Latest Odisha News

BREAKING NEWS

Yearly Archives

2022

ଓଡ଼ିଶା ଲୋକାୟୁକ୍ତ ଦେଇପାରିବେ ଅଦାଲତ ଅବମାନନା ନୋଟିସ୍

ଭୁବନେଶ୍ୱର: ରାଜ୍ୟ ଲୋକାୟୁକ୍ତଙ୍କ କ୍ଷମତା ବଢ଼ିଲା । ଏଣିକି ଲୋକାୟୁକ୍ତ ଅଦାଲତ ଅବମାନନା ନୋଟିସ୍ ଦେଇପାରିବେ । ୧୯୭୧ ମସିହା ଅଦାଲତ ଅବମାନନା ଆକ୍ଟ ଅନୁସାରେ ଓଡ଼ିଶା ଲୋକାୟୁକ୍ତ ଅଦାଲତ ଅବମାନନା ମାମଲା ପରିଚାଳନା ସହ ନୋଟିସ୍ ଦେଇପାରିବେ । ଏନେଇ ସୋମବାର ରାଜ୍ୟ ବିଧାନସଭାରେ ଏକ…

ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଉଥିଲେ କିରାଣି

ଭୁବନେଶ୍ୱର: ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ । ଡେଥ୍ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣି । କିରାଣି ଅନୁପ କୁମାର ଶତପଥୀଙ୍କ ଠାରୁ ଭିଜିଲାନ୍ସ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି । ଅଭିଯୋଗ…

ଭିଜିଲାନ୍ସ ଜାଲରେ ବଇଁଚ ଆରଆଇ; ୧୦ ହଜାର ନେଇ ଗିରଫ

ବାଲେଶ୍ୱର: ଶିଶୁ ମୃତ୍ୟୁର ଦୁର୍ଘଟଣା ଜନିତ କ୍ଷତିପୂରଣ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ବଇଁଚ (ରାଜସ୍ୱ ଅଧୀକ୍ଷକ) ଆରଆଇ ଡଲି ସେଠୀ ଧରାପଡ଼ିଛନ୍ତି । ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଅପରାହ୍ନରେ ତାଙ୍କୁ ଗିରଫ କରିଛି । ଗତ ଏପ୍ରିଲ ୧୨ ତାରିଖରେ ଅଭିଯୋଗକାରୀଙ୍କ ଶିଶୁପୁତ୍ର(୩.୫ ବର୍ଷ୦…

[ଦେଖନ୍ତୁ ଭିଡିଓ] ରାସ୍ତା କଡ଼ରେ ମଦ ବାରକୁ ଅନୁମତି ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା

ଯାଜପୁର: ନିୟମ ନିୟମ ବାଟରେ ଆଉ ମଦ ଦୋକାନ… ଦୋକାନ ବାଟରେ । ମନ୍ଦିର କିମ୍ବା ଶିକ୍ଷାନୁଷ୍ଠାନ ନିକଟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବା କଥା ନୁହେଁ । ହେଲେ ଏଠି ସବୁ ନିୟମକୁ ଦଳି ଚକଟି ଦେଇଛି ଅବକାରୀ ବିଭାଗ । ଯାଜପୁର ଜିଲ୍ଲା ସିଂହପୁର ରାସ୍ତାର ଆକୁଲିଆ ନିକଟରେ ଖୋଲା ଯାଇଛି ମଦ…

କାଷ୍ଟିଂ କାଉଚ୍ ମାମଲାରେ ପପୁଙ୍କୁ କ୍ଲିନ ଚିଟ୍, ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

ଭୁବନେଶ୍ୱର: କାଷ୍ଟିଂ କାଉଚ୍ ମାମଲାରେ ପପୁ ପମପମଙ୍କୁ କ୍ଲିନ୍ ଚିଟ୍ । ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ । ୨୦୧୬ ମସିହାରେ ପପୁଙ୍କ ନାଁରେ କାଷ୍ଟିଂ କାଉଚ୍ ନେଇ ଅଭିଯୋଗ ଆଣିଥିଲେ ନାବାଳିକା । ଫିଲ୍ମରେ ରୋଲ୍ ଦେବେ କହି ଅସଦାଚରଣ…

୧୦ ଶ୍ରେଣୀକୁ ୭ ଜଣ ସାର୍, 5T ଅଧିନରେ ରୂପାନ୍ତରିତ ହାଇସ୍କୁଲରେ ତାଲା ପକାଇଲେ ଅଭିଭାବକ

ସୋନପୁର: ପିଲାଙ୍କୁ ଉନ୍ନତମାନର ଶିକ୍ଷାଦାନ ପାଇଁ ସରକାର 5T ଅଧିନରେ ହାଇସ୍କୁଲ ଗୁଡ଼ିକର ରୂପାନ୍ତରଣ କରୁଛନ୍ତି । କିନ୍ତୁ ଶ୍ରେଣୀ ଓ ପିଲା ସଂଖ୍ୟା ଅନୁଯାୟୀ ଶିକ୍ଷକ ନାହାନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଉଗ୍ର ରୂପ ନେଇଛି । ସୁବର୍ଣ୍ଣପୁର ଜିଲ୍ଲା…

ଓଡ଼ିଆ ଉତ୍କର୍ଷ କେନ୍ଦ୍ରରେ ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରରେ ସମ୍ବର୍ଦ୍ଧିତ କରାଯାଇଛି। ନିକଟରେ ସମ୍ମାନଜନକ ବିଶ୍ବମ୍ବର ଡକ୍ଟର ସିଂ. ନାରାୟଣ ରେଡି ଜାତୀୟ ସାହିତ୍ୟ ପୁରସ୍କାରରେ ପୁରସ୍କୃତ ହେବା ଅବସରରେ ଶ୍ରୀମତୀ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ…

[ଦେଖନ୍ତୁ ଭିଡିଓ] ଚଢ଼ା ଦରରେ ବାହାରୁ ଚାଷୀ କିଣିଥିଲେ ସାର, ସିଞ୍ଚନ ପରେ ମରି ଯାଉଛି ଧାନ ଗଛ

ନୂଆପଡ଼ା: ସାର ଉଜାଡ଼ି ଦେଲା ଚାଷ । ଚିନ୍ତାରେ ନୂଆପଡ଼ାର ଚାଷୀ । ମୌସୁମୀ ବର୍ଷା ପରେ ଚାଷୀ ଉତ୍ସାହର ସହ ଚାଷ ଆରମ୍ଭ କରିଥିଲେ । ଧାନ ପାଇଁ ବେଉଷଣ କରିଥିଲେ ହେଲେ ସରକାରୀ ସାର ମିଳି ନଥିଲା । ଫଳରେ ଚାଷୀ ବାହାରୁ ଚଢ଼ା ଦରରେ ସାର କିଣି ଜମିରେ ବ୍ୟବହାର କରିଥିଲେ । ହେଲେ ସାର ପ୍ରୟୋଗର…

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଦେଢ଼ କିଲୋମିଟର ଭାରରେ ବୋହି ପ୍ରସୂତିଙ୍କୁ ମେଡିକାଲ ଆଣିଲେ ୧୦୮ କର୍ମଚାରୀ

ବାଲିଗୁଡ଼ା: ଗାଁ ଅଛି ହେଲେ ରାସ୍ତା ନାହିଁ । ଫଳରେ ବାଧ୍ୟ ହୋଇ ପରିବାରର ସଦସ୍ୟଙ୍କ ସହିତ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନବିକତା ଦେଖାଇ ଏକ ଭାରରେ ପ୍ରାୟ ଦେଢ଼ କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼…

ନିଖୋଜ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର: ଶ୍ରାବଣ ତୃତୀୟ ସୋମବାର ଜଳ ଲାଗି ପାଇଁ ଯିବାବେଳେ ଭାସି ଯାଇଥିବା ସେବାୟତଙ୍କ ମୃତଦେହ ମିଳିଛି । ଗତକାଲି ଜଳାଭିଷେକ ପାଇଁ ଯିବା ବେଳେ ଭାସି ଯାଇଥିଲେ ଶ୍ୟାମ ସୁନ୍ଦର । ଆଜି ତାଙ୍କ ମୃତଦେହ ପରଜଙ୍ଗ ଥାନା କୁଆଳୋ ଗାଁ ସ୍ଥିତ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲରୁ ମିଳିଛି । ମୃତକ…