Latest Odisha News

BREAKING NEWS

Browsing Category

କରୋନା ଅପଡ଼େଟ୍‌

Coronavirus Update

୩ ନୂଆ ଜିଲ୍ଲାରେ ପଡିଲା କରୋନା ପାଦ, କେଉଁଠି ରହିଛି କେତେ ସଂଖ୍ୟା, ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ବୁଧବାର ଦିନ ଓଡ଼ିଶାର ୩ ଟି ନୂଆ ଜିଲ୍ଲାରେ ଏହି ଭୁତାଣୁ ଚିହ୍ନଟ କରାଯାଇଛି । ଏହା ମଧ୍ୟରେ ଓଡ଼ିଶାରେ…

କେନ୍ଦୁଝରରେ ପ୍ରଥମ ପଜିଟିଭ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଆନନ୍ଦପୁର ବ୍ଲକର ପଞ୍ଚୁପଲ୍ଲୀ ପଞ୍ଚାୟତ

କେନ୍ଦୁଝର: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି କରୋନା। ବୁଧବାର ଦିନ କେନ୍ଦୁଝର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହାର ବିସ୍ତାରରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପଞ୍ଚୁପଲ୍ଲୀ ପଞ୍ଚାୟତକ ଓ ଏହାର ଆଖପାଖ ଗ୍ରାମ ଯେପରି, ପଞ୍ଚୁପଲ୍ଲୀ,…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସକାଳ ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଭାରତରେ ବଢୁଛି କରୋନା ମାମଲା; ୨୪ ଘଣ୍ଟାରେ ୧୭୧୮ ନୂଆ ଆକ୍ରାନ୍ତ, ୬୭ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୩,୦୫୯ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ…

ତିନି ନୂଆ କରୋନା ରୋଗୀଙ୍କ ରହିଛି କୋଲକାତା ଲିଙ୍କ୍‌

ଭୁବନେଶ୍ୱର : ଯାଜପୁରରୁ ଆଜି ଚିହ୍ନଟ ହୋଇଥିବା ତିନି କରୋନା ପଜିଟିଭ୍‌ଙ୍କ ରହିଛି କୋଲକାତା ଲିଙ୍କ୍ । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । First Health Update, 30th April 03 New Positive Cases in Jajpur 18 yrs Female & 56 yrs…

ଆମେରିକାରେ ୨୪ ଘଣ୍ଟାରେ କରୋନା ନେଲା ୨୫୦୨ ମୁଣ୍ଡ

ୱାସିଂଟନ: କାୟା ବିସ୍ତାର କରୁଛି କରୋନା । କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ । ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏହାର ଭୟାବହତା ଆଗରେ ହାତ ଟେକି ଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ମାରାତ୍ମକ ଭୂତାଣୁ ଆମେରିକାରେ ୨୪ ଘଣ୍ଟାରେ ନେଇଛି ୨୫୦୨…

ବସ୍ ଯୋଗେ ଆଜି କୋଟାରୁ ଓଡିଶା ଫେରିବେ ୯୭୫ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ ଏବଂ ଛାତ୍ରମାନଙ୍କୁ ଘରକୁ ଫେରିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଗୁରୁବାର ଦିନ ରାଜସ୍ଥାନର କୋଟାରୁ ଓଡିଶା ପାଇଁ ୯୭୫ ଜଣ ଛାତ୍ର ବସ୍ ଯୋଗେ ଫେରିବା ନେଇ ସୂଚନା ମିଳିଛି । ସରକାରୀ ସୂତ୍ରରୁ…

ଝାରସୁଗୁଡା ଛୁଇଁଲା କରୋନା; କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହେଲା ବ୍ରଜରାଜନଗର

ଝାରସୁଗୁଡା: ପ୍ରଥମେ ଦେଶ ପରେ ଦେଶ, ତାପରେ ରାଜ୍ୟ ପରେ ରାଜ୍ୟ ଆଉ ଏବେ ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି କରୋନା । ବୁଧବାର ଦିନ ଏହି ୩ ଟି ନୂଆ ଜିଲ୍ଲାକୁ ସ୍ପର୍ଶ କରିଛି । ଝାରସୁଗୁଡା, କେନ୍ଦୁଝର ଓ ଦେବଗଡ଼। ଝାରସୁଗୁଡାରେ ପ୍ରଥମ କରୋନା ଆକାନ୍ତ ଚିହ୍ନଟ ହେବା ପରେ ଏହାର ବିସ୍ତାର…

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୧୨୮ ଛୁଇଁଲା

ଭୁୁବନେଶ୍ୱର : ଯାଜପୁରରୁ ଆଉ ତିନି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜିର ନୂଆ ତିନି କରୋନା ପଜିଟିଭ୍‌ଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ…

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ହଜାରେ ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଏକ ହଜାର ଟପିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୦୦୮ରେ ପହଞ୍ଚିଛି । ଏଥି ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୭୮୭ ହୋଇଥିବା ଜଣାପଡିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୧ ଜଣ ମୃତ୍ୟୁବରଣ କରିଥିବା…