Latest Odisha News

BREAKING NEWS

Browsing Category

ଅପରାଧ

ଜମି କହି ରାସ୍ତା ବିକିଦେଲେ ଦଲାଲ

ବ୍ରହ୍ମପୁର:ଜମି ନାହିଁ ହେଲେ ୧୫ ଲକ୍ଷରେ ବିକ୍ରି ହୋଇଛି ଜମି। କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ରତ୍ନପୁର ଅଞ୍ଚଳରେ ଏଭଳି ଏକ ଜମି ଠକେଇ ସାମ୍ନାକୁ ଆସିଛି। ଜମି କିଣିଥିବା ବ୍ୟକ୍ତି ଟଙ୍କା ମାଗିବା ପରେ ମଧ୍ୟସ୍ଥି ତାଙ୍କୁ ହତ୍ୟା ଧମକ ଦେଉଥିବା ବ୍ରହ୍ମପୁର ସଦର ଥାନାରେ ଅଭିଯୋଗ ହୋଇଛି। ଏ…

ଦିନକରେ ୫୯ ଜୁଆଡ଼ିଙ୍କୁ ଧରି ଦୁଇ ଲକ୍ଷ ଜବତ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଜୁଆ ଖେଳ ପ୍ରଚୁର ପରିମାଣରେ ଚାଲିଥାଏ। ଏହା ବେଆଇନ୍‌ ହୋଇଥିବା ଯୋଗୁ ବର୍ତ୍ତମାନ ଧରପଗଡ଼କୁ ଜୋର୍‌ଦାର୍‌ କରିଛି ବ୍ରହ୍ମପୁର ପୋଲିସ। ବୁଧବାର ଗୋଟିଏ ଦିନରେ ପୋଲିସ ୫୯ଜଣ ଜୁଆଡ଼ିଙ୍କୁ ଧରିବା ସହିତ ସେମାନଙ୍କ ପାଖରୁ…

ସମୁଦ୍ରରେ ନିଖୋଜ ଯୁବକଙ୍କ ଶବ ମିଳିଲା

ବ୍ରହ୍ମପୁର:ଗୋପାଳପୁର ସମୁଦ୍ରରେ ବୁଧବାର ୪ଜଣ ସାଙ୍ଗ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଉଦ୍ଧାର ହୋଇଯାଇଥିଲେ । ଆଉ ଜଣେ ନିଖୋଜ ହୋଇଥିବା ବେଳେ ଆଉ ଜଣକଙ୍କ ଶବ ଗୁରୁବାର ମିଳିଛି। ମୃତକ ଜଣକ ହେଲେ କୁକୁଡ଼ାଖଣ୍ଡି ଅଞ୍ଚଳର ସଞ୍ଜୟ ଦାସ(୧୭) ମିଳିଥିବା ସୂଚନା…

ଗୁପ୍ତାଙ୍ଗ କଟା କ୍ଷତାକ୍ତ ଶବ ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରାସ୍ତାର ରଙ୍ଗଣିପାଟଣା ଗାଁ ନିକଟରେ ଗୁରୁବାର ଜଣେ ଯୁବକଙ୍କ ଗୁପ୍ତାଙ୍ଗ କଟା କ୍ଷତାକ୍ତ ଶବକୁ ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ବୁଗୁଡ଼ାର ସନ୍ତୋଷ କୁମାର ସାହୁ। ତାଙ୍କର ହାତ ଏବଂ ଗୁପ୍ତାଙ୍ଗକୁ ଧାରୁଆ ଅସ୍ତ୍ରରେ…

ମଦ ପିଇ ଗାଡି ଚଳାଇବା ଡ୍ରାଇଭରଙ୍କୁ ପଡିଲା ମହଙ୍ଗା, ଆଇନଜୀବୀ ମୃତ

ସାଲେପୁର: ମଦ ପିଇ ଗାଡି ଚଳାଇବା ଡ୍ରାଇଭରଙ୍କୁ ପଡିଲା ମହଙ୍ଗା  । ଗତକାଲି ମଧ୍ୟରାତ୍ରୀରେ କଟକ ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ପୂର୍ତ୍ତ ବିଭାଗ ରାସ୍ତାର ପୁବଂସ ସେତୁ ଗଡା ନିକଟରେ ଯାଉଥିବା ଏକ ମହିନ୍ଦ୍ରା ଥର୍ ଗାଡି ଦ୍ରୁତ ଗତିରେ ଆସି ପୋଲ ଗଡା ରାସ୍ତା ପାର୍ଶ୍ଵରେ ଥୂଆ ହୋଇଥିବା…

ମଦ ପିଇ ଝଗଡ଼଼ା ପରେ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ଦୁର୍ଗା ପୂଜାର ମାହୋଲ ଭିତରେ ବ୍ରହ୍ମପୁର ସହରରେ ଘଟିଯାଇଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମଦ ପିଇବା ପରେ ଟଙ୍କା ମାଗିବାକୁ ନେଇ ପ୍ରଥମେ ଝଗଡ଼଼ା ଏବଂ ଏହାକୁ ନେଇ ପଥରରେ ଛେଚି ହତ୍ୟା। ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପ୍ରେମନଗରରେ ଥିବା ମଦ ଦୋକାନରେ…

ଜମ୍ମୁ ଜେଲ୍ ଡିଜିଙ୍କୁ ହତ୍ୟା ଘଟଣା, ରୋଷେୟା ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀର ଜେଲ୍ ଡିଜି ହେମନ୍ତ ଲୋହିଆଙ୍କ ହତ୍ୟା ଘଟଣାରେ ପୋଲିସ ରୋଷେୟାକୁ ଗିରଫ କରିଛି । ପୋଲିସ ଅଭିଯୁକ୍ତ ୟାସିରକୁ କନାଚକ ଅଞ୍ଚଳର ଏକ ଚାଷଜମିରୁ ଗିରଫ କରିଛି । ଅଭିଯୁକ୍ତ ଚାଷଜମିରେ ଯାଇ ଲୁଚିଥିବା ବେଳେ ପୋଲିସ ଗିରଫ କରିଛି । ହେମନ୍ତ ଲୋହିଆଙ୍କୁ ହତ୍ୟା ପରେ…

ବିୟର ବୋତଲ ଭୁସି ବୃଦ୍ଧାଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଚିକିରିପଡ଼ା ଶାସନରେ ପିଲାମାନଙ୍କ ଝଗଡ଼଼ାକୁ ନେଇ ଜଣେ ବୃଦ୍ଧାଙ୍କୁ ବିୟର ବୋତଲରେ ଭୁସି ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ବିପ୍ର ସାହୁ ଏବଂ ବସନ୍ତ ସାହୁ…

ନକଲି ପୋଲିସକୁ ଧରିଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର: ଦୁର୍ଗା ପୂଜା ପାଇଁ ପାଟ୍ରୋଲିଂ କରିବା ସମୟରେ ନକଲି ପୋଲିସକୁ ଧରିଛନ୍ତି ନିଜେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍‍। ପୋଲିସ ଲେଖାହୋଇଥିବା କାର୍‍ ଜବତ କରାଯାଇଛି ଏବଂ ଚାଳକଙ୍କୁ ଅଟକ ରଖାଯାଇଛି। ସେ ସୂଚନା ଦେଇଛନ୍ତି ଯେ, ରବିବାର ପୂଜା ପାଇଁ ପାଟ୍ରୋଲିଂ ଚାଲିଥିବା…

କାର୍‍ ଭିତରୁ ମିଳିଲା ୩.୭୦୦କିଲୋ ସୁନା, ୧୮୦ କିଲୋ ରୂପା

ବ୍ରହ୍ମପୁର: ପୁଣି ଏକ ବଡ଼ ଧରଣର ଚୋରା ସୁନା ଚାଲାଣକୁ ଧରିଛି ବ୍ରହ୍ମପୁର ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡ଼ୁରୁ ଏକ ସ୍କୋଡା କାରରେ ବିପୁଳ ପରିମାଣର ସୁନା ଓ ରୂପ ବ୍ରହ୍ମପୁରକୁ ଅଣାଯାଉଥିବା ନେଇ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍‍ଙ୍କ ପାଖକୁ ସୂଚନା ଆସିଥିଲା। ଏସପିଙ୍କ…