Latest Odisha News

BREAKING NEWS

Browsing Category

ସୁବର୍ଣ୍ଣପୁର

ଉଦଯାପିତ ହେଲା ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩

ସୋନପୁର: ଉଦଯାପିତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ପ୍ରସିଦ୍ଧ ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩ । ପ୍ରଥମ ସଂଧ୍ୟା ଭଳି ଶେଷ ସଂଧ୍ୟା ମଧ୍ୟ ଥିଲା ରଙ୍ଗୀନ । ଲୋକଗୀତ ଓ  ଲୋକନୃତ୍ୟରେ ଦୁଲୁକିଥିଲା ଚୁଡାଖାଇ ମଣ୍ଡପ । ଏକ ରଙ୍ଗାରଙ୍ଗ ପରିବେଶ ସହ ରଙ୍ଗୀନ ଆଲୋକମାଳାରେ ବେଶ ଝଲସିଥିଲା…

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଐତିହାସିକ ବଳିଯାତ୍ରା ସମ୍ପନ୍ନ

ସୁବର୍ଣ୍ଣପୁର: ଢୋଲ ମହୁରିରେ ଦୁଲକୁଛି ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ସ୍ଥାନ ସୁବର୍ଣ୍ଣପୁର । ଅଷ୍ଟଚଣ୍ଡିଙ୍କ ସହରରେ ପାଳିତ ହୋଇଛି ବଳିଯାତ୍ରା । ଆଶ୍ବିନ ଅମାବାସ୍ୟାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ଯାଏଁ ଯନ୍ତ୍ର ଓ ମନ୍ତ୍ରକୁ ଆଧାର କରି ବଳିପର୍ବ ପାଳନ ହୋଇଥାଏ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ…

ପବିତ୍ର ମହାଅଷ୍ଟମୀରେ ମହିଷା ମର୍ଦ୍ଧିନୀ ବେଶରେ ଦର୍ଶନ ଦେଉଛି ଇଷ୍ଟଦେବୀ ମା ସୁରେଶ୍ବରୀ

ସୋନପୁର: ଆଜି ମଣ୍ଡପରେ ମାଁଙ୍କ ଅଷ୍ଟମୀ ଓ ପିଠରେ ନବମୀ ପୂଜା ଚାଲିଛି । ଆଜି ଶୁକ୍ଲ ଅଷ୍ଟମୀ ତିଥିରେ ଇଷ୍ଟଦେବୀ ମା ସୁରେଶ୍ବରୀ ମହିଷା ମର୍ଦ୍ଧିନୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ଶୁକ୍ଳ ନବମୀ ତିଥିରେ ଦେବୀ ମା ଧୂମାବତୀ ବେଶ ଧାରଣ କରିବେ । ପୂର୍ବରୁ…

ମା’ ସୁରେଶ୍ୱରୀଙ୍କ ଜୟ ଦୁର୍ଗା ବେଶ

ସୋନପୁର: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମା’ଙ୍କ ସପ୍ତମୀ ଓ ପିଠରେ ଅଷ୍ଟମୀ ପୂଜା ଚାଲିଛି । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ ଆଜି ଅଷ୍ଟମୀ ତିଥିରେ ଜୟ ଦୁର୍ଗା ବେଶରେ ଶ୍ରଦ୍ଧାଳୁ ମନଙ୍କୁ ଦର୍ଶନ ଦେଉଛନ୍ତି । ଭୋର ସକାଳୁ ସକାଳୁ ଭକ୍ତଙ୍କ ବେଶ…

ମାଁ ସୁରେଶ୍ୱରୀଙ୍କ ବଗଲାମୁଖି ବେଶ

https://youtu.be/_gZuqKlpFuU ସୁବର୍ଣ୍ଣପୁର: ଆଜି ଆଶ୍ୱୀନ ମାସ ଷଷ୍ଠୀ ତିଥି । ସୁବର୍ଣ୍ଣପୁର ଇଷ୍ଟଦେବୀ ମାଁ ସୁରେଶ୍ୱରୀ ଆଜି ବଗଲାମୁଖୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତ କାଲି ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ବଗଲାମୁଖୀ ବେଶ ଧାରଣ କରିଛନ୍ତି । ସବୁ…

ମାଁ ଲଙ୍କେଶ୍ୱରୀଙ୍କ ପୀଠରେ ଦଶହରା ମହା ଆଳତୀ

ସୋନପୁର: ଜୁନାଗଡ଼ ସହର ଓ ଆଖପାଖ ଅଞ୍ଚଳର ପ୍ରତ୍ୟକ ଶକ୍ତି ପୀଠରେ ଦଶହରା ପୂଜା ଚାଲିଥିବା ବେଳେ ସବୁ ପୂଜା ମଣ୍ଡପରେ ବେଶ ଜାକଜମକରେ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଛି। ଏହିସବୁ ପୀଠ ଓ ମଣ୍ଡପ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳୁଛି । ମହାନଦୀ…

ଆଜି ଭୁବନେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ୱରୀ

ସୁବର୍ଣ୍ଣପୁର : ଆସୁଛି ପାର୍ବଣ  । ବିଭିନ୍ନ ଶକ୍ତିପୀଠ ଗୁଡିକରେ ଚାଲିଛି ମାଆଙ୍କର ଷୋଡଶ ଉପଚାର ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଗାଁଠୁ ସହର  । ଚଣ୍ଡିପାଠରେ କମ୍ପୁଛି ସାରା ପରିବେଶ  ।  ଆଜି ମାଁ ସୁରେଶ୍ୱରୀ ଭୁବନେଶ୍ଵରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତକାଲି…

ପବିତ୍ର ମହାଳୟା, ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ଵରୀ

ସୋନପୁର: ଆଜି ପବିତ୍ର ମହାଳୟା । ଆଶ୍ବିନ କୃଷ୍ଣ ଅମାବାସ୍ୟା ତିଥିରେ ସୋନପୁର ଗଡଜାତର ଇଷ୍ଟଦେବୀ ମାଆ ସୁରେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଗଡ଼ଜାତର ମହାବଳୀ ପରମ୍ପରା ଅତି ପ୍ରାଚୀନ ହୋଇଥିବାବେଳେ ବଳୀଯାତ୍ରାରେ ଇଷ୍ଟଦେବୀ ବିଭିନ୍ନ ବେଶ ଧାରଣ କରି ମହାଳୟାରୁ ଦଶମୀ ତିଥି ଯାଏଁ…

ଆସିପାରିଲାନି ଆମ୍ବୁଲାନ୍ସ : ପୁଣି ଖଟିଆ ପାଲଟିଲା ପ୍ରସୂତିଙ୍କ ସାହାଭରସା

ସୁବର୍ଣ୍ଣପୁର: ସରକାର ଗ୍ରାମାଞ୍ଚଳ ଗୁଡିକରେ ଉତ୍ତମ ରାସ୍ତାଘାଟର ସୁବିଧା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । କିନ୍ତୁ କେଉଁଠି ନା କେଉଁଠି ତାହା ଫେଲ ମାରୁଛି । ଆଜି ବି ଏମିତି କିଛି ଗାଁ ରହିଛି ଲୋକେ ମୌଳିକ ସୁବିଧା ପାଇବା ତ ଦୂରର କଥା ଏଠାକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଉଲୁଣ୍ଡା: ଦୁର୍ଘଟଣାରେ ଦୁଇ ମୃତ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମେଟାକାନୀ ବୁଲାଣି ରାସ୍ତାରେ ବାଇକ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ମାନେ ହେଲେ ଢେଳେଇ ଗ୍ରାମର କାହ୍ନା ମିଶ୍ର ଏବଂ ଅଇଁଲାଛାଟର ସୁଶାନ୍ତ ସାହୁ ବୋଲି ଜଣାପଡିଛି । ସୂଚନା…