Latest Odisha News

BREAKING NEWS

ବଳଦେବୀଜୀଉ ବଡ଼ଦାଣ୍ଡର ହେବ ସୌନ୍ଦର୍ଯୀକରଣ, ଖୋଲିବ ପାଠାଗାର

କେଉଁଝର: ବଳଦେବଜୀଉ ମନ୍ଦିର ବଡ଼ଦାଣ୍ଡ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଉନ୍ନତିକରଣ ହେବ । ଶୁକ୍ରବାର ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି । ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ କରି ଜିଲ୍ଲା ପ୍ରଶାସନ ଉନ୍ନତିକରଣ ନିଷ୍ପତ୍ତି ବିଷୟ ସୂଚନା ଦେଇଛି । ବଡ଼ ଦାଣ୍ଡରେ ପୁଷ୍ପ ଚିତ୍ରଣ, ଶ୍ରୀଜୀଉଙ୍କ…

ଦର୍ଶକଙ୍କ ସହ ଖେଳିଲେ କରନ, ଟିଭିରେ ନୁହେଁ ଓଟିଟିରେ ଦେଖିପାରିବେ କଫି ୱିଥ କରନ

ମୁମ୍ବାଇ: କଫି ୱିଥ କରନର ପରବର୍ତୀ ସଂସ୍କରଣ ଟିଭିରେ ନୁହେଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି କରନ ଜୋହର ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ କଫି ୱିଥ କରନ ଆଉ ଫେରିବ ନାହିଁ ବୋଲି କହି ଦର୍ଶକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲେ । ଏହା ମାଧ୍ୟମରେ ସେ ଆଲୋଚନାକୁ ଆସିବା ପରେ ଏବେ ଡିଜନୀ…

ଅର୍ଥ ବିଭାଗ ସାଂସ୍କୃତିକ ସଂସଦର ୫୬ତମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଅର୍ଥ ବିଭାଗ ସାଂସ୍କୃତିକ ସଂସଦର ୫୬ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସାଂସ୍କୃତିକ ସଙ୍ଗଠନର ସ୍ମରଣିକା 'କୋଟିଲ୍ୟ' ଉନ୍ମୋଚିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବରେ ଏହି ଉତ୍ସବକୁ…

ଜାତୀୟ ମହିଳା ହକି: ଓଡ଼ିଶାର ଗୋଲ ବର୍ଷା

ଭୁବନେଶ୍ୱର: ଭୋପାଳରେ ଆରମ୍ଭ ହୋଇଥିବା ଜାତୀୟ ମହିଳା ହକି ମିଟରେ ଓଡ଼ିଶା ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ତେଲେଙ୍ଗାନା ବିପକ୍ଷ ମୁକାବିଲାରେ ଓଡିଶା ଖେଳାଳି ଗୋଲ ବର୍ଷା କରି ୧୪-୦ରେ ବିଜୟ ହାସଲ କରିଛି । ଅଲିମ୍ପିଆନ ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜ ଚମତ୍କାର…

ତାଇୱାନ ସୀମାରେ ପ୍ରବେଶ କଲା ଚୀନ ଲଢ଼ୁଆ ବିମାନ, ହାଇ ଆଲର୍ଟ

ଇପେଇ: ରୁଷିଆ-ୟୁକ୍ରେନ ପରେ ଏବେ ଚୀନ-ତାଇୱାନ ବିବାଦ ତେଜିଛି । ଶୁକ୍ରବାର ଚୀନର ୧୮ଟି ଏଫ୧୬ ଲଢ଼ୁଆ ବିମାନ ତାଇୱାନ ସୀମାରେ ପ୍ରବେଶ କରିଥିଲା । କିଛି ସମୟ ପରେ ଅବଶ୍ୟ ଏହା ଫେରି ଯାଇଥିଲା । ତେବେ ଏ ନେଇ ଉଭୟ ଦେଶ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି । ତାଇୱାନ ଏହି ବିମାନଗୁଡିକ ଘଉଡାଇ…

ପାକିସ୍ତାନରେ ଡ୍ୟାନ୍ସ ଆଉ ମଡେଲିଂ କରିବାରୁ ଭଉଣୀ କୁ ମାରିଦେଲା ଭାଇ

ଭୁବନେଶ୍ୱର: ପାକିସ୍ତାନର ଫୈସଲାବାଦରେ ଭଉଣୀ ମଡେଲିଂ ଆଉ ଥିଏଟର ରେ ଡ୍ୟାନ୍ସ କରିବାରୁ ଭାଇ ତାକୁ ଗୁଳି କରି ହତ୍ୟା କରିଛି । ହତ୍ୟା କରିବା ପରେ ପୋଲିସ ନିକଟରେ ସବୁ ସତ କହିଛି ଭାଇ ହମଜା । ସିଦ୍ରା ନାମକ ଜଣେ ଝିଅ ଓକାରା ଅଂଚଳରେ ବାସିନ୍ଦା । ତାଙ୍କ ପସନ୍ଦ ଅନୁସାରେ ସେ ଡ୍ୟାନ୍ସ ଆଉ…

ସ୍କୁଲରେ ପାଠ ପଢ଼ିଲେ ଗୁରୁଣ୍ଡି ଗୋପାଳ

ମଥୁରା: ଭଗବାନ ଭାବର ଭୋକିଲା । ଯିଏ ବି ତାଙ୍କୁ ଭକ୍ତି, ସେବା, ପୂଜା ଓ ଶୃଙ୍ଗାର ଭଲ ଭାବେ କରିଥାଏ ସେ ନିଶ୍ଚିତ ତାଙ୍କ ନିକଟତର ହୋଇଥାଏ । ମଥୁରାରେ ଏ ଭଳି ଏକ ସ୍କୁଲ ଅଛି ଯେଉଁଠାରେ ଜଣେ ଅଭିଭାବକଙ୍କ ଜିଦ ଯୋଗୁ ସେଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ଲେଖା ଯାଇଥିଲା । ଆଉ ପ୍ରତ୍ୟେକ ଦିନ ସେ…

ଦୀର୍ଘ ଦିନର ଅପେକ୍ଷାର ଅନ୍ତ : ଖୋଲିଲା କେଦାରନାଥ ମନ୍ଦିର ଦ୍ୱାର

ଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ହୋଇଛି । ଆଜି ଖୋଲିଛି ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର । ଆଜି ସକାଳ ୬ଟା ୨୫ରେ ମନ୍ଦିରର ଦ୍ୱାର ଫିଟାଯାଇଛି । ଭକ୍ତଙ୍କ ଭିଡ଼ ମଧ୍ୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ବାବାଙ୍କୁ ଦର୍ଶନ କରିବାକୁ ଉପସ୍ଥିତ ଥିଲେ ।…

ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା , ହିଜବୁଲ କମାଣ୍ଡର ସହ ୩ ଆତଙ୍କବାଦୀ ମୃତ

ଜମ୍ମୁ: ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା  । ଭାରତୀୟ ସେନାର ଏନକାଉଣ୍ଟରରେ ହିଜବୁଲ ଆତଙ୍କବାଦୀ ସଂଗଠନର କମାଣ୍ଡର ଅସରଫ ମୌଲବୀର ମୃତ୍ୟୁ ହୋଇଛି । ଏହି ଆତଙ୍କବାଦୀର ମୃତ୍ୟୁ ଫଳରେ ଘାଟିରେ ଆତଙ୍କୀ ବିରୋଧୀ ଅଭିଯାନକୁ ବଡ ସଫଳତା ମିଳିଛି । ଏହା ସହ ଅନନ୍ତନାଗ ଜିଲ୍ଲା ପହଲଗାମ ନିକଟ…

ଜାତିସଂଘରେ ଭାରତର କଡା ବୟାନ: କଣ କରିବୁ ନ କରିବୁ ଆମକୁ କୁହନି

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତ ପକ୍ଷରୁ ଆଜି ନେଦରଲାଣ୍ଡ ରାଷ୍ଟ୍ରଦୂତଙ୍କ ଏକ ବୟାନ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ପ୍ରତିନିଧି ଟିଏସ ତିରୁମୂର୍ତି ସ୍ପଷ୍ଟ ଭାବେ କହିଛନ୍ତି ଆପଣ ଭାରତକୁ ଶିଖାନ୍ତୁ ନାହିଁ କଣ କରାଯିବା ଉଚିତ ଓ କଣ…