Latest Odisha News

BREAKING NEWS

ଦିନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ପୌର ନିର୍ବାଚନ ଆଜି ସକାଳ ୮ରୁ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଶନ୍ତିଶୃଙ୍କଳାର ସହ ଚାଲିଛି ମତଦାନ । ତେବେ ୧୨ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିାନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟର ୩ ମହାନଗର ନିଗମରେ ୧୨ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ…

ନାଗାଲାଣ୍ଡର ପ୍ରଥମ ମହିଳା ଭାବେ ଫାଙ୍ଗୋନାନ ଯିବେ ରାଜ୍ୟସଭା !

କୋହିମା: ନାଗାଲାଣ୍ଡର ପ୍ରଥମ ମହିଳା ଭାବେ ବିଜେପିର ଫାଙ୍ଗୋନାନ କୋନ୍ୟାକ ରାଜ୍ୟସଭା ଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ଶାସକ ଦଳ ୟୁନାଇଟେଡ ଡେମୋକ୍ରାଟିକ ଆଲାୟନ୍ସ ପକ୍ଷରୁ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଛି । ସୋମବାର ନାମାଙ୍କନ ଦାଖଲ…

୧୩ ବର୍ଷ ପରେ ବିଶ୍ୱକପ ବିଜୟ ସ୍ୱାଦ ଚାଖିଲା ପାକିସ୍ତାନ

ହାମିଲଟନ: ପାକିସ୍ତାନ ମହିଳା କ୍ରିକେଟ ଟିମ ୧୩ ବର୍ଷ ପରେ ବିଶ୍ୱକପ ବିଜୟ ସ୍ୱାଦ ଚାଖିଛନ୍ତି । ଏଠାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ପାକିସ୍ତାନ ୮ ୱିକେଟରେ ଏହି ବହୁ ପ୍ରତୀକ୍ଷୀତ ବିଜୟ ହାସଲ କରିଥିଲା । ବର୍ଷା ଯୋଗୁ ୱେଷ୍ଟଇଣ୍ଡିଜ-ପାକିସ୍ତାନ ମ୍ୟାଚକୁ ୨୦ ଓଭର ବିଶିଷ୍ଟ…

ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ପ୍ରମୋଦ ସାୱନ୍ତ

ପାଣାଜୀ: ପ୍ରମୋଦ ସାୱନ୍ତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ଏଠାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସର୍ବ ସମ୍ମତି କ୍ରମେ ପ୍ରମୋଦଙ୍କୁ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା । ଗୋଆରେ ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି ବିଜେପି ।…

ପୁଷ୍କର ହେବେ ଉତରାଖଣ୍ଡ ସିଏମ : ଧୋନୀଙ୍କ ପରି ଦଳକୁ ଜିତାଇ ନିଜ ୱିକେଟ ହରାଇଥିଲେ

ଡେରାଡୁନଁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବା ସହ ପୁଷ୍କର ସିଂ ଧାମି ଦ୍ୱିତୀୟ ଥର ପାଇଁ ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମୀନାକ୍ଷୀ ଲେଖି ପ୍ରମୁଖ ଉପସ୍ଥିତ ଥିଲେ ।…

ବିବାହର ୪ ବର୍ଷ ପରେ ଗୁଡ ନ୍ୟୁଜ ଶେୟାର କଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କାପୁର ବିବାହର ୪ ବର୍ଷ ପ୍ରଶଂସକଙ୍କ ସହ ଗୁଡ ନ୍ୟୁଜ ଶେୟାର କରିଛନ୍ତି । ସୋସିଆଲ ମିଡିଆରେ ସୋନମ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି । ସେ ଶେୟାର କରିଥିବା ଫଟୋରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି । ପତି ଆନନ୍ଦ ଆହୁଜା…

ଆରଜେଡିରେ ବିଲୟ ହେଲା ଏଲଜେଡି

ପାଟନା: ବିହାରରେ ଦୀର୍ଘ ଦିନ ପରେ ଦୁଇ ପୁରୁଣା ରାଜନୈତିକ ବନ୍ଧୁ ଏକତ୍ର ହୋଇଛନ୍ତି କହିଲେ ଭୁଲ ହେବନି । ରବିବାର ଶରଦ ଯାଦବଙ୍କ ଲୋକତାନ୍ତ୍ରିକ ଜନତା ଦଳ ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳରେ ବିଲୟ ହୋଇଛି । ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି । ଆରଜେଡି ମୂଖ୍ୟ…

ମହିଳା ବିଶ୍ୱକପ କ୍ରିକେଟ: ଭାରତକୁ ହରାଇ ସେମିରେ ପ୍ରବେଶ ନିଶ୍ଚିତ କଲା ଅଷ୍ଟ୍ରେଲିଆ

ଅକଲାଣ୍ଡ: ଆଇସିସି ମହିଳା ବିଶ୍ୱକପ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ବିଜୟ ସହ ଅଷ୍ଟ୍ରେଲିଆ ସେମି ଫାଇନାଲ ପ୍ରବେଶ ଏକ ପ୍ରକାର ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ…

ୱାର୍ଲ୍ଡସ ହ୍ୟାପିଏଷ୍ଟ କଂଟ୍ରି :କ୍ରମାଗତ ୫ମ ବର୍ଷ ପାଇଁ ଫିନଲାଣ୍ଡ ଶୀର୍ଷରେ, ଭାରତକୁ ୧୩୬ତମ ସ୍ଥାନ

ନୂଆଦିଲ୍ଲୀ: ୱାର୍ଲ୍ଡସ ହ୍ୟାପିଏଷ୍ଟ କଂଟ୍ରି ତାଲିକାରେ କ୍ରମାଗତ ୫ମ ବର୍ଷ ପାଇଁ ଫିନଲାଣ୍ଡ ଶୀର୍ଷରେ ରହିଛି । ଏହାର ମାନେ ଏଠାକାର ଲୋକ ସନ୍ତୋଷମୟ ଜୀବନଯାପନ କରୁଛନ୍ତି । ଭାରତ ଏହି ତାଲିକାରେ ୧୩୬ତମ ସ୍ଥାନରେ ରହିଛି । ଗତ ବର୍ଷ ୧୩୯ତମ ସ୍ଥାନରେ ରହିଥିବା ଭାରତ ଏହାର ୩ଟି ପୋଜିଶନ ଉପରକୁ…

ବାଂଲଦେଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ

ଢ଼ାକା: ସୁଚିନ୍ତିତ ଯୋଜନା ଅନୁସାରେ ବାଂଲାଦେଶରେ ହିନ୍ଦୁ ମନ୍ଦିରକୁ ଦୂବୃତମାନେ ଟାର୍ଗେଟ କରୁଛନ୍ତି । ଶୁକ୍ରବାର ଢ଼ାକାର ଇସ୍କନ ରାଧାକାନ୍ତ ମନ୍ଦିର ଉପରେ ହଠାତ ୨୦୦ ଲୋକ ଆକ୍ରମଣ କରିଥିଲେ । ମନ୍ଦିରକୁ ଭଙ୍ଗାରୁଜା କରିବା ସହ ଲୁଟପାଟ କରିଥିଲେ । ଏଥିରେ ୩ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।…