Latest Odisha News

BREAKING NEWS

Yearly Archives

2023

ରକ୍ଷା ବନ୍ଧନର ମାନ ରଖିଲା ଭାଇ, ଜୀବନ ଦେଇ ରଖିଲା ଭଉଣୀର ସମ୍ମାନ

ପ୍ରୟାଗରାଜ: ରାତି ପାହିଲେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତା ଭଉଣୀ । କିନ୍ତୁ ରାକ୍ଷୀ ପୁର୍ଣ୍ଣିମାର ଗୋଟିଏ ଦିନ ଆଗରୁ ଭଉଣୀକୁ ରାକ୍ଷୀ ପାଉଣା ଦେଇ ଚାଲିଗଲା ଭାଇ । ୟୁପିର ପ୍ରୟାଗରାଜରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଖେରି ଅଞ୍ଚଳରେ ଜଣେ ଛାତ୍ର ନିଜ ଭଉଣୀଙ୍କ ସହ ହୋଇଥିବା…

ସେପ୍ଟେମ୍ବରରେ ଆସୁଛନ୍ତି କେନ୍ଦ୍ର ନିର୍ବାଚନ କମିଶନ: ଆଗୁଆ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା

ଭୁବନେଶ୍ୱର: ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଲା । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୟାନ ଏପରି ଚର୍ଚ୍ଚାକୁ ଆହୁରି ଜୋର କରିଛି । ରାଜ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ଏକ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି…

ବାରମ୍ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇଯାଆନ୍ତୁ ସାବଧାନ୍: ଜାଣନ୍ତୁ ଏହାର କାରଣ

ଭୁବନେଶ୍ଵର: ଆଜିକାଲି, ଚାପ ଓ ଚିନ୍ତା ସମେତ ଅନେକ କାରଣରୁ ମୁଣ୍ଡବିନ୍ଧାର ସମସ୍ୟା ଅତି ସାଧାରଣ ହୋଇଗଲାଣି । ମୁଣ୍ଡବିନ୍ଧାର କୌଣସି କାରଣ ନାହିଁ, କିନ୍ତୁ ଅନେକ କାରଣରୁ ଆପଣ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସାଧାରଣତଃ ଲୋକମାନେ ମୁଣ୍ଡବିନ୍ଧାକୁ ଏକ ସାଧାରଣ ସମସ୍ୟା ଭାବରେ…

ଆଦିତ୍ୟ ଏଲ-୧: ପ୍ରସ୍ତୁତି ପାଇଁ କେତେ ହୋଇଛି ଖର୍ଚ୍ଚ ? କେତେ ବାଟ ଯିବ ?

ଭୁବନେଶ୍ୱର: ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରାୟନ-୩ର ସଫଳତା ପୁର୍ବକ ଲ୍ୟାଣ୍ଡିଂ ପରେ ଭାରତୀୟ ସ୍ପେସ୍ ଏଜେନ୍ସି, ଇସ୍ରୋର ବୈଜ୍ଞାନିକମାନେ ଏବେ ସୂର୍ଯ୍ୟ ଉପରେ  ନଜର ରଖିଛନ୍ତି। ସୌର ଅନୁସନ୍ଧାନ ପାଇଁ ବିଚାର ବିମର୍ଶ କରିବା ସହିତ ବିଶେଷ ତର୍ଜମା ଆରମ୍ଭ ହୋଇଛି । ଏଥି ପାଇଁ ଶ୍ରୀହରିକୋଟାରେ…

ନୂଆପଡାରେ ଡିଜିପିଙ୍କ ମାଓ ସମୀକ୍ଷା: ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ

ନୂଆପଡା: ଆଜି ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ  । ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଥିବା ନୂଆ କ୍ୟାମ୍ପ ବୁଲି ଦେଖିବା ସହ  ମାଓ ଗତିବିଧି ଉପରେ ଅନୁଧ୍ୟାନ କରିଛନ୍ତି । ଆଗକୁ ଛତିଶଗଡରେ ନିର୍ବାଚନ ହେବାକୁ ଥିବାବେଳେ ଗତକାଲି ଛତିଶଗଡରେ ଏକ…

ଚୀନର ବିବାଦୀୟ ମ୍ୟାପକୁ ନେଇ ତେଜିଲା ରାଜନୀତି: ଜମି ହଡପକାରୀକୁ ଆମନ୍ତ୍ରଣ ଭାରତକୁ ଶୋଭା ଦିଶିବ କି ବୋଲି ପ୍ରଶ୍ନ…

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପୂର୍ବରୁ ଚାଇନା ଦେଖାଇଲା ନଖରାମି । ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦର୍ଶାଇ ମ୍ୟାପ ଜାରି କରିବା ପରେ ଭାରତ ଦେଇଛି କଡା ଜବାବ । ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ଥିଲା ଏବଂ ରହିବ । ଚୀନ୍‌ର ଏହି କାର୍ଯ୍ୟକୁ କେବେ  ବରଦାସ୍ତ କରାଯିବ ନାହିଁ। ଚୀନ…

ମାନ୍ୟତା ନ ମିଳିଲେ ହେବ ଭୋଟ ବର୍ଜନ, ଆଦିବାସୀ ମାନ୍ୟତା ଦାବିରେ ଚେତାବନୀ ଦେଲେ ଝୋଡ଼ିଆ ସମ୍ପ୍ରଦାୟ

ରାୟଗଡ଼ା: ଜୋର ଧରିଲା ଝୋଡ଼ିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବି । ମାନ୍ୟତା ନମିଳିଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ଲୋକେ । ତେବେ ଏଭଳି ଧମକ ଦେଇଛନ୍ତି ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ବାସକରୁଥିବା ୧ଲକ୍ଷରୁ ଅଧିକ ଝୋଡ଼ିଆ ସମ୍ପ୍ରଦାୟ ଲୋକେ । ଜିଲ୍ଲାପାଳଙ୍କଠାରୁ…

ଗୁଣୁପୁର ବଂଶଧାରାରେ ଦୁଇ ନିଖୋଜ ଘଟଣା: ଉଦ୍ଧାର ହେଲା ଜଣଙ୍କ ମୃତଦେହ

ଗୁଣପୁର : ବଂଶଧାରାରେ ଭାସି ନିଖୋଜ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର। ଗୁଡାରିବ୍ଲକ ଅନ୍ଧାରିଗୁଡ଼ା ନିକଟ ଏକ ବ୍ରିଜ ତଳୁ ୯ବର୍ଷର ନାବାଳକ ରତ୍ନାକର ବଡ଼ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି। ରତ୍ନାକରଙ୍କ ମୃତଦେହ ଏକ ଖୁଣ୍ଟରେ ଲାଗି ରହିଥିବା ଦେଖିଥିଲେ ଗ୍ରାମବାସୀ। ଏହା ପରେ…

ମାଲକାନଗିରିରେ ଅଭିଜ୍ଞ ଡାକ୍ତରୀ ଟିମ୍: ୩୧ଯାଏଁ ଉପାନ୍ତ ଅଞ୍ଚଳରେ ଯୋଗାଇବେ ଉତ୍ତମ ସ୍ବାସ୍ଥ୍ୟସେବା

ମାଲକାନଗିରି : ରାଜ୍ୟର ଉପାନ୍ତ ଅଞ୍ଚଳରେ ଗରିବ ନିଷ୍ପ୍ରେସିତ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇେଦବାକୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଜାରି ରହିଛି । ଏ ନେଇ ଆଜି କିଛି ଅଭିଜ୍ଞ ଡାକ୍ତରୀ ଦଳ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଜିଲ୍ଲାରେ ଆୟୋଜିତ ସ୍ୱତନ୍ତ୍ର…