ସୁଷମା ପରିଜା
ବେଳେ ବେଳେ କିଛି କଥା, କିଛି ଶବ୍ଦ,
ତୀକ୍ଷ୍ଣ ଧାରଥିବା ଛୁରୀଟିଏ ହୋଇ
ଟିକ୍ ଟିକ୍ କରି କାଟି ପକାନ୍ତି
ଛାତି ଭିତର ର କଲିଜା ଟାକୁ,
ଯନ୍ତ୍ରଣାକ୍ଳିଷ୍ଟ ହୃଦୟରୁ ନିଗିଡି ଆସୁଥିବା
ଲହୁ ସବୁ ଲୁହ ହୋଇ ବୋହି ଯିବା ଲାଗି ଆସି
ଅଧା ବାଟରୁ ଲେଉଟି ଯାଆନ୍ତି ଆଖିପତା ପାଖରୁ,
କାହିଁକି ନା, ସେଠି ସାମାଜିକ ସଂଭ୍ରମ ର
ଚାବୁକ ଟିଏ ଧରି ବାଟ ଓଗାଳି
ଠିଆ ହୋଇଥାଏ ବିବେକ ।।
ଲୁହ ମାନେ ବାଷ୍ପ ହୋଇ ରୁନ୍ଧି ପକାନ୍ତି,
କୋହରେ ଉବୁଟୁବୁ ହେଉଥିବା ଗଳାକୁ,
ଆକ୍ତା ମାକ୍ତା ହୋଇ ଯାଏ ପାର୍ଥିବ ପ୍ରାଣ ,
ଆଃ, ଖୁବ୍ ଯନ୍ତ୍ରଣା ଦାୟକ
ଏଇ ତ୍ରିଶଙ୍କୁ ଅବସ୍ଥା,
ନା କହିହୁଏ, ନା ସହିହୁଏ,
ନା ଜୀଇଁ ହୁଏ, ନା’ ମରିହୁଏ,
କେଜାଣି କେମିତି ଏକ ସ୍ଥାବରପଣ
ଗ୍ରାସ କରିଯାଏ ସମଗ୍ର ସତ୍ତାକୁ ।।
ଶ୍ରୁତି ପଟଳରେ ବାର ବାର
ଅନୁରଣିତ ହେଉଥାନ୍ତି ଶବ୍ଦ ମାନେ
ମୁନିଆଁ କଣ୍ଟା ଭଳି ଫୁଟି ଯାଇ
ଅସହ୍ୟ ଆଘାତ ଦେଉଥାଆନ୍ତି,
ଆଃ, ଏମିତି ହସ ନାଇଁ , ଏମିତି ବସ ନାଇଁ,
ଏମିତି କଥା କୁହ ନାଇଁ, ଏମିତି ଚଳିବି,
ଇତ୍ୟାଦି ଇତ୍ୟାଦି କଟକଣା ସବୁ
ଅହରହ କ୍ଷତ ବିକ୍ଷତ କରୁଥାନ୍ତି,
ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି
ମୁହଁ ରେ ମିଛି ମିଛିକା ହସ ମାଖିବାକୁ ପଡେ,
ଏତିକି ବି କହି ହୁଏ ନାଇଁ ଯେ,
“ଆରେ ବାବା ! ଆରେ ଧନ !
ଯଦି ଆମେ ନିଜ ଇଚ୍ଛା ମୁତାବକ ବଞ୍ଚି ପାରିବୁନି,
ତେବେ ଆମ ଇଚ୍ଛା ମୁତାବକ ମରିବାକୁ ତ’ ଦିଅ ,
ଖୁବ୍ ଅସହ୍ୟ ହେଉଛି ଏଇ ତ୍ରିଶଙ୍କୁ ଜୀବନ” ।।
BREAKING NEWS
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି

Comments are closed.