Latest Odisha News

BREAKING NEWS

୨୪ ଘଣ୍ଟାରେ ଦ୍ୱିତୀୟ ଚୋରି, ‘ମୋ ବସ୍’ରୁ କିଏ ଲୁଟ୍ କଲା ୨ ଛାତ୍ରୀଙ୍କ ମୋବାଇଲ୍ ?

ଭୁବନେଶ୍ୱର: ‘ମୋ ବସ୍’ ଭିତରୁ ପୁଣି ଲୁଟ୍ । ଗତକାଲି ‘ମୋ ବସ୍’ରେ ଯାଉଥିବା ବେଳେ ଜଣେ କ୍ୟାନସର ପୀଡ଼ିତ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଉକ୍ତ ଚୋରି ଘଟଣାକୁ ୨୪ ଘଣ୍ଟା ବି ପୂରିନି । ‘ମୋ ବସ୍’ରେ ଆଜି ପୁଣି ୨ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଥିବା ନେଇ ଅଭିଯୋଗ…

ପିଲାଙ୍କ ନାମକରଣ ବେଳେ ଦ୍ୱନ୍ଦ ଉପୁଜିଲେ ରଖନ୍ତୁ ଏହି ସ୍ୱତନ୍ତ୍ର ନାମ

ମୁମ୍ବାଇ: ଘରେ ପିଲାଟିଏ ଜନ୍ମ ନେଲେ ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବମାନେ ବହୁତ ଖୁସି ହୁଅନ୍ତି। ଘରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥାଏ। ପିଲା ଜନ୍ମ ହେବା ପୂର୍ବରୁ ହିଁ ଶିଶୁର ନାମକରଣକୁ ନେଇ ଖୁବ୍‌ ଉତ୍ସାହିତ ଥାଆନ୍ତି। ଆଜିକାଲି ମର୍ଡେନ ନାମ କିମ୍ବା ବିଦେଶୀଙ୍କ ନାମରେ…

ଓଡିଶାରେ ଏଆଇଏଫଏଫ ସଭାପତି ଓ ସମ୍ପାଦକ , ଫାଓ ପକ୍ଷରୁ ସମ୍ବର୍ଦ୍ଧନା

କଟକ: ଓଡିଶା ଗସ୍ତରେ ଆସିଛନ୍ତି  ସର୍ବ ଭାରତୀୟ ଫୁଟବଲ ମହାସଂଘର ନବ ନିର୍ବାଚିତ ସଭାପତି ଓ ସମ୍ପାଦକ । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟ ରେ କିପରି ଫୁଟବଲ କ୍ରୀଡ଼ାର ବିକାଶ ହେବ ସେନେଇ ଆଲୋଚନା କରିଥିଲେ  । ଏହା ପରେ କଳିଙ୍ଗ ଷ୍ଟାଡିୟମ ବୁଲିବା ସହ  କ୍ରୀଡା ସଚିବ…

ଅପରାଧ ଦୁନିଆରେ ବି ଅଛି କିଛି ନିୟମ ଆଉ ମାନବିକତା

ଭୁବନେଶ୍ୱର: ଅପରାଧୀଙ୍କ ହୃଦୟ ଅଛି ? ଅଣ୍ଡରୱାର୍ଲ୍ଡ ତଥା ଅପରାଧ ଦୁନିଆରେ ବି କିଛି ନିୟମ ଅଛି ? ଏହି ପ୍ରଶ୍ନ ସର୍ବଦା ସାଧାରଣ ନାଗରିକଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ । ଆଜ୍ଞା ହଁ.. ଅପରାଧୀଙ୍କ ବି ହୃଦୟ ଅଛି ଆଉ ସେମାନେ କେତେକ ନିର୍ଦ୍ଦିଷ୍ଟ ନିୟମ ମାନିଥାନ୍ତି, କାରଣ ସର୍ବଶେଷରେ ସେମାବେ…

ବିଶିଷ୍ଟ ପାଲା କଳାକାର ପଣ୍ଡିତ ନାରାୟଣ ଦାଶଙ୍କ ପରଲୋକ

ଭୁବନେଶ୍ୱର : ବାଲିଅନ୍ତା ନିକୁଞ୍ଜବିହାରୀ ମନ୍ଦିରର ମୁଖ୍ୟ ପୂଜକ, ବିଶିଷ୍ଟ ପାଲା କଳାକାର, ଗାନ୍ଧିବାଦୀ ଚେତନାର ପ୍ରବକ୍ତା ପଣ୍ଡିତ ନାରାୟଣ ଦାଶଙ୍କର ୯୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛି ଦିନ ଧରି ବାଦ୍ଧକ୍ୟ ଜନିତ ରୋଗରେ ସେ ପୀଡ଼ିତ ଥିଲେ । ସ୍ୱର୍ଗତଃ ଦାଶଙ୍କର ପରଲୋକ ଖବର ପାଇ…

ପୁଅ ଆର୍ଯ୍ୟାନଙ୍କ ଗିରଫଦାରୀକୁ ନେଇ ନୀରବତା ଭାଙ୍ଗିଲେ ଗୌରୀ ଖାନ

ମୁମ୍ବାଇ: ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ପୁଅ ଆର୍ଯ୍ୟାନ ଖାନଙ୍କ ଗିରଫଦାରୀକୁ ନେଇ ନୀରବତା ଭାଙ୍ଗିଲେ ଗୌରୀ ଖାନ। ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଟକ୍ ଶୋ 'କଫି ୱିଥ୍ କରଣ-ସିଜନ 7' ରେ ଅତିଥି ଭାବେ ଆସିଥିବା ଗୌରୀ ଖାନ, ମନ ଖୋଲି ନିଜ ପରିବାର ସମ୍ପର୍କରେ ଆଲୋଚନା କରିଛନ୍ତି।…

ଋଷରେ ୬ ବର୍ଷ ଧରି ଚିକିତ୍ସା କରୁଥିବା ଡାକ୍ତର ହେବେ ମନ୍ଦିର ପୂଜାରୀ

ଥିରୁବନ୍ତପୁରମ୍: ଋଷରେ ଛଅ ବର୍ଷ ଧରି ଆୟୁର୍ବେଦ ଔଷଧ ଉପରେ ଅଭ୍ୟାସ କରୁଥିବା ଡାକ୍ତର ହେବେ ମନ୍ଦିର ପୂଜାରୀ। କେରଳସ୍ଥିତ ତ୍ରିଶୁରରେ ପ୍ରସିଦ୍ଧ ଗୁରୁଭାୟୁର ମନ୍ଦିରର ମୁଖ୍ୟ ପୁରୋହିତ ତଥା 'ମେଲଶାନ୍ତୀ' ହେବାକୁ ଯାଉଛନ୍ତି ଏହି ଆୟୁର୍ବେଦ ଡାକ୍ତର। ୩୪ ବର୍ଷିୟ ଡାକ୍ତର କିରଣ ଆନନ୍ଦ କକ୍କଡ଼…

ଅନୁବାଦ କବିତା : ଏକା ହୋଇଯାଅ

ମୂଳ ରଚନା : ମହାଦେବ ସାହା ସଙ୍ଗହୀନ ଗଛ ପରି ଏକା ହୋଇଯାଅ ଠିକ ବ୍ୟଥାରେ ମଗ୍ନ କଏଦୀ ପରି ଅସହାୟ ନିର୍ଜନ ନଦୀ ସମ ହୋଇଯାଅ ତୁମେ ଆହୁରି ପୃଥକ, ବିଚ୍ଛିନ୍ନ ସ୍ୱତନ୍ତ୍ର, ସ୍ୱାଧୀନ, ଖଣ୍ଡ ଖଣ୍ଡ ୟୁରୋପର ମାନଚିତ୍ର ପରି; ଅଲଗା ହୋଇଯାଅ ସବୁ ସଙ୍ଘଠାରୁ…

ଟୋଲ ପ୍ଲାଜା କର୍ମଚାରୀଙ୍କୁ ଟିଆରଏସ ନେତାଙ୍କ ମାଡ଼, ଭିଡ଼ିଓ ଭାଇରାଲ

ହାଇଦ୍ରାବାଦ: ଶାସକ ଦଳ ଟିଆରଏସ ନେତାଙ୍କ ଦାଦାଗିରି। ଟୋଲ ପ୍ଲାଜାରେ ଟଙ୍କା ଭରିବାକୁ ନେଇ ଗଣ୍ଡଗୋଳ। ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ର କର୍ମକର୍ତ୍ତା ଟୋଲ ପ୍ଲାଜାର ଜଣେ କର୍ମଚାରୀଙ୍କୁ ମାଡ ମାରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ…

ଟେକ କମ୍ପାନୀର ଇଞ୍ଜିନିୟର୍ସଙ୍କ ଡେଙ୍ଗା ହେବାର ଝୁଙ୍କ, ଅପରେଶନ କରିବାକୁ ପଛାଉ ନାହାନ୍ତି

ଭୁବନେଶ୍ୱର: ସମୟ ଅନୁସାରେ ମନୁଷ୍ୟ ପରିବର୍ତନଶୀଳ ହୋଇଥାଏ । ଏବେ ଅନ୍ୟଠାରୁ ସବୁ ଦୃଷ୍ଟିକୋଣରେ ଉନ୍ନତ ହେବା ପାଇଁ ଯୁବପିଢ଼ୀଙ୍କ ନିକଟରେ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି । ଏବେ ୟୁରୋପୀୟ ଦେଶଗୁଡିକରେ ଏକ ଅଜବ ଝୁଙ୍କ ଟେକ କମ୍ପାନୀର ସଫ୍ଟୱେୟାର ଇଞ୍ଜିନିୟରଙ୍କ ନିକଟରେ…