Latest Odisha News

BREAKING NEWS

Yearly Archives

2022

୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାର ଚାର୍ଜଶିଟରେ ଜ୍ୟାକଲିନଙ୍କ ନାମ !

ନୂଆଦିଲ୍ଲୀ: ୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ସୁକେଶ ଚନ୍ଦ୍ରଶେଖର ଜେଲରେ। ତଦନ୍ତକାରୀ ସଂସ୍ଥା ଇଡି ଏହି ମାମଲାର ତଦନ୍ତ କରି ଆଜି ଚାର୍ଜଶିଟ ଦାଖଲ କରିବ ବୋଲି ସୂଚନା ରହିଛି। ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ଇଡି ଚାର୍ଜଶିଟରେ ଉଲ୍ଲେଖ କରିବ ବୋଲି…

ଆଇନକୁ ଠକିଥିବା ବ୍ୟକ୍ତି ହେଲେ ଆଇନ ମନ୍ତ୍ରୀ

ପାଟନା: ବିହାର ରାଜନୀତିରେ ନୂଆ ଡ୍ରାମା ଦେଖିବାକୁ ମିଳିଛି । ମହାମେଂଟ ସରକାର ଗଠନ ହେବା ପରେ ଆରଜେଡି ନେତା ଏମଏଲସି କାର୍ତିକେୟ ସିଂଙ୍କୁ ଆଇନ ମନ୍ତ୍ରୀ କରିବା ନେଇ ବିବାଦ ଦେଖାଦେଇଛି । ଆଇନ ମନ୍ତ୍ରୀ ଆଇନ ଜାଲରେ ପଡିଥିବାରୁ ମେଂଟ ସରକାର ସମାଲୋଚିତ ହେଉଛି । ଯେଉଁ ଦିନ କୋର୍ଟ ତାଙ୍କ…

ହେଲମେଟ ପିନ୍ଧିଲେ ବି ଏହି କାରଣ ପାଇଁ ଜୋରିମାନା ଗଣିବେ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରା ଦେଶରେ ଏବେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ହେଲମେଟ ପିନ୍ଧିନଥିଲେ ଚାଲାଣ ମୋବାଇଲ ମେସେଜକୁ ଆସିବାର ବ୍ୟବସ୍ଥା କରିଛି ସରକାର। କିନ୍ତୁ ଜୋରିମାନାକୁ ଦେଖି ଅନେକ ଗାଡି ଚାଳକ ଯେଉଁ ହେଲମେଟ ପିନ୍ଧୁଛନ୍ତି ସେଥିରେ କୌଣସି ସୁରକ୍ଷା ନଥିବା ଦେଖିବାକୁ…

ମୋଟର ସାଇକେଲ, କାର କିମ୍ବା ଅନ୍ୟାନ୍ୟ ଯାନ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ: ଦେଶରେ ମୋଟରସାଇକେଲ, କାର କିମ୍ବା ଅନ୍ୟାନ୍ୟ ଯାନ ଚଳାଉଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର । ଖୁବ୍ ଶୀଘ୍ର ସମସ୍ତ ପୁରୁଣା ଯାନରେ ନୂଆ ନମ୍ବର ପ୍ଲେଟ୍ ଲଗାଯିବ । ଜିପିଏସ ଦ୍ୱାରା ଏହି ଯାନଗୁଡିକ ଉପରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ନଜର ରଖାଯିବ। କେନ୍ଦ୍ର ସଡ଼କ ପରିବହନ…

ରାଜ୍ୟର ୪ଟି ସ୍ଥାନରେ ଘାଇ, ୧୦ ଜିଲ୍ଲା ବନ୍ୟାରେ ପ୍ରଭାବିତ: SRC

ଭୁବନେଶ୍ୱର: ରାଜ୍ୟର ୪ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଖୋର୍ଦ୍ଧା ରାଜୁଆ ନଦୀର ପାଣ୍ଡିଆବିଲ, ସତ୍ୟବାଦୀର ମକରାରେ, ଗୋପ ବ୍ଲକ ଗଣେଶ୍ୱରପୁର ପଞ୍ଚାୟତର ଖଣ୍ଡୁଆକୁଦ ଗାଁ କୁଶଭଦ୍ରା, ରାହାମା ବ୍ଲକ ତେରମାଣପୁର ଘେରି ବନ୍ଧରେ ଘାଇ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି । ଘାଇ ବନ୍ଦ ପାଇଁ ଜଳ…

ପାଣି ଘେରା ସ୍କୁଲରୁ ଉଦ୍ଧାର ହେଲେ ୫୫୮ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଥିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଯାଇଛି । ପାଣି ଘେରରେ ଫସି ରହିଥିବା ଲୋକମାନଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ମଙ୍ଗଳବାର  କଟକ…

ଛେଳି ଚରାଇବାକୁ ଯାଇ ଟାପୁରେ ଫସି ରହିଥିବା ବାପ ପୁଅ ଉଦ୍ଧାର

ଆଠଗଡ଼: ମହାନଦୀ ବନ୍ୟା ପାଣିରୁ ବାପପୁଅ ଉଦ୍ଧାର ହୋଇଛନ୍ତି । ଛେଳି ଚରାଇବାକୁ ଯାଇ ବାପପୁଅ ୪ ଦିନ ହେଲା ଏକ ଟାପୁରେ ଫସି ରହିଥିଲେ । ହଠାତ୍ ମହାନଦୀରେ ବନ୍ୟା ପାଣି ଆସିବା ପରେ ଆଉ ଫେର ନପାରି ଅମଙ୍ଗେଇକୁଦର ଏକ ଟାପୁରେ ଅକଟି ରହିଥିଲେ ଆଠଗଡ଼ ବ୍ଲକ କନ୍ଦରପୁରର ବାପୁପୁଅ । ଓଡ୍ରାଫ୍…

ଖେଳ ହେଲା କାଳ, ପୋଖରିରେ ବୁଡ଼ି ୨ ଛୁଆ ମୃତ

କୋରାପୁଟ: ଖେଳୁଥିବା ବେଳେ ଅଘଟଣ । ଚାଲିଗଲା ୨ ଜୀବନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ପିପଳପଦର ପଞ୍ଚାୟତ କେବିଡି ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗାଁର ଚାଷ ଜମିରେ ଥିବା ପୋଖରି ନିକଟରେ ୩ଜଣ ପିଲା ଖେଳୁଥିବା ବେଳେ ହଠାତ୍ ପୋଖରିରେ ପଡ଼ି ଯାଇଥିଲେ । ଜମିରେ କାମ…

ବାରକୋଟେ ତହସିଲ ମୁଖ୍ୟ କିରାଣୀ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ

ଭୁବନେଶ୍ୱର: ମଙ୍ଗଳବାର ଦେବଗଡ଼ ଜିଲ୍ଲା ବାରକୋଟେ ତହସିଲ ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଜଣେ ଅଭିଯୋଗକାରୀଙ୍କ ଠାରୁ ଜମି ପଟ୍ଟା କରେଇ ଦେବା ପାଇଁ ₹୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଓଡ଼ିଶା ଭିଜିଲାନ୍ସ ଧରିଥିଲା। ଏନେଇ ରାଉରକେଲା…

ନୂଆ ପାଠ୍ୟକ୍ରମ ପାଇଁ ସର୍ଭେ,ଓଡ଼ିଆ ସମେତ ୨୩ଟି ଭାଷାରେ ମତାମତ ଦେଇ ହେବ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି - ୨୦୨୦  ଅଧୀନରେ ଏକ ନୂଆ ପାଠ୍ୟକ୍ରମ ବିକଶିତ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ(ଏନସିଏଫ) ତଥା ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଆରମ୍ଭ ହୋଇଥିବା ଜନସର୍ଭେରେ…