ଶିଶୁ କବିତା : ଦେଖିଦେଖି ଶିଖ
ବନ୍ଦିତା ଦାଶ
ପିମ୍ପୁଡିକୁ ଦେଖ ପିଲେ
ପିମ୍ପୁଡିକୁ ଦେଖ
ଠିକବେଳେ ଠିକ୍ କାମ
ତାହାଠାରୁ ଶିଖ।।
ନିଜ କାମ ନିଜେ କର
ନିରିଭର କରନା
ସମୟକୁ କେବେ ହେଲେ
ଅପଚୟ କରନା।
ମିଛକଥା କୁହନାହିଁ
କରନାହିଁ ବାହାନା
ମିଳିମିଶି ରୁହ ତୁମେ
ରାଗ ରୁଷା କରନା ।।
ସମାଜରୁ ନେଇଥାଅ…