Latest Odisha News

BREAKING NEWS

କବିତା : ସଖା

 ଲକ୍ଷ୍ମଣ ସାହୁ  ବିସ୍ତୀର୍ଣ୍ଣ ସାଗର ବେଳାର ବିକ୍ଷିପ୍ତ ବାଲୁକା ରାଶିରେ ଶାମୁକାର ସମାହାରେ ଖୋଜୁଥାଏ ମୋ ଅତୀତ ସ୍ମୃତି ଏବେ ଅନାହତ ଖୁସିର ଶାମୁକାଟିଏ । ଖୋଜୁଥିଲି....... କୋଣାର୍କର ଭଗ୍ନ ମୁଖଶାଳେ ଦେଖୁଥିଲି ଅଭଙ୍ଗା ନର୍ତ୍ତକୀ ନୃତ୍ୟରତା ମୋ ପ୍ରିୟାର ମୁଖ ପାଦର…

କବିତା : ଅସମାପ୍ତ ନାଟକ

ମମତା ପ୍ରିୟଦର୍ଶିନୀ ସାହୁ  ଏ କ'ଣ ! ଏବେ ତ ରାତି ପାହିବାକୁ ବାକି ଥିଲା ଆହୁରି ସମୟ , ଶେଷ ଅଙ୍କ ପ୍ରସାରଣ ପାଇଁ ଢେର ସାରା ଦୃଶ୍ୟ ବଳକା ରହିଗଲା ! କେବଳ ମାତ୍ର ଅତିକ୍ରମିତ ହେଇଥିଲା ଅଳ୍ପ ପାହାଚ , ମଞ୍ଚ ଉପରକୁ ଉଠିବା ତ ଖୁବ୍ ଦୂରର କଥା , ଭଲ ରେ ପ୍ରଲେପ ବି…

କବିତା : ଅସରା

ପ୍ରଦୀପ କୁମାର ପଣ୍ଡା  ସବୁକିଛି ସରି ଯାଇନି ବସୁଧାରୁ ଯାହା ଚକିତ କରେ ଆମକୁ, ଯେମିତି ତୁମ ଆକାଶର ମେଘ। ଆକାଶର ନୀଳିମାର ବି ଏକ ପରିମାପ ଅଛି, ଆଉ ଟିକିଏ ଅଧିକା କି କମ ହୋଇ ଯାଇଥିଲେ ବିଗିଡି ଯାଇଥାନ୍ତା ଯେମିତି ବସୁଧାର ସଂଘଠନ । ହାଡ଼ମାଂସର ଖତରେ ଗାଢ଼ ହୁଏ ଅରଣ୍ୟର…

ବ୍ୟଙ୍ଗ : ଜୟ କରୋନା

ଓଁ ଅଭିଜ୍ଞାନ ସାହୁ  (ସାଇଡ଼ ଇଫେକ୍ଟ- ଦ୍ଵିତୀୟ) କପାଳ ପୋଡ଼ା ଥିଲେ ଖୁସି ଖବରକୁ ନେଇ ମଣିଷ ବଡ଼ ଦୁଃଖ ପାଏ । ଗତକାଲି ଆମ ଧନ ଅନଲାଇନ ପରୀକ୍ଷାରେ ଅବିଶ୍ଵସନୀୟ ଭାବେ କ୍ଲାସ ଟପର ହୋଇଥବା ଖୁସିରେ ମାମାଙ୍କ ମିଠା ବଣ୍ଟାର ଲମ୍ବା ଲିଷ୍ଟ ଦେଖି ମୁଁ ଆତଙ୍କିତ ହେବା ସ୍ବାଭାବିକ ।…

ଗଳ୍ପ : କରୋନା କାହାଣୀ

ବନ୍ଦିତା ଦାଶ    ଶୀତ ନୂଆନୂଆ ଆସିଥାଏ। ବାଡିବଗିଚାରେ ନାନା ପ୍ରକାରର ଗେଣ୍ଡୁ ଫୁଲ। ସଦ୍ୟକଟାଯାଇଥିବା ଧାନକିଆରୀ । ନାନା କିସମର ପନିପରିବାର ଥାଟରେ ବାଡି ହସୁଥାଏ। ଉଣେଇଶିଶହ ଅଣାନବେର କଥା। ଏମ୍.ଫିଲ୍ କରୁଥାଏ ରେଭେନ୍ସାରେ । ସତ୍ୟଭାମାର ଚିଠିପାଇଲି। ବାହାଘର ଠିକ୍ ହୋଇଯାଇଚି।ମୋତେ ଓ…

କବିତା : ଭୁବନେଶ୍ୱର

ସୁପ୍ରିୟା ପ୍ରଶାନ୍ତ ଭୁବନେଶ୍ୱର ନିରୁଦ୍ଧିଷ୍ଟା ଜଣେ ରହସ୍ୟମୟୀ ନାରୀ ତାକୁ ଦେଖିଥିବା ଲୋକେ ମନେ ପକାନ୍ତି , ସେ ନିରୀମାଖୀ, ଏକବାରେ ମନୋଇ ଟିଆପଖିଆ ପଣତ ତାର ଲମ୍ବିଥାଏ , ଖଣ୍ଡଗିରିରୁ ଚନ୍ଦକା ଶେଷଯାଏ, ତା ବୁକୁରେ ମୁହଁ ଗୁଞ୍ଜନ୍ତି , ଡେଉଁଥାନ୍ତି ପଲେ ମାଙ୍କଡ଼ଛୁଆ ।…

କବିତା : ଦେଶ

ଭବାନୀ ଭୂୟାଁ    ଏ ମାଟି ତୋର ଏ ଆକାଶ ତୋର ପାଣି ତୋର ପବନ ବି ତୋର । ଏ ଜଙ୍ଗଲ ତୋର ଏ ପାହାଡ଼ ବି ତୋର । କିଏ କହିଲା ତୋର ଦେଶ ନାହିଁ ? ଦେଶ ଖଣ୍ଡେ ମାଟି ନୁହେଁ କି , ନାଲି ନେଳି ଗାରଟଣା ସୀମାରେଖା ନୁହେଁ । ଯିଏ ଯେତେବେଳେ ପାରିବ ତୋତେ ଉତଖାତ କରିବ । ତୋ…

କୁଳାଙ୍ଗାର ଉବାଚ : ଯେବେ ଘରଣୀ ସାଜିଲେ ଦୋକାନୀ

ଡଃ.କୁଳାଙ୍ଗାର  ଘରଣୀ କହିଲେ ରୋଜଗାର ନାହିଁ ଚାଲ ହେ ବିକିବା ମିଠା ; କବିତା ଲେଖିଲେ ପେଟ ତ ପୁରୂନି ଘରଖର୍ଚ୍ଚ ହେଉ ଉଠା ! ଜିଲାପି ତିଆରି ୟୁଟୁବରୁ ଶିଖି ଗେଟ୍ ସାମନାରେ ଥୋଇ ; ଘରଣୀ ଡାକିଲେ ବଡ ପାଟି କରି ନିଅ ଆଳୁ ନିଅ ଭାଇ ! ପଚାରିଲି ହୟେ ଜିଲାପିକୁ ଆଳୁ କହୁଛ…

ଗଳ୍ପ: ଭୋକ-ମାରୀ

ଲୋପାମୁଦ୍ରା ପରିଡା  ଏଇ ଆମ ଦୋ'ତାଲା ଉପରୁ ରାସ୍ତାକୁ ଦେଖୁଥିଲି । ଚବିଶ ଘଣ୍ଟା ପେଁ ପେଁ ପେଁ କରୁଥିବା ଏ ରାସ୍ତା ଏବେ ଗଦ ଶୁଙ୍ଘେଇଲା ପରି ଅଚେତା ପଡିଥାଏ । ସଟ୍ ଡାଉନ ପରା ।ମଣିଷ ଭୁଲିଗଲାଣି ସଂସାର ଚଳମାନ ବୋଲି । ହଠାତ୍ ଦିଶିଲା ସିଏ । ନୂଆ ଚିଜଟେ ଦେଖିଲା ପରି ଆଖି ଆପେ ଆପେ…

କବିତା : ଶୂନ୍ୟତା

ସୁଷମା ପରିଜା ଇଏ କେମିତି ସମୟ! ସବୁ ଲାଗେ ଅଳିକ ଅଳିକ ସତ୍ୟ , ଏକ ମାତ୍ର ସତ୍ୟ କେବଳ ନିତ୍ୟ ଧାବମାନ ମୃତ୍ୟୁର କରାଳ ପଞ୍ଝା । ମନ ଭିତରେ କେମିତି ଗୋଟେ ଘମାଘୋଟ ଲଢେଇର ବେଳା, ଚାରିଆଡେ ଉଥଳ ପୁଥଳ, ସତେ କି ଚକ୍ରବାତ ଚାଲିଛି ଏଠି, ଖାଲି ଢେଉ ଆଉ ଢେଉ , ଦିଗହରା ଜୀବନ,…