିର୍ମାତାଙ୍କ ବିରୋଧରେ ଏଫ୍ଆଇଆର୍‌ ଦାଖଲ କରାଯାଇଛି। ୱେବ୍ ସିରିଜ୍ 'ତାଣ୍ଡବ' ଦେଖିବା ପରେ ହିନ୍ଦୁ ଦେବା ଦେବୀଙ୍କୁ ଏଥିରେ ପରିହାସ କରାଯାଇଥିବା ଅଭିଯୋଗ ହୋଇଛି। ସେପଟେ ବିଜେପି ସାଂସଦ ମନୋଜ କୋଟାକ୍ ରବିବାର କହିଛନ୍ତି ଯେ ସେ ସୂଚନା ଏବଂ ପ୍ରସାରଣ…

ଖାକିର ମହାନତା: କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଜେଲ କର୍ମଚାରୀ

ମାଲକାନଗିରି: ଜେଲ କର୍ମଚାରୀଙ୍କ ମହାନତା । କଏଦୀଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ କନେଷ୍ଟବଳ । ମାନକାନଗିରି ଜିଲ୍ଲା ଉପଖଣ୍ଡ ଜେଲ କର୍ମଚାରୀଙ୍କ ଏଭଳି ମହତ କାମକୁ ଚାରିଆଡୁ ତାରିଫ ମିଳୁଛି । ଜେଲରେ ବିଚାରାଧୀନ କଏଦୀ ଦୁରୁଆ ଲାଚା ଗୁରୁତର ହୋଇଥିଲେ । ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ…

ଖୁବ୍‌ ଶୀଘ୍ର ‘ଲାଇଗର୍‌’ ଅବତାରରେ ଦର୍ଶକଙ୍କ ସାମ୍‌ନାକୁ ଆସିବେ ଅଜୁର୍ନ ରେଡ୍ଡୀ ଷ୍ଟାର୍‌ ବିଜୟ

ନୂଆଦିଲ୍ଲୀ: କରଣ ଜୋହର ତେଲୁଗୁ ଷ୍ଟାର୍‌ ବିଜୟଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ଲାଇଗର୍ ' ହିନ୍ଦୀ ସମେତ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ। ଏହାର ପ୍ରଥମ ଲୁକ୍ ସୋମବାର ମୁକ୍ତିଲାଭ କରିଥିଲା। କରଣ ଜୋହର ସୋସିଆଲ ମିଡିଆ ପୋଷ୍ଟରେ ସେୟାର କରି ଲେଖିଛନ୍ତି- ମୁଁ ଲାଇଗର୍ ଉପସ୍ଥାପନ କରୁଛି।…

ଗଳ୍ପ: ଗାଇଡ୍ 

 ଲୋପାମୁଦ୍ରା  ପରିଡା  ହାତ ଘଡି ରାତି କରାଏନି, ରାତି କରାଏ ସୂର୍ଯ୍ୟ ।ନୀଳପର୍ବତ ସେପଟେ ନାଲିମା ଭରା ସୂର୍ଯ୍ୟ ନଇଁଲେ ଯାଇ ନାରଙ୍ଗୀ ଓଢଣୀର ଆକାଶ ଗାଢନୀଳ ଚାଦର ଘୋଡେଇହୁଏ, ସେତେବେଳେ ଲାଗେ ରାତି ଆସିଲା ।କିନ୍ତୁ କିଛି ସୂର୍ଯ୍ୟ ତ ଥରେ ଉଇଁଲେ ଢଳିଯାନ୍ତି ଯଦି ତ ଆଉ କେବେ ଉଅଁନ୍ତିନି…

ବିଳମ୍ବିତ ରାତି ଯାଏ କାମ କରୁଥିବା ମହିଳାଙ୍କ ପାଇଁ ଏମିତି କହିଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସାମାଜିକ-ରାଜନୀତି ପ୍ରସଙ୍ଗ ବ୍ୟତୀତ ବଲିଉଡ୍‌ ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥାନ୍ତି। କଙ୍ଗନା ବର୍ତ୍ତମାନ ତାଙ୍କର ନୂଆ ଚଳଚ୍ଚିତ୍ର ଧାକଡର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେପଟେ ବିଳମ୍ବିତ ରାତିରେ…

ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ଜାତୀୟ ରାଜପଥକୁ ଜଗିବ ସିସିଟିଭି

ଭୁବନେଶ୍ୱର: ଖୋର୍ଦ୍ଧା ରାମେଶ୍ୱରରୁ ଯାଜପୁର ଜିଲ୍ଲା ପାଣିକୋଇଲି ଯାଏ ଜାତୀୟ ରାଜପଥରେ ଲାଗିବ ସିସିଟିଭି । ପ୍ରତି ୪ରୁ ୫ କିଲୋମିଟରରେ ସିସିଟିଭି ଲାଗିବା ନେଇ ଟେଣ୍ଡର ସରିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା । ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା…

ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଉଦ୍ୟମ ଘଟଣାରେ ଜଣେ ଅଟକ

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଉଦ୍ୟମ ଏବଂ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ଜଣେ ଅଟକ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ମହାନ୍ତିଙ୍କୁ ଅଟକ ରଖିଛି କେନ୍ଦୁଝର ଟାଉନ୍ ଥାନା ପୋଲିସ । ତାଙ୍କୁ ପଚରାଉଚରା…

ଆଜିଠାରୁ ଲାଗୁ ହେଲା କର୍ଣ୍ଣାଟକରେ ଗା‌େ ହତ୍ୟା ବିରୁଦ୍ଧ ଆଇନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗୋ ହତ୍ୟା ବିରୋଧରେ ଆଇନ ଆଜିଠାରୁ ଲାଗୁ ହୋଇଛି। ରାଜ୍ୟ ସରକାର କହିଛନ୍ତି ଯେ ଏହି ନିୟମ ଲାଗୁ ହେବା ସହିତ ରାଜ୍ୟରେ ଗୋ ହତ୍ୟା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗିବ। ଏଥି ସହିତ, ରାଜ୍ୟରେ ସ୍ଲାଟର ହାଉସ୍ (ବଧଘର) କାର୍ଯ୍ୟ ଜାରି ରହିବ ଏବଂ ବୁଫାଲ ମାଂସ…

ଆଜି ଗୁଜୁରାଟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭୂମି ପୂଜନ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଗୁଜୁରାଟ, ସୁରଟ ଏବଂ ଅହମ୍ମଦାବାଦର ସହର ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର, ୧୮ ଜାନୁଆରୀ ୨୦୨୧ରେ ଭିଡିଓ କନଫରେନ୍ସିଂ ଜରିଆରେ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପ (ଅହମ୍ମଦାବାଦ ମେଟ୍ରୋ) ଏବଂ ସୁରଟ ମେଟ୍ରୋ ରେଳ ପ୍ରକଳ୍ପର…