Latest Odisha News

BREAKING NEWS

ବ୍ୟଙ୍ଗ : ଛୁଟିଦିନ

ଜାନୁଆରୀ ୨୬ ହଉ କି ଅଗଷ୍ଟ ୧୫, ମାନେ ସ୍କୁଲ ଛୁଟି । ଆଉ କିଛି ମନେ ରହୁ କି ନ ରହୁ କିନ୍ତୁ ସ୍କୁଲରେ ପଢିବା ବେଳଠୁ ଏହିଭଳି କିଛି କିଛି ତାରିଖ ନିଶ୍ଚିତ ଭାବେ ମନେ ରଖୁଥିଲୁ । କାରଣ ଏହି ଦିନମାନଙ୍କରେ ଆମକୁ ସରକାରୀ ଭାବେ ଛୁଟି ମିଳୁଥିଲା । ନହେଲେ କେତେଯେ ପ୍ରକାରର ବାହାନା ସବୁ ଉଦ୍ଭାବନ…

ବ୍ୟଙ୍ଗ : ସେ କାଳ ପଖାଳ

କାସିଆ ଅଜା ଓ ବିଶିଆ ଜେଜେ ଦୁଇଜଣଯାକ ନଈକୂଳ ହନୁମାନ ଚଉତରା ଉପରେ ବସି ଗପ କରୁଥାନ୍ତି । ଚାରି ପାଞ୍ଚଟା ଭକୁଆ ପାଟିକୁ ହାଁ କରି ତାଙ୍କ ମୁହଁକୁ ଚାହିଁଥାନ୍ତି । କାଶିଆ ଅଜା ଗୋଟାଏ ଭକୁଆକୁ ଅନେଇ କହିଲେ ,"ଜାଣିଲୁ ତୁମ ବେଳେ ଏ କି ଲେମ୍ବୁ ! ଦୁଇ ଟଙ୍କାରେ ଗୋଟାଏ ଯେ ଏକୁଉସିଆ ଛୁଆର ଆଖି…

ବ୍ୟଙ୍ଗ : ଗୁରୁପୂଜାର ଫଳଶ୍ରୁତି

ଏଇ ଘଟଣା ସେହି ସମୟର ଯେଉଁ ସମୟରେ ପୁଅ ମୋର ନର୍ସରୀ ଡେଇଁ ପ୍ରଥମ ଶ୍ରେଣୀରେ ଭର୍ତ୍ତି ହୋଇଥିଲା । ଯିବା ଆସିବା ପାଇଁ ତାର ସ୍କୁଲଗାଡି ବ୍ୟବସ୍ଥା ହୋଇଥାଏ କିନ୍ତୁ ପ୍ରାୟ ତାର ଉଠିବାରେ ଡେରି ହୁଏ ବୋଲି ବିରକ୍ତି ସତ୍ତ୍ୱେ ବାଧ୍ୟ ହୋଇ ତାକୁ ବାଇକରେ ସ୍କୁଲରେ ଛାଡିବାକୁ ପଡେ । ପୁତ୍ରମଣିର…

ବ୍ୟଙ୍ଗ : ରାକ୍ଷୀ ପୂର୍ଣ୍ଣିମାର ଦୁର୍ଘଟଣା

ଗତ ବର୍ଷ ରାକ୍ଷୀ ପୂର୍ଣ୍ଣିମାର କଥା । କହିଲେ କୁଳ କୁଟୁମ୍ବକୁ ଲାଜ । ଭାବିଲେ ଦେହ ଶୀତେଇ ଯାଉଛି । କଣ କହିବି ? ଭଗବାନ ଏପରି ଦୁର୍ଘଟଣା ଆଉ କାହା ସହ ନ ଘଟାନ୍ତୁ । ଦିନ ପ୍ରାୟ ବାରଟା କି ଗୋଟାଏ ହେବ ଦେଖିଲି ଟେବୁଲ ଉପରେ ଗୋଟେ ରାକ୍ଷୀ ଥୁଆ ହୋଇଛି । ମୋ ଭଉଣୀ ତ ରାକ୍ଷୀ ବନ୍ଧା କାମ ସାରି…

ବ୍ୟଙ୍ଗ : ଷଣ୍ଢଙ୍କ ରାକ୍ଷୀ ଚିନ୍ତା

ଆଜି ଆମ ଏରିଆର ଷଣ୍ଢ ମାନଙ୍କ ଏକ ମିଟିଂ ବସିଥିଲା । ବୁଲା ଫାଙ୍କାରେ ବୁଲୁଥିବା ଷଣ୍ଢ ମାନଙ୍କ ଚିନ୍ତାର କାରଣ ହେଲା ଆସନ୍ତା ରାକ୍ଷୀ ପୁନେଇଁ । ଷଣ୍ଢଙ୍କ ସର୍ଦ୍ଦାର କହିଲା ଆମେ ହେଲୁ ଜାତିରେ ଷଣ୍ଢ । ନା ଆମର ଅଛି ପରିବାର ଚିନ୍ତା ନା ସଂସାର ଚିନ୍ତା । ସାରା ପୃଥିବୀଟା ଆମ ପାଇଁ ଗାଈମୟ ।…

ବ୍ୟଙ୍ଗ : ମାରିନେବେ ମହାପାତ୍ରେ ଚାହିଁଥିବୁ ଜଳକା

ଦୁନିଆଁଟା ଦିନକୁ ଦିନ ବହୁତ ଛୋଟ ହେଇଯାଉଚିରେ ଭାଇ । ଦିନ ଥିଲା ଯେତେବେଳେ ଦୂରଦୂରାନ୍ତରେ ଥିବା ବନ୍ଧୁ ପରିଜନ ସମ୍ପର୍କୀୟଙ୍କ ସହ ଭାବର ଆଦାନ ପ୍ରଦାନ କେବଳ ଚିଠି ଦ୍ୱାରା ହେଉଥିଲା । ସେତେବେଳେ ଲୋକମାନେ ଯାହା କିଛି ଲେଖୁଥିଲେ ଭବିଷ୍ୟତ କାଳରେ ଚିଠି ଲେଖୁଥିଲେ । ଯେମିତିକି , ଆଶା ଏ…

ବ୍ୟଙ୍ଗ : ଜନ୍ମଦିନ ଶପଥ

ଏ ଘଟଣାଟି ମୋ' ଜନ୍ମଦିନର । ସେଦିନ ସକାଳୁ ଅନେକ ଶୁଭେଚ୍ଛା ସବୁ ଆସିଥିଲା । ତା ଭିତରେ ମୋ ଅର୍ଦ୍ଧାଙ୍ଗିନୀଙ୍କର ଜନ୍ମଦିନ ପାଇଁ ପଠାଇଥିବା ଶୁଭେଚ୍ଛା ବାର୍ତ୍ତାଟା ବି ଥିଲା । ଅତ୍ୟନ୍ତ ସୁନ୍ଦରୀ ଝିଅଟିଏ ହାତରେ ଗୋଲାପ ଫୁଲ ଧରିଥିବା ଫଟୋ ତଳେ ଲେଖା ଅଛି 'ଏ ଫୁଲଟା ଖାସ ତୁମ ପାଇଁ ' । ସେ…

ବ୍ୟଙ୍ଗ : ଡିଜିଟାଲ ଝଟକା

କାଲି ସନ୍ଧ୍ୟାରେ ଏକ ଫୋନ୍ ଆସିଲା, ଜଣେ ଝିଅ ଫୋନ୍ କରିଥିଲା । "ହେଲୋ ସାର୍" ମୁଁ ଜବ୍ ପାଇଁ ରେଜିଷ୍ଟ୍ରେସନ କରୁଥିଲି ଭୁଲରେ ଆପଣଙ୍କ ନମ୍ବର ଦେଇ ଦେଇଛି, ଆପଣଙ୍କ ନମ୍ବର ଓ ମୋ ନମ୍ବର ମଧ୍ୟରେ ସମାନତା ଅନେକ ଅଛି, କେବଳ ଗୋଟିଏ ସଂଖ୍ୟାର ଫରକ ଯାହା । ଆପଣଙ୍କ ନିକଟକୁ ଏକ ଓ.ଟି.ପି (ଓ୍ବାନ୍…

ବ୍ୟଙ୍ଗ : ଶଙ୍ଖାର ମାହାତ୍ମ୍ୟ

ଏ ଜନ୍ମଦିନଟି ଗୋଟେ ବଡ଼ ବିଚିତ୍ର ଦିନ । ବିଶେଷକରି ଫେସବୁକ , ଇନଷ୍ଟାଗ୍ରାମ ଆଉ ହ୍ଵାଟ୍ସଆପର ବହୁଳ ପ୍ରସାର ପରେ ଯେଉଁ ସବୁ ଉଛୁଳା ପ୍ରେମର ଏକ ନୂତନ ସାହିତ୍ୟ ଧାରା ଆରମ୍ଭ ହୋଇଛି, ତାକୁ ଦେଖି ବେଳେ ବେଳେ ଆଖି ତରାଟି ହୋଇଯାଉଛି । ହଜାରେ ଲୋକଙ୍କୁ ଚନ୍ଦେଇଥିବା , କନ୍ଦେଇଥିବା ରାମା ,…

ବ୍ୟଙ୍ଗ : ଆତ୍ମସ୍ତୁତି -୨

ଏକବିଂଶ ଶତାବ୍ଦୀର ସଦ୍ୟତମ ପ୍ରବେଶ ସେତେବେଳେ । ମୁଁ ଥାଏ ପଣ୍ଡିଚେରୀରେ । ମୋର କିଛି କିଛି ପ୍ରବନ୍ଧ ଓ ଗଳ୍ପ ଦୈନିକ ଖବରକାଗଜରେ ବାହାରୁଥାଏ । ଯଦିଓ ମୋବାଇଲର ପ୍ରଚଳନ ଆରମ୍ଭ ହୋଇଯାଇଥାଏ କିନ୍ତୁ କଥାହେବାର ଦର ଥିଲା ପକେଟକୁ ଭାରି । ତେଣୁ ଲେଖା ତଳେ ମୋର ଯୋଗାଯୋଗ ଭାବେ ମୁଁ ରହୁଥିବା…