Latest Odisha News

BREAKING NEWS

Yearly Archives

2022

ପୁଣି ଚାଲିଲା ଖଡ଼ଗପୁର-ଖୋର୍ଦ୍ଧା ରୋଡ଼ ଏକ୍ସପ୍ରେସ୍

ଭୁବନେଶ୍ୱର: କରୋନା ପରେ ବେଶ୍ ଦାବି ହେଉଥିବା ଖଡ଼ଗପୁର-ଖୋର୍ଦ୍ଧା ରୋଡ଼ ଏକ୍ସପ୍ରେସ୍(୧୮୦୨୧-୨୨) ଟ୍ରେନ୍ ପୁଣି ଚଳାଚଳ ଆରମ୍ଭ କରିଛି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ମେ ୩ ରୁ ଏହି ଟ୍ରେନ ଚଳାଚଳ ଆରମ୍ଭ କରିଛି ଏବଂ ଖଡ଼ଗପୁରରୁ ଭୋର ୪.୪୦ ଓ ଖୋର୍ଦ୍ଧାରୋଡ଼ ରୁ ଅପରାହ୍ନ…

ନିଆରା ବାହାଘର: ୩୬ ଇଂଚର ବରକୁ ୩୪ ଇଂଚର କନ୍ୟା

ଭାଗଲପୁର: ଭାଗଲପୁରର ଏକ ବାହାଘର ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି । ବାହାଘର ବେଳେ ଏଥିରେ ନିମନ୍ତ୍ରିତ ଅତିଥିମାନେ ବରବଧୂଙ୍କ ସହ ସେଲଫି ନେବା ପାଇଁ ଧସ୍ତାଧସ୍ତି ହୋଇଥିଲେ । ତେବେ ସେମାନେ କାହିଁକି ସେଲଫି ନେବା ପାଇଁ ଏତେ ବ୍ୟଗ୍ର ହେଉଥିଲେ ଆସନ୍ତୁ ଜାଣିବା । ମସାରୁର…

ବୋରିୟା ମଜମୁଦାରଙ୍କୁ ବାସନ୍ଦ କଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଜି ପତ୍ରକାର ତଥା ବାୟୋଗ୍ରାଫି ରାଇଟର ବୋରିୟା ମଜମୁଦାରଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି । ସାକ୍ଷାତକାର ନେବା ଆଳରେ ସେ ୱିକେଟକିପର ରିଦ୍ଧିମାନ ଶାହାଙ୍କୁ ଧମକାଇଥିଲେ । ରିଦ୍ଧିମାନ ନାମ ପ୍ରକାଶ କରି ନ ଥିଲେ ମଧ୍ୟ ଏହି ଘଟଣା ସୋସିଆଲ…

ମଙ୍ଗଳାଯୋଡିରେ ପୃଥିବୀର ପ୍ରଥମ ବେରଙ୍ଗ କାମ ପକ୍ଷୀ ଚିହ୍ନଟ

ଭୁବନେଶ୍ୱର: ପୃଥିବୀର ଏକମାତ୍ର ବେରଙ୍ଗ କାମ ପକ୍ଷୀ ଚିହ୍ନଟ । ଚିଲିକାର ମଙ୍ଗଳାଯୋଡ଼ି ଠାରେ ଏହି ବିରଳ ପକ୍ଷୀ ଚିହ୍ନଟ ହୋଇଛି । ପକ୍ଷୀ ଟି ବିରଳ ନୁହେଁ ବରଂ ତା’ର ବେରଙ୍ଗ ହେବା ଟି ବିରଳ । ୨୦୧୯-୨୦ ରୁ ଅନୁଧ୍ୟାନ କରାଯାଉଥିବା ପକ୍ଷୀ ଟି ଗତ ମେ ୩ରେ କାମ ପକ୍ଷୀ ବୋଲି ସ୍ୱୀକୃତି ପାଇଛି ।…

ଓମ୍ ବିର୍ଲାଙ୍କ ନକଲି ହ୍ୱାଟ୍ସଆପ୍: ଭୋଡାଫୋନ୍, ଜିଓ ଏବଂ ବିଏସଏନଏଲ କୁ କ୍ରାଇମବ୍ରାଞ୍ଚ ଜେରା

ଭୁୁବନେଶ୍ୱର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଙ୍କ ନାଁ ରେ ନକଲି ହ୍ୱାଟ୍ସଆପ୍ ମିଳିବା ପରେ ଫସିଯାଇଛନ୍ତି ତିନି ଟେଲିକମ୍ ନେଟୱର୍କ କମ୍ପାନୀ । ଭୋଡାଫୋନ୍, ବିଏସଏନଏଲ ଏବଂ ଜିଓ ର ଅଧିକାରୀଙ୍କୁ କ୍ରାଇମ ବ୍ରାଞ୍ଚ ନୋଟିସ୍ ଜାରି କରିଛି । ତିନୋଟି ଯାକ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ…

ବନ୍ଦ ହେଲା କରନଙ୍କ ଟକ ଶୋ କଫି ୱିଥ କରନ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହର ତାଙ୍କର ଲୋକପ୍ରିୟ ଶୋ କଫି ୱିଥ କରନଙ୍କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ସପ୍ତମ ସିଜନ ଆସିବ ବୋଲି ଆଲୋଚନା ହେଉଥିଲେ ମଧ୍ୟ ସେ ଖୋଲାଖୋଲି ଭାବେ ଏହାକୁ ଖଣ୍ଡନ କରିଛନ୍ତି ।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮ ୮ ଆଠ ଦିନ ଅପେକ୍ଷା ପରେ ମଧ୍ୟ ଆରାଧ୍ୟା ପାଖରୁ କିଛି କଲ୍‌ ଆସୁନି । ଦିନକୁ ଦିନ ତା’ର ଧୈର୍ଯ୍ୟଚ୍ୟୁତ ହେଉଛି । ବ୍ୟସ୍ଥତା ବଢ଼ିବାରେ ଲାଗିଛି । ହୃଦସ୍ପନ୍ଦନ ତୀବ୍ର ହେବାରେ ଲାଗିଛି । କୈଣସି କାମରେ…

ରାଣା ଦମ୍ପତିଙ୍କୁ ମିଳିଲା ସର୍ତମୂଳକ ଜାମିନ

ମୁମ୍ବାଇ: ସାଂସଦ ନବନୀତ ରାଣା ଓ ତାଙ୍କ ପତି ତଥା ବିଧାୟକ ରବି ରାଣାଙ୍କୁ ମୁମ୍ବାଇ ହାଇକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଛି । ହନୁମାନ ଚାଳିଶା ଗାନ କରିବା ବିବାଦରେ ୧୧ ଦିନ ପୂର୍ବରୁ ସେମାନଙ୍କୁ ଗିରଫ କରାଯାଇଥିଲା । ମହାରାଷ୍ଟ୍ରର ଲାଉଡ ସ୍ପିକର ବିବାଦରେ ରାଣା ଦମ୍ପତି ମୁଖ୍ୟମନ୍ତ୍ରୀ…

ଅନୁବାଦ ଗଳ୍ପ : ବ୍ଲାକ୍ ମ୍ୟାଜିକ୍

ମୂଳ ରଚନା : ପେନିନା ଶ୍ଟବର୍   ମୁଁ ସବୁ ଠିକଠାକ କରିଛି । ହାଇସ୍କୁଲ୍ ପରେ ଇସ୍‌ରାଏଲ୍‌ରେ ସେମିନାରୀରେ ଏକ ବର୍ଷ ମଧ୍ୟ ପଢିଛି । ମୋ ବାପା ଓ ମାଙ୍କ ପକ୍ଷରେ ସେମିନାରୀ ଫିସ୍ ଦେବାକୁ ପଇସା ନ ଥିଲା କିନ୍ତୁ ପଛରେ ରହିଯିବ ତ ତୁମେ ହାରିଯିବ । ମୋ ଭବିଷ୍ୟତ ପାଇଁ ଏହା ଆବଶ୍ୟକ…

ଦୀର୍ଘବର୍ଷ ପରେ ମା’କୁ ଭେଟି ଆଶୀର୍ବାଦ ନେଲେ ଯୋଗୀ

ଡେରାଡୁନ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନି ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ରହିଛନ୍ତି । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଉତ୍ତରାଖଣ୍ଡ ଗସ୍ତ । ଯୋଗୀ ଆଦିତ୍ୟନାଥଙ୍କ ପୈତୃକ ଘର ଉତ୍ତରାଖଣ୍ଡର ପଞ୍ଚୁର ଗାଁ । ସେ ଏହି ଗସ୍ତ ସମୟରେ ନିଜ…