Latest Odisha News

BREAKING NEWS

Yearly Archives

2022

ଭୁବନେଶ୍ୱରରୁ ୯ ଲୁଟେରା ଗିରଫ, ୩୬ ମୋବାଇଲ୍ ଜବତ

ଭୁବନେଶ୍ୱର: ବିଗତ କେଇ ସପ୍ତାହ ଭିତରେ ରାଜଧାନୀ ଭୁବନେଶ୍ୱରରେ ବଢ଼ିଥିଲା ମୋବାଇଲ୍ ଲୁଟ୍ । ରାସ୍ତାରୁ ଝାମ୍ପୁଥିଲେ ଲୁଟେରା । ରାତି ନୁହେଁ କି ସଂଧ୍ୟା ନୁହେଁ । ଦିନ ଦି ପ୍ରହରରେ ବି ଟାଣି ନେଉଥିଲେ ମୋବାଇଲ୍ ଆଉ ସୁନା ଚେନ୍ । ତେବେ ରବିବାର ଧରାପଡ଼ିଛନ୍ତି ୯ ଲୁଟେରା । କମିଶନରେଟ…

ମାଉଣ୍ଟ ଏଭରେଷ୍ଟ ଶିଖରରେ ପତିତପାବନ ବାନା ଉଡ଼ାଇଲେ ସିଦ୍ଧାର୍ଥ

ଭୁବନେଶ୍ୱର: ଓଡ଼ିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ରବିବାର ଭୋର ୪.୧୫ରେ ମାଉଣ୍ଟ ଏଭରେଷ୍ଟର ଶିଖର ଦେଶରେ ପାଦ ଥାପିଛନ୍ତି । ଲକ୍ଷସ୍ଥଳରେ ପହଞ୍ଚିବା ପରେ ସିଦ୍ଧାର୍ଥ ଭାରତୀୟ ଜାତୀୟ ପତାକା ସହ ଶ୍ରୀମନ୍ଦିର ପତିତ ପାବନ ବାନା ସେଠାରୁ ଉଡ଼ାଇଛନ୍ତି । ସିଦ୍ଧାର୍ଥଙ୍କ ଏହି ଯାତ୍ରାରେ…

ସାକ୍ଷୀଙ୍କୁ ସୁରକ୍ଷା ଦେବାରେ ନ୍ୟାୟପାଳିକା ଦୁର୍ବଳ

ଭୁବନେଶ୍ୱର: ଦେଶରେ ସାକ୍ଷୀ ପ୍ରଦାନକାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ଜତାଇଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୂରଲୀଧର । “ସାକ୍ଷୀଙ୍କୁ ସୁରକ୍ଷା ଦେବା ବିଷୟରେ ନ୍ୟାୟପାଳିକା ମଧ୍ୟ ଦୁର୍ବଳ । ରାଜ୍ୟ ସରକାର ଏବଂ ପୋଲିସର ଏଥିରେ ଏକ ମୁଖ୍ୟ ଭୂମିକା ରହିଛି । ସାକ୍ଷୀ ର…

ନିଆରା ପ୍ରେମ: କ୍ୟାନସର ସହ ଲଢ଼ୁଥିଲେ ଆଉ ଏକ ହୋଇଗଲେ

ଭୁବନେଶ୍ୱର: ପ୍ରେମକୁ ବୁଝିବା କଷ୍ଟ । ଏହାର କେତେ ରୂପ ଅଛି ତାହା ସାଧାରଣ ମଣିଷ ଜାଣି ପାରିବ ନାହିଁ । ମିଳନ ଓ ବିରହରେ ବି ପ୍ରେମ ହୋଇଥାଏ । ଆମେରିକାର ଉଥାହରେ ଏ ଭଳି ଏକ ନିଆରା ପ୍ରେମ କାହାଣୀ ଘଟିଛି । ଆଲେକ୍ସିସ ଗୋଲ୍ଡ ଷ୍ଟାଫର୍ଡ ଓ ରିକି ଷ୍ଟାଫୋର୍ଡ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ…

୨୦୧୬ ଜୁଡିସିଆଲ ପରୀକ୍ଷାର ଦୁଇଟି ଉତ୍ତର ପୁଣି ମୂଲ୍ୟାୟନ ହେବ: ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ୨୦୧୬ ମସିହାରେ ଅତିରିକ୍ତ ଜିଲ୍ଲା ଜଜ୍ ପାଇଁ ହୋଇଥିବା ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀଙ୍କ ଦୁଇଟି ଉତ୍ତର ପୁଣି ମୂଲ୍ୟାୟନ ହେବ । ପରୀକ୍ଷା ଦେବାର ସାତ ବର୍ଷ ପରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୂରଲୀଧର ଏବଂ…

ଭାରତ କୃଷକ ସଂଗଠନରୁ ବିଦା ହେଲେ ଟିକାଏତ ଭାଇ, ରାଜେଶ ସିଂ ହେଲେ ନୂତନ ସଭାପତି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ମାଧ୍ୟମରେ ସାରା ଦେଶରେ ଚର୍ଚ୍ଚିତ ହେବା ସହ ସରକାରଙ୍କୁ ଅସୁବିଧାରେ ପକାଇଥିବା ଟିକାଏତ ଭାଇଙ୍କୁ ସଂଗଠନରୁ ହଟାଇ ଦିଆଯାଇଛି । ଚୌଧୁରୀ ମହେନ୍ଦ୍ର ସିଂ ଟିକାଏତଙ୍କ ଶ୍ରାଦ୍ଧବାର୍ଷିକରେ ଭାରତ କୃଷକ ସଂଗଠନ ଗଠନ କରାଯାଇଛି । ରାକେଶ ଟିକାଏତ ଓ ନରେଶ ଟିକାଏତଙ୍କ…

ପାକିସ୍ତାନରେ ଦୁଇ ଶିଖ୍ ଙ୍କୁ ଗୁଳି କରି ହତ୍ୟା

ଭୁବନେଶ୍ୱର: ପାକିସ୍ତାନର ଖାଇବର୍ ପଖତୁନ୍ ରେ ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଶିଖ୍ ଯୁବକଙ୍କୁ ରବିବାର ସକାଳେ ଗୁଳି କରି ହତ୍ୟା କରାଯାଇଛି । ଉଭୟ ନିଜ ଦୋକାନରେ କାମ କରୁଥିବା ବେଳେ ଦୁବୃର୍ତ୍ତ ବାଇକ୍ ରେ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଦୁଇ ଶିଖ୍ ଯୁବକ ରଣଜିତ୍ ସିଂ ଓ…

[ଦେଖନ୍ତୁ ଭିଡିଓ] ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା: ଭିନ୍ନଭିନ୍ନ ବେଶରେ ଦର୍ଶନ

ପୁରୀ : ଅକ୍ଷୟ ତୃତୀୟା ଠାରୁ ଚାଲିଛି ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ ଓ ମଦନମୋହନ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରତିଦିନ ସୁସଜ୍ଜିତ ଟାହିଆ ପରିଧାନ କରି…

ଚେନ୍ନାଇକୁ ହରାଇ ଗୁଜରାଟ ଶୀର୍ଷରେ

ମୁମ୍ବାଇ: ଚଳିତ ଆଇପିଏଲ ଚେନ୍ନାଇ ସୁପର କିଙ୍ଗସ ପାଇଁ ଦୁଃସ୍ୱପ୍ନ ସାଜିଛି । ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ଚେନ୍ନାଇକୁ ପରାସ୍ତ କରିଛି । ବିଜୟ ସହ ଗୁଜରାଟ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ଗୋଟିକରେ ରହିବା ଏକପ୍ରକାର ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ…

ଆସାମରେ ଭୂ-ସ୍ଖଳନ, ୩ ମୃତ : ବନ୍ୟା ନେଇ ସତର୍କ ସୂଚନା

ଆସାମ  : ଆସାମ ଦିମା ହସାଓ ଜିଲ୍ଲାରେ ଭୂସ୍ଖଳନ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇସାରିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଦିମା ହସାଓ ଅଞ୍ଚଳରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ଅନ୍ୟ…