Latest Odisha News

ଶୀତଦିନ ଆରମ୍ଭରୁ ନିଜ ଡାଏଟ୍ ରେ ସାମିଲ କରନ୍ତୁ ଏହିସବୁ ଫଳ; ବଢିବ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: ଋତୁ ପରିବର୍ତ୍ତନ ସହ ଆମ ଶରୀରର ରୋଗ ପ୍ରତିରୋଧକ ସ୍ତରକୁ ବଢ଼ାଇବା ପାଇଁ ଆମ ଖାଦ୍ୟରେ ପୁଷ୍ଟିକର ଫଳକୁ ସାମିଲ କରିବା ବହୁତ ଜରୁରୀ। ତେବେ, ଜାଣନ୍ତୁ ଶୀତଦିନେ କେଉଁ ସବୁ ଫଳ ଖାଇବା ଜରୁରୀ।

ସେଓ :ସେଓରେ ଫାଇବର, ଭିଟାମିନ ସି’ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ତ୍ୱଚା ଓ ପାଚନରେ ସୁଧାର ଆଣିଥାଏ।

ଅମୃତଭଣ୍ଡା: ଏହି ମିଠା ଫଳରେ ଭିଟାମିନ-ସି ଓ ଆଣ୍ଟିଅକ୍ସିଡାଣ୍ଟ ବହୁଳ ପରିମାଣରେ ଅଛି। ଏଥିରେ ଫାଇବରର ମାତ୍ରା ଅଧିକ ପରିମାଣରେ ଥାଏ, ଯାହାକି ପାଚନ (ହଜମ) ପାଇଁ ଉତ୍କୃଷ୍ଟ ହୋଇଥାଏ ଏବଂ ହାର୍ଟ ଓ ମଧୁମେହ ସ୍ତରକୁ ପରିଚାଳନା କରିଥାଏ ।

କମଳା: କମଳାରେ କ୍ୟାଲସିୟମ୍‌ ଓ ଭିଟାମିନ-ସି ଭରପୁର ମାତ୍ରାରେ ରହିଛି। ଏହି ଫଳ ଚର୍ମରେ ସୁଧାର ଆଣିବାରେ ସାହାଯ୍ୟ କରିଥାଏ, କୋଲେଷ୍ଟ୍ରୋଲ ସ୍ତରକୁ କମ୍‌ କରିଥାଏ ଏବଂ ଓଜନ କମାଇବାରେ ସହାୟତା ସହିତ ଅନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ବି ଦେଇଥାଏ।

ସପେଟା: ସପେଟାରେ ଭିଟାମିନ ସି, ଇ ଓ ଭିଟାମିନ କେ’ ସହିତ ବିଭିନ୍ନ ପ୍ରକାର ପୋଷକ ତତ୍ୱ ରହିଛି। ସପେଟା ପୋଟାସିୟମର ବହୁତ ଭଲ ସ୍ରୋତ।ଏହି ମିଠା ଫଳରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଓ ଫୋଲେଟ ମଧ୍ୟ ହୋଇଥାଏ, ଯାହାକି ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ଓ ରକ୍ତକୁ ଜମାହେବାରୁ ରକ୍ଷା କରିଥାଏ ଓ ଆଖିର ଦୃଷ୍ଟିଶକ୍ତିରେ ସୁଧାର ଆଣିଥାଏ।

ଅମୃତଭଣ୍ଡା: ଏହି ଫଳରେ ଭିଟାମିନ-ସି ଓ ଆଣ୍ଟିଅକ୍ସିଡାଣ୍ଟ ବହୁଳ ପରିମାଣରେ ଅଛି। ଏହା ଶରୀରର କୋଷଗୁଡ଼ିକୁ ନଷ୍ଟ ହେବାରୁ ରୋକିଥାଏ। ଏଥିରେ ଫାଇବରର ମାତ୍ରା ଅଧିକ ପରିମାଣରେ ଥାଏ, ଯାହାକି ପାଚନ (ହଜମ) ପାଇଁ ଉତ୍କୃଷ୍ଟ ହୋଇଥାଏ ଏବଂ ହାର୍ଟ ଓ ମଧୁମେହ ସ୍ତରକୁ ପରିଚାଳନା କରିଥାଏ।

Leave A Reply

Your email address will not be published.