Latest Odisha News

ଅର୍ଥ ବିଭାଗ ସାଂସ୍କୃତିକ ସଂସଦର ୫୬ତମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଅର୍ଥ ବିଭାଗ ସାଂସ୍କୃତିକ ସଂସଦର ୫୬ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସାଂସ୍କୃତିକ ସଙ୍ଗଠନର ସ୍ମରଣିକା ‘କୋଟିଲ୍ୟ’ ଉନ୍ମୋଚିତ ହୋଇଥିଲା।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବରେ ଏହି ଉତ୍ସବକୁ ଉଦଘାଟନ କରିଥିଲେ ଏବଂ ବିଭାଗ ପକ୍ଷରୁ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶାଳ କୁମାର ଦେବ ନିଧି କୁମାର ରାଉତରାୟ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ରାଜ୍ୟରେ ଉନ୍ନତ ଆର୍ଥିକ ପରିଚାଳନା ପାଇଁ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ। ଏହି ଉତ୍ସବରେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଧରା ଆଖିର ଲୁହ ନାମକ ଏକ ପାରିବାରିକ ନାଟକ ମଞ୍ଚସ୍ଥ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଯୋଗଦେଇଥିଲେ।

Leave A Reply

Your email address will not be published.