Latest Odisha News

BREAKING NEWS

Browsing Category

ଅପରାଧ

ଶୋଇଥିବା ବେଳେ ଜଳିଗଲେ ବ୍ୟକ୍ତି, ଅଳ୍ପକେ ବର୍ତ୍ତିଲେ ପୁଅ

ରାଉରକେଲା: ରାଉରକେଲା ରେଳୱେ କଲୋନୀ ଅଞ୍ଚଳର ମଧୁସୂଦନ ପାଲି ଠାରେ ରବିବାର ବିଳମ୍ବିତ ରାତିରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ମୃତକଙ୍କ ପରିଚୟ ଜିତେନ୍ଦ୍ର ସାହା ଭାବେ ଚିହ୍ନଟ କରାଯାଇଛି। ଯେତେବେଳେ କି ଘରର ଅନ୍ୟ ଏକ କୋଠରୀରେ…

Balianta Soumya Murder Case: ତଦନ୍ତ ବାଟବଣା ହେଉଥିବା ଆଶଙ୍କା, ଅସଲ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି ପୋଲିସ?

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି । ନିଜ ପୁଅକୁ ହରାଇ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଜଣେ ଅସହାୟ ମା' ପୋଲିସର ତଦନ୍ତ ପ୍ରକ୍ରିୟା ଓ ପ୍ରସ୍ତୁତ ହୋଇଥିବା ଚାର୍ଜସିଟକୁ ନେଇ ସାଂଘାତିକ…

ପାର୍ବଣ ପୂର୍ବରୁ ହାଇଓ୍ବେ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି। ହାଇଓ୍ବେ ଲୁଟେରା ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ। ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ଠାରୁ ୧୩ଟି ସୁନା ଚେନ୍, ଗୋଟିଏ ହାର, ୨ ହଳ ସୁନା କାନ ଫୁଲ, ଗୋଟିଏ ସୁନା ବ୍ରେସଲେଟ୍…

ରାଉରକେଲା ସର୍କିଟ୍ ହାଉସ୍‌ରେ ପର୍ଣ୍ଣ ଷ୍ଟାର୍, ତଦନ୍ତ ଆରମ୍ଭ

ରାଉରକେଲା: ରାଉରକେଲା ସହରସ୍ଥିତ ସରକାରୀ ସର୍କିଟ୍ ହାଉସ୍‌ରେ ଜଣେ 'ଆଡଲ୍ଟ ଫିଲ୍ମ' ଅଭିନେତ୍ରୀଙ୍କ ରହଣି ଘଟଣାରେ ପୋଲିସ୍ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଏସ୍‌ପି (SP) ପାହ୍ୟାର ଅଧିକାରୀଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି। ଗତ ବର୍ଷ ଡିସେମ୍ବର…

ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ, ଗାଡ଼ିରୁ ୫ ଲକ୍ଷ ଜବତ 

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର ଲାଞ୍ଚ ଅର୍ଥ ସଂଗ୍ରହ କରିଥିବା ନେଇ ଖବର ପାଇ…

ପୂର୍ବତନ PACS ସେକ୍ରେଟାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ୧୪.୨୨ ଲକ୍ଷ ହେରଫେର

ଭୁବନେଶ୍ୱର: ଆର୍ଥିକ ଅନିୟମିତତା ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକ୍ ଅନ୍ତର୍ଗତ 'ଯୁବ ପ୍ରାଥମିକ କୃଷି ସମବାୟ ସମିତି' (PACS) ଲିମିଟେଡର ପୂର୍ବତନ ସେକ୍ରେଟାରୀ ଚିନ୍ତାମଣି ମଲ୍ଲିକଙ୍କୁ ଗିରଫ କରିଛି।…

ସ୍କୁଲ ପରିସରରେ ମଦ୍ୟପାନ ଘଟଣା; ପ୍ରଧାନଶିକ୍ଷକ ନିଲମ୍ବିତ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟ ପରିସର ମଧ୍ୟରେ ମଦ୍ୟପାନ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି। ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମ ପଞ୍ଚାୟତର ଅମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି…

ବାପର ଧାରୁଆ ଅସ୍ତ୍ର ଆକ୍ରମଣରେ ପୁଅ ମୃତ

ଭଦ୍ରକ: ପାରିବାରିକ କଳହର କୁପରିଣତି। ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଚୁନିଦା ଅଞ୍ଚଳରୁ ଆସିଛି ଏଭଳି ଘଟଣା। ସୂଚନା ଅନୁଯାୟୀ ବାପା ରବି ସାହୁଙ୍କ ପୁଅ ବିକାଶ ସାହୁ (୩୨) ମଧ୍ୟରେ କୌଣସି କାରଣ ପାଇଁ ବିବାଦ ଥିଲା। ଆଜି ଉଭୟଙ୍କ ମଧ୍ୟରେ…

କଟକର ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: କଟକ ସିଡିଏ ସେକ୍ଟର-୧୦ ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲ ଭିତରେ ବୁଧବାର ଦିନ ଜଣେ ଦ୍ୱିତୀୟ ବର୍ଷର ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ପୂର୍ବରୁ ସାଥୀ ଛାତ୍ରମାନେ ମାରିବାକୁ ଧମକ ଦେଉଥିଲେ। ମୃତକଙ୍କ ନାମ…

ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଖନ୍ତପଡ଼ା ଥାନା ଅନ୍ତର୍ଗତ ସେରଗଡ଼ ଅଞ୍ଚଳର ଏକ ଘରୋଇ କଲେଜର ହଷ୍ଟେଲ ରୁମରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କମ୍ପ୍ୟୁଟର ସାଇନ୍ସର ଦ୍ୱିତୀୟ ବର୍ଷର ଉକ୍ତ ଛାତ୍ରୀ ଜଣକ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି…