Latest Odisha News

BREAKING NEWS

Yearly Archives

2022

ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତି ଦେଇଥିବା ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତ ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକ ହେଲେ ଛତ୍ରପୁର ବୋରିଗାଁର ବାଦଲ ସାହୁ…

ଶିଶୁ କବିତା : ପ୍ରକୃତି କହେ

ଆନନ୍ଦ କୁମାର ମେହେର  ବିଶାଳ ଆକାଶ କହୁଅଛି ଶୁଣ ମୋ ସମାନ ହେଉ ତୁମ ହୃଦୟ ଗମ୍ଭୀର ଅଚଳ ପର୍ବତ କହୁଛି ମୋ ସମାନ ହୁଅ ତୁମେ ନିର୍ଭୟ । ମିଟି ମିଟି କରି ତାରକା କହଇ ଅଜ୍ଞାନ ଅନ୍ଧାରେ ଦେଖାଅ ବାଟ ନୀଳସାଗରର ତରଙ୍ଗ କହଇ ପରମ ଉମଙ୍ଗେ ଜୀବନ କାଟ । ଧରଣୀ ନୀରବେ ଦିଅଇ ବାରତା…

ଅନୁବାଦ ଗଳ୍ପ : ଉପହାର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୫  ମୂଳ ପଞ୍ଜାବୀ: ସତୀନ୍ଦ୍ର ସିଂହ  ଲଣ୍ଡନ ‘ଟାଇମ୍ସ’ ପତ୍ରିକା ଉପରେ ଆଖି ବୁଲାଇ ଆଣୁ ଆଣୁ ତରଲୋକ୍‍ଙ୍କ ନଜର ପଡ଼ିଲା ‘ଲଣ୍ଡନରେ ଜେନେରାଲ ସର୍ଫରାଜ’ ଶୀର୍ଷକ ଖବରଟି ଉପରେ । ସେ ପୂରା ଖବରଟିକୁ ଏକା ନିଃଶ୍ୱାସକେ ପଢ଼ିଗଲେ ।…

କବିତା : ଦେବୀ

ସ୍ମୃତି ରଞ୍ଜନ ତ୍ରିପାଠୀ ଜହ୍ନ ରାଇଜ କଥା ପିଲାବେଳୁ ଶୁଣିଛି । ଶୁଣିଛି ବି ଅୟୁତ ଯନ୍ତ୍ରଣାର କାରାଗାରରୁ ଶିଶୁହନ୍ତା ରାକ୍ଷସର ନୀଳଜହରରୁ ଦେବୀଟିଏ କେମିତି ମୁକୁଳେଇପାରେ ଆଉ ଜଣଙ୍କର ଦେବୀତ୍ୱ । ମୁଁ ତ କେବେଠୁ ସମର୍ପି ଦେଇଛି ଦେହ ମନ ସବୁ ତୋ' ଆଡେ । ତୋ' ଗାଢ଼…

ଭାଷା ଭାଗବତ : ଦେଶର ସ୍ବପ୍ନ, ବାସ୍ତବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୬  ଯେଉଁ ଦେଶର ବହୁ ଲୋକ ପ୍ରତିମା, ପ୍ରତୀକ ପୂଜକ ସେହି ଦେଶ ତ ବାସ୍ତବିକ ସତ୍ୟର ପ୍ରଧାନ ଘାତକ ଭାବନା ତୁଳନାରେ ଧ୍ବଜା ଥରାଏ ଆମ ଅସ୍ଥି ମଜ୍ଜା ଆଧ୍ୟାତ୍ମିକତା, ଦେଶପ୍ରେମ ଏଠାରେ ମନଗଢ଼ା ଭ୍ରମ ଏହି ଦେଶର ନାଗରିକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୩  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କଠାରେ ଅନୁରାଗ ପ୍ରକାଶ କରିବା ହିଁ ଭକ୍ତି, ଏକଥା କହିବା ମାତ୍ରେ ସମସ୍ତେ କହିବେ। ଏହାତ ସ୍ୱାଭାବିକ କଥା । ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ପାଖରେ କାହାର…

ନାଟୋରେ ସାମିଲ ହେବାକୁ ଯାଉଥିବା ଫିନଲାଣ୍ଡକୁ ବିଜୁଳି ସେବା କାଟିବ ରୁଷ

ମସ୍କୋ: ଫିନଲାଣ୍ଡ ନାଟୋରେ ସାମିଲ୍ ହେବାକୁ ଯାଉଛି । ଫିନଲାଣ୍ଡର ଏପରି ନିଷ୍ପତ୍ତିରେ ରୁଷ କ୍ଷୁବ୍ଧ । ଆଉ ପ୍ରତିଶୋଧ ନେବାକୁ ଯାଇ ରୁଷ ଫିନଲାଣ୍ଡକୁ ଶନିବାରଠୁ ବିଜୁଳି ଯୋଗାଣ ବନ୍ଦ କରିବ ବୋଲି କହିଛି। ଫିନଲାଣ୍ଡ ନାଟୋରେ ସାମିଲ ହେବା ନେଇ କହିବା ପରେ ପ୍ରତିକ୍ରିୟା ସ୍ୱରୂପ ରୁଷ ଏଭଳି…

ରୁଷ ସେନା ପୋଲ ପାରି ହେଉଥିବା ବେଳେ ବୋମା ପକାଇ ଉଡାଇ ଦେଲା ୟୁକ୍ରେନ !

କିଭ୍: ପୁଟିନ ଫୋର୍ସକୁ ଚକମା ଦେଲେ ଜେଲେନସ୍କି ଫୋର୍ସ । ପୋଲ ପାରି ହୋଇ ଯାଉଥିବା ବେଳେ ରୁଷ ସେନାକୁ ଭସ୍ମ କରିଦେଲା ଜେଲେନସ୍କି ଫୋର୍ସ । ଯାହାକୁ ନେଇ ଚିନ୍ତାରେ ରୁଷ ସେନା । ସ୍ଥିତି ଏମିତି ଯେ ପୋଲ ଉପରେ ବୋମା ପକାଇ ୟୁକ୍ରେନ ସେନା ଧ୍ୱଂସ କରିଦେବା ପରେ ରୁଷ ସେନାଙ୍କର ଖୋଜ…

ମୋଦୀଙ୍କ ନେପାଳ ଗସ୍ତ ଉପରେ ଡ୍ରାଗନର ନଜର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତ କରିବେ। ମୋଦୀଙ୍କର ମେ ୧୬ର ଏହି ଗସ୍ତ ଉପରେ ଚୀନର ନଜର ରହିଛି । ମୋଦୀଙ୍କ ନେପାଳ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରୁଛି ଚୀନ୍ । ବିିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ, ନେପାଳ ସରକାର…

ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପଛର ୪ ପ୍ରମୁଖ କାରଣ ?

ଅଗରତାଲା: ରାଜନୀତିରେ କିଏ କେତେବେଳେ କେଉଁ ଆସନରେ ବସିବେ ତାହା ଆକଳନ କରି ହେବନି । ଏହା କେବଳ ସିଏ କହିପାରିବ ଯିଏ ରାଜନୀତିର ଗୋଟି ଚଳାଉଥିବ । ତ୍ରିପୁରା ରାଜନୀତିରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନର ପ୍ରାୟ ୮ ମାସ ପୂର୍ବରୁ ତ୍ରିପୁରାରେ ଏକ ବଡ ମୋଡ଼…