Latest Odisha News

BREAKING NEWS

Yearly Archives

2021

ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବା ପାଇଁ ଏଣିକି ଅନଲାଇନରେ ଆବେଦନ କରିପାରିବେ ରାଉରକେଲା ବାସିନ୍ଦା

ରାଉରକେଲା : ରାଉରକେଲା ସହରାଞ୍ଚଳ ବାସିନ୍ଦା ଲିଜ୍ ସୂତ୍ରରେ ନେଇଥିବା କୌଣସି ଜମିର ମାଲିକାନା ସ୍ବତ୍ତ୍ବ ନିଜ ନାଁରେ ପରିବର୍ତ୍ତନ ବା ଫ୍ରି ହୋଲ୍ଡ କରିବା ପାଇଁ ଚାହୁଁଥିଲେ ଏଣିକି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଏବେ ଘରେ ବସି ଅନଲାଇନ ଜରିଆରେ ସିଧାସଳଖ ଆବେଦନ କରିପାରିବେ…

ଡରାଉଛି ଡେଙ୍ଗୁ, ଭୁବନେଶ୍ବରରୁ ଆଉ ୫୦ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରକୁ ଡରାଉଛି ଡେଙ୍ଗୁ । ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ମୋଟ ୫୦ ଜଣ ଡେଙ୍ଗୁ ରୋଗୀ । ଫଳରେ ଭୁବନେଶ୍ବରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି…

କାଲିଠୁ କୋରାପୁଟରେ ଖୋଲିବ ଧର୍ମାନୁଷ୍ଠାନ, ଜିଲ୍ଲା ପ୍ରଶାସନ ଜାରି କଲା ଗାଇଡଲାଇନ୍

କୋରାପୁଟ : କୋରାପୁଟ ଜିଲ୍ଲାରେ ଖୋଲିବ ଧର୍ମାନୁଷ୍ଠାନ । ହେଲେ ଏଥିପାଇଁ କିଛି ଗାଇଡଲାଇନ୍ ଜାରି କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ବିଷେଶକରି ଧର୍ମାନୁଷ୍ଠାନରେ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଅଲଗା ରହିବ । ଏହାସହ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି କହିଛି ଜିଲ୍ଲା ପ୍ରଶାସନ ।…

ଜାତୀୟ ରାଜପଥ ଟ୍ରାଫିକ୍ ଥାନା ଉଦଘାଟିତ

କଟକ: ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ଜାତୀୟ ରାଜପଥ ଟ୍ରାଫିକ୍ ଥାନା । କଟକ- ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ଠାରେ ଏହି ଥାନାକୁ ଉଦଘାଟନ କରିଛନ୍ତି ପୋଲିସ୍ ଡିଜିପି ଶ୍ରୀ ଅଭୟ। ଜାତୀୟ ରାଜପଥରେ ପ୍ରତ୍ୟକ ଦିନ କିଛି ନା କିଛି ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ଯାଉଛି । ଦୁର୍ଘଟଣା…

ବିଶ୍ବର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ତାଲିକାରେ ଭାରତୀୟ ଆମେରିକୀୟ ଛାତ୍ରୀ ନତାଶା ପେରୀ

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି ଭାରତୀୟ ଆମେରିକୀୟ ଛାତ୍ରୀ ନତାଶା ପେରୀ । ୮୪ଟି ରାଷ୍ଟ୍ରର ୧୯ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା ଆକଳନରେ ଏହି ସଫଳତା ହାସଲ କରିଛନ୍ତି ୧୧ ବର୍ଷ ବୟସ୍କା ନତାଶା । ଆମେରିକାର ଜନ୍ ହପକିନସ ସେଣ୍ଟର ଫର…

ଗୋଗ୍ରା ହାଇଟ୍ସରୁ ହଟିବେ ଭାରତ-ଚୀନ ସେନା

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଆଜି କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉଭୟ ଦେଶ ଗୋଗ୍ରା ହାଇଟ୍ସରୁ ସେନା ପ୍ରତ୍ୟାହାର କରିନେବା ପାଇଁ ରାଜି ହୋଇଛନ୍ତି । ଗତବର୍ଷ ମେ ମାସରୁ ଏଠାରେ ଉଭୟ ଦେଶ ମଧ୍ୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ଯୁଦ୍ଧାସ୍ତ୍ର…

ପ୍ରକାଶ ପାଇଲା ସିବିଏସ୍‍ଇ ଦଶମ ରେଜଲ୍ଟ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ସଫଳତା

ଭୁବନେଶ୍ବର : ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା (ସିବିଏସ୍‍ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲ୍‍ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ…

ବାରିପଦାରେ ବଢୁଛି ଅପରାଧ, ହତ୍ୟା, ଦୁଷ୍କର୍ମ ଓ ଛିନତାଇକୁ ନେଇ ଲୋକେ ଆତଙ୍କିତ

ବାରିପଦା : ମହାମାରୀ କରୋନା କଟକଣା କୋହଳ ହୋଇଥିବା ବେଳେ ଆଦିବାସୀ ବହୁଳ ତଥା ଉପାନ୍ତ ମୟୂରଭଞ୍ଜ ଜିଲ୍ଲାରେ ବୃଦ୍ଧି ପାଉଛି ଜଘନ୍ୟ ଅପରାଧ । ଅପରାଧ ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ ପାଇଛି । ଗତ ଜୁଲାଇ ମାସ ଶେଷ ସପ୍ତାହ ଏବଂ ଚଳିତ ଅଗଷ୍ଟ ମାସର ୨ ତାରିଖ ସୁଦ୍ଧା ଜିଲ୍ଲାର ବିଭିନ୍ନ ଥାନା…

ହତ୍ୟାକାରୀ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଯାଜପୁର : ହତ୍ୟାକାରୀ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ଏହାସହ ୫୦ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଯାଜପୁର କୁଆଖିଆ ଥାନା ଖରିଦାବାଦ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନା ଅନୁସାରେ, ଗତ ୨୦୧୬ ଜାନୁୟାରୀ ୧୭ ତାରିଖରେ କୁଆଖିଆ…

ଖୋର୍ଦ୍ଧାରେ ଚାଞ୍ଚଲ୍ୟ, ଯୁବକକୁ ହତ୍ୟା କରି ପୋଡ଼ିଦେଲେ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଚାଞ୍ଚଲ୍ୟ । ଯୁବକକୁ ହତ୍ୟା କରି ପୋଡ଼ିଦେଲେ । ଆଦିବାସୀ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟାକରୀ ଶ୍ମଶାନରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖି ଚଳାଇଛି ତଦନ୍ତ । ଖୋର୍ଦ୍ଧା ଏସଡିପିଓ, ବେଗୁନିଆ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ…